ARTICLE AD BOX
ବୁଏନସ ଏରିସ୍: ଫୁଟ୍ବଲ୍ ଦୁନିଆ ପୁଣି ମନେ ପକାଇଛି ଅନ୍ୟତମ ମହାନ ଖେଳାଳି ଡିଏଗୋ ମାରାଡୋନାଙ୍କୁ। ୩୬ ବର୍ଷ ତଳେ ମାରାଡୋନା ଯେଭଳି କ୍ରମାଗତ ଟ୍ରଫି ଜିତିବାର ଦୁଃଖରେ ଭାଙ୍ଗିପଡ଼ିଥିଲେ ରବିବାର ସେହିଭଳି ଦୁଃଖରେ ବୁଡ଼ିଯାଇଥିଲେ ଲିଓନେଲ୍ ମେସି। ୧୯୯୦ ଫାଇନାଲ୍ରେ ରୋମର ଷ୍ଟାଡିଓ ଅଲିମ୍ପିକୋରେ ଜର୍ମାନୀ ନିକଟରୁ ହାରି ଆର୍ଜେଣ୍ଟିନା ଟ୍ରଫି ତୋଳି ଧରିବାରୁ ବଞ୍ଚିତ ହୋଇଥିଲେ।
ମାରାଡୋନାଙ୍କ ଆଖିରେ ଏତେ ଲୁହ ଆସିଯାଇଥିଲା ଯେ ତାଙ୍କୁ ବୁଝାଇବା ଭଳି ସ୍ଥିତି ନଥିଲା। ପ୍ରାୟ ୪ ଦଶନ୍ଧି ପରେ ସମାନ ସ୍ଥିତିିରେ ରହିଥିଲେ ମେସି। ନ୍ୟୁୟର୍କ ନୁଜର୍ସିର ମେଟ୍ଲାଇଫ୍ ଷ୍ଟାଡିୟମ୍ରେ ସମାନ ୦-୧ ବ୍ୟବଧାନର ସ୍ପେନ୍ଠାରୁ ଆର୍ଜେଣ୍ଟିନା ହାରିଯିବା ପରେ ମେସି ବି ପଡ଼ିଆରେ ଲୋଟିପଡ଼ିଥିଲେ। ସାଥି ଖେଳାଳି, ପ୍ରତିଦ୍ବନ୍ଦ୍ବୀ, ପ୍ରଶିକ୍ଷକ ସମସ୍ତଙ୍କ ସାନ୍ତ୍ବନା ବି କୌଣସି ଫରକ ପକାଇପାରିନଥିଲା। ଏହି ଦୁଇ ମହାନ ଖେଳାଳି କ୍ରମାଗତ ଟ୍ରଫି ହାତେଇବାରୁ ବଞ୍ଚିତ ହୋଇଥିଲେ। ୧୯୮୬ରେ ମାରାଡୋନା ବିଶ୍ବକପ୍ ଜିତିବା ପରେ ୧୯୯୦ରେ ଏହାକୁ ଦୋହରାଇପାରିନଥିଲେ। ସମାନ ଭାବେ ମେସି ୨୦୨୨ରେ ଜିତିବା ପରେ ୨୦୨୬ରେ ଏଥିରୁ ବଞ୍ଚିତ ହୋଇଛନ୍ତି।
ଘୃଣାର ରହସ୍ୟ ଖୋଲିଲେ ଆମେରିକୀୟ ବିଶେଷଜ୍ଞ
ଆଉ ଏକ ପରିସଂଖ୍ୟାନ ବି ସମାନ କାହାଣୀ ଦେଖାଉଛି। ରବିବାର ମେସିଙ୍କ ଦଳ ସ୍ପେନ୍ ବିପକ୍ଷରେ ବଲ୍ ନିୟନ୍ତ୍ରଣରେ ୩୫ ପ୍ରତିଶତ ରଖିଥିଲେ। ୧୯୯୦ ଫାଇନାଲ୍ରେ ମାରାଡୋନାଙ୍କ ଦଳ ଜର୍ମାନୀ ବିପକ୍ଷରେ ମଧ୍ୟ ୩୯ ପ୍ରତିଶତରେ ବଲ୍ ନିୟନ୍ତ୍ରଣ କରି ପଛରେ ପଡ଼ିଯାଇଥିଲେ। ରବିବାର ରାତିରେ ସ୍ପେନ୍ କିନ୍ତୁ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା। ମ୍ୟାଚ୍ର ୧୧୬ ମିନିଟ୍ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଗୋଟିଏ ବି ସଟ୍ ସ୍ପେନ୍ ଗୋଲ୍ପୋଷ୍ଟ୍ ପଞ୍ଚିନଥିଲା। ସେତେବେଳକୁ ସ୍ପେନ୍ ୨୦ତମ ସଟ୍ରେ ସଫଳ ହୋଇ ଫେରାନ୍ ଟୋରେସଙ୍କ ଜରିଆରେ ବାଜି ମାରି ନେଇଥିଲା।

1 week ago
8


