ARTICLE AD BOX
ଚୀନ୍ରେ ଯୁବକଯୁବତୀଙ୍କ ବିବାହ ହାର କମୁଥିବା ବେଳେ ସେଠାକାର ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ସେଠାକାର ଦମ୍ପତିମାନେ କେବଳ ସରକାରୀ ରେଜିଷ୍ଟ୍ରି ଅଫିସ୍ ନୁହେଁ, ତା’ ସହିତ ବିମାନବନ୍ଦର, ରେଳ ଷ୍ଟେସନ୍, ମନ୍ଦିର, ବ୍ୟାଙ୍କ୍, ହସ୍ପିଟାଲ୍, ଏପରିକି ନାଇଟ୍ କ୍ଲବ୍ରେ ମଧ୍ୟ ବିବାହ ପଞ୍ଜୀକରଣ କରିପାରୁଛନ୍ତି। ଏହି କ୍ରମରେ ଗତ ଜାନୁଆରିରେ ଜୁଆଙ୍ଗ୍ଝୋ ବାଇୟୁନ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଥମ ବିବାହ ପଞ୍ଜୀକରଣ ହୋଇଥିଲା। ଏହାପରେ ବିମାନବନ୍ଦର ପକ୍ଷରୁ ଦମ୍ପତିଙ୍କୁ ବିବାହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ’ରେ ପ୍ରକାଶିତ ଏକ ଖବର ଅନୁସାରେ, ଗତ ଅଗଷ୍ଟ ୨୦ ତାରିଖ ଦିନ ତିଆନ୍ଜିନ୍ ମ୍ୟୁନିସିପାଲିଟିର ଏକ ବ୍ୟାଙ୍କ୍ ପ୍ରଥମ ବିବାହ ପ୍ରମାଣପତ୍ର ଜାରି କରିଥିଲା।
SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ
ଚୀନରେ ସନ୍ତାନ ପ୍ରସବ ହାର ହ୍ରାସ ପାଉଥିବାବେଳେ ସେଠାକାର ସରକାର ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଅଭିନବ କୌଶଳ ଆପଣାଉଛନ୍ତି।
ସୂଚନାଯୋଗ୍ୟ, ଏହି ଦିନ ସେଠାରେ ଚାଇନିଜ୍ ଭାଲେଣ୍ଟାଇନ୍ସ ଡେ ପାଳିତ ହୋଇଥାଏ। ଏହି ସମୟରେ ସାଣ୍ଡୋଙ୍ଗ୍ ପ୍ରଦେଶ ଜିବୋର ଲିଞ୍ଜି ଜିଲ୍ଲାର ମାତୃ ଓ ଶିଶୁସ୍ୱାସ୍ଥ୍ୟ ହସ୍ପିଟାଲ୍ରେ ମଧ୍ୟ ବିବାହ ପଞ୍ଜୀକରଣ କରାଯାଇଥିଲା। ଗତବର୍ଷ ମେ’ ରେ ଚୀନ ବିବାହ ପଞ୍ଜୀକରଣ ନିୟମ ପରିବର୍ତ୍ତନ କରିଥିଲା। ତା’ ଆଗରୁ ଏହି ପ୍ରକ୍ରିୟା ଖୁବ୍ କଠୋର ଥିଲା। ସଂଶୋଧିତ ନିୟମ ଅନୁଯାୟୀ, ଦମ୍ପତିମାନେ ସେମାନଙ୍କର ‘ହୁକୁ’ କିମ୍ବା ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ସ୍ଥାନ ବାହାରେ ବି ଏହା କରିପାରିବେ। ସେହିପରି ପଞ୍ଜୀକରଣ ସମୟରେ ସେମାନଙ୍କୁ ଆଉ ପାରିବାରିକ ତଥ୍ୟ ରହିଥିବା ‘ହୁକୁ ପୁସ୍ତିକା’ ଦେଖାଇବାକୁ ପଡ଼ିବ ନାହିଁ। ତା’ ସହିତ ମନ୍ଦିର ଆଦି ଧର୍ମପୀଠରେ ବିବାହ ପଞ୍ଜୀକରଣ ହେଲେ ଦମ୍ପତିଙ୍କୁ ମାଗଣାରେ ଆତିଥ୍ୟ ପ୍ରଦାନ ବ୍ୟବସ୍ଥା ବି ରହିଛି। ନିୟମରେ ପରିବର୍ତ୍ତନ ପରେ ବିବାହ ପଞ୍ଜୀକରଣ ବୃଦ୍ଧି ପାଇଥିବା ଜଣାଯାଇଛି। ଗତ ବର୍ଷ ଚୀନରେ ୬୦ ଲକ୍ଷ ୭୬ ହଜାର ବିବାହ ପଞ୍ଜୀକରଣ ହୋଇଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ୭୦ ହଜାର ଅଧିକ।

2 weeks ago
5


