Massive March: ମିଳିତ ଆଦିବାସୀ ମଞ୍ଚର ବିଶାଳ ପଦଯାତ୍ରା, ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ମଞ୍ଚ

5 days ago 6
ARTICLE AD BOX

ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜଜିଲ୍ଲା ଜାମଦା ବ୍ଲକ୍‌ର ହରିଲାବେଡ଼ା ଛକରେ ଥିବା ସୁନାରାମ ସୋରେନ୍‌ଙ୍କ ପ୍ରତିମୂର୍ତ୍ତିଙ୍କ ଛକରେ ଦେଖାଦେଇଥିବା ପତାକା ବିବାଦ ଆଜି ତୀବ୍ର ରୂପ ନେଇଛି। ଘଟଣାକୁ ନେଇ ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ଜାମଦାରେ ବିଶାଳ ପଦଯାତ୍ରା କରାଯାଇଛି। ହଜାର ହଜାର ଆଦିବାସୀ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ପରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମାଝୀ, ପାରଗାନା, ମାଣକୀ, ମୁଣ୍ଡା ଏବଂ ଜାମଦା ବ୍ଲକ୍‌ର ମିଳିତ ଆଦିବାସୀ ମଞ୍ଚ ପକ୍ଷରୁ ଜାମଦା ହାଟ ପଡ଼ିଆରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ହଜାର ହଜାର ଆଦିବାସୀ ଭାଇଭଉଣୀ ପଦଯାତ୍ରାରେ ସାମିଲ ହୋଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ମଞ୍ଚ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରରେ ହରିଲାବେଡ଼ା ଛକରେ ଥିବା ସୁନାରାମ ସୋରେନ୍‌ଙ୍କ ପ୍ରତିମୂର୍ତ୍ତିଙ୍କ ନିକଟରେ ଧାର୍ମିକ ପତାକା ବିବାଦ କୁ ସମାଧାନ କରିବା ପାଇଁ ଦାବି କରିଛନ୍ତି। ଏଥିସହ ଘଟଣାରେ ଜଡ଼ିତ ଥିବା ଅଭିଯୋଗ ଆସିଥିବା ସୋନୁ ପାତ୍ର, ଗଷ୍ଟ ଗୋପାଲ ଗୋପ, ଟାଟା ପାୱାର ଜାମଦା ସେକ୍ସନ୍‌ର କନିଷ୍ଠ ଯନ୍ତ୍ରୀଅକ୍ଷୟ କୁମାର ଅଗସ୍ତି ଏବଂ ଫିଲ୍ଡ ଡ୍ୟୁଟି କର୍ମଚାରୀ ଶରତ ଚନ୍ଦ୍ର ମହାକୁଡଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିବାକୁ ଦାବି ହୋଇଛି। ମିଳିତ ଆଦିବାସୀ ମଞ୍ଚର ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୫ ତାରିଖରେ ହରିଲାବେଡ଼ା ଛକରେ ଏକ ଅନୁମତିବିହୀନ ଶୋଭାଯାତ୍ରା ହୋଇଥିଲା। ଏହି ସମୟରେ ଆଦିବାସୀ ବିରୋଧୀ ନାରା ଦିଆଯିବା ସହ ସୁନାରାମ ସୋରେନ୍‌ଙ୍କ ପ୍ରତିମୂର୍ତ୍ତିରେ ଜୋରଜବର ଦସ୍ତି ଗେରୁଆ ରଙ୍ଗର ଧାର୍ମିକ ପତାକା ଲଗାଯାଇଥିବା ମଞ୍ଚ ଅଭିଯୋଗ କରିଛି । ଏହାଦ୍ୱାରା ଆଦିବାସୀ ସମାଜର ଭାବନା କ୍ଷୁର୍ଣ୍ଣ ହୋଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ଏଥିସହ ପ୍ରତିମୂର୍ତ୍ତି ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ପତାକା ଲଗାଇବା ପାଇଁ ଲୁହା ଦଣ୍ଡ ୱେଲ୍ଡିଂ କରାଯାଇଥିବା ଏବଂ ଟାଟା ପାୱାରର ସର୍ଭିସ୍ ସିଡ଼ି ବ୍ୟବହାର କରାଯାଇଥିବା ନେଇ ମଧ୍ୟ ମଞ୍ଚ ଅଭିଯୋଗ ଆଣିଛି। ସ୍ମାରକପତ୍ରରେ ଏସସି/ଏସଷ୍ଟିଟି ସମେତ ପ୍ରଯୁଜ୍ୟ ଆଇନ ଅନୁଯାୟୀ ନିରପେକ୍ଷ ତଦନ୍ତ ଓ ଗିରଫ,ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ, ଟିପିଏନ୍ଓଏଡିଲର  ଜାମଦା କାର୍ଯ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଏବଂ ଦାୟୀ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ଦାବି କରାଯାଇଛି।

ଅଭିଯୋଗର ସତ୍ୟତା ପ୍ରଶାସନିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ

ମଞ୍ଚ ପକ୍ଷରୁ କୁହାଯାଇଛି ଯେ,ଗତ ଅଗଷ୍ଟ ୨୩ ତାରିଖରେ ମଧ୍ୟ ଏନେଇ ଲିଖିତ ଅଭିଯୋଗ ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛି ମଞ୍ଚ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦାବି ପୂରଣ ନହେଲେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନକୁ ଓହ୍ଲାଇବାକୁ ମଞ୍ଚ ଚେତାବନୀ ଦେଇଛି । ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ପ୍ରଶାସନିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Heavy Rain: ଲଗାଣ ବର୍ଷାରେ ବଢୁଛି ସତୀଗୁଡା ଓ ବାଲିମେଳା ଜଳଭଣ୍ଡାରର ଜଳସ୍ତର, ତଳିଆ ଅଞ୍ଚଳରେ ଜଳବନ୍ଦୀ ଚାଷ ଜମି

Read Entire Article
LEFT SIDEBAR AD

Hidden in mobile, Best for skyscrapers.