ARTICLE AD BOX
କାନ୍ସାସ୍: ଚଳିିିତ ଫିଫା ବିଶ୍ବକପ୍ରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ରବିବାର ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୯୬୬ ପରେ ପ୍ରଥମ ଖେଳାଳି ବିଶ୍ବକପ୍ରେ ୧୦ ଗୋଲ୍ରେ ସହଯୋଗ କରିଛନ୍ତି। ଏହା କରିବାରେ ସେ ନିଜ ଦେଶର ଡିଏଗୋ ମାରାଡୋନା (୮)ଙ୍କୁ ଟପିଛନ୍ତି। ସ୍ବିଜରଲାଣ୍ଡ ବିପକ୍ଷ କ୍ବାର୍ଟରଫାଇନାଲ୍ ମ୍ୟାଚ୍ରେ ସେ ଏହି ମାଇଲ୍ଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚ୍ର ଦଶମ ମିନିଟ୍ର ତାଙ୍କ ଚମତ୍କାର କର୍ଣ୍ଣର ପାସ୍ରେ ଆଲେକ୍ସିସ୍ ମ୍ୟାକ୍ ଆଲିଷ୍ଟର ଗୋଲ୍ ଦେଇ ଆର୍ଜେଣ୍ଟିନାକୁ ପ୍ରାରମ୍ଭିକ ଅଗ୍ରଣୀ କରାଇଥିଲେ। ଏଥିସହ ଅତିରିକ୍ତ ସମୟରେ ଦଳ ଜିତି ଲଗାତାର ବିଶ୍ବକପ୍ ଫାଇନାଲ୍ରେ ପହଞ୍ଚିଛି। ୩୯ ବର୍ଷୀୟ ମେସିଙ୍କ ଉଭୟ ଗୋଲ୍ କରିବା ଓ ସହାୟତା ଯୋଗୁଁ ଦଳ ଚତୁର୍ଥ ଏବଂ ଲଗାତାର ଟ୍ରଫି ଜିତିବାଠୁ ମାତ୍ର ୨ ବିଜୟ ଦୂରରେ ରହିଛି।
FIFA World Cup: ସ୍ୱିଜରଲ୍ୟାଣ୍ଡକୁ ୩-୧ରେ ପରାସ୍ତ, ସେମିଫାଇନାଲରେ ଆର୍ଜେଣ୍ଟିନା
ଫିଫା ବିଶ୍ବକପ୍ରେ ସର୍ବାଧିକ ଗୋଲ୍ରେ ସହଯୋଗ (୧୯୬୬ ପରଠୁ)
ଖେଳାଳି ଦେଶ ସହଯୋଗ
ଲିଓନେଲ ମେସି ଆର୍ଜେଣ୍ଟିନା ୧୦
ଡିଏଗୋ ମାରାଡୋନା ଆର୍ଜେଣ୍ଟିନା ୮
ପିଏରେ ଲିଟବାର୍ସ୍କି ଜର୍ମାନୀ ୭
ଜେଗୋର୍ଜ ଲାଟୋ ପୋଲାଣ୍ଡ ୭

3 weeks ago
11


