ARTICLE AD BOX
ରାୟଗଡ଼ା(ଶିବ ପ୍ରସାଦ ଦୋରା):ରାୟଗଡ଼ା ପୁଲିସ ହାତରେ ଧରାପଡିଛି ଟପ ମାଓ ନେତା ସର୍ବେଶ ମାଝି ଓରଫ ମଙ୍ଗୁ I ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡା ବ୍ଲକ ଅଂଚଳରୁ ମଙ୍ଗୁକୁ ଧରିଥିବା ସୂଚନା ମିଳିଛି I ଦହିଖାଲ ଅଂଚଳରୁ ପୁଲିସ ଧରିଥିବା ଜଣାପଡିଛି I କିନ୍ତୁ ରାୟଗଡ଼ା ପୁଲିସ ଏନେଇ କୌଣସି ସୂଚନା ପ୍ରଦାନ କରିନାହିଁ I ମଙ୍ଗୁକୁ ପ୍ରଥମେ ମୁନିଗୁଡ଼ା ଥାନାକୁ ଅଣାଯାଇ ପରେ ଗୁପ୍ତ ସ୍ଥାନରେ ପଚରା ଉଚରା କରୁଥିବା ଜଣାପଡିଛି I ମଙ୍ଗୁକୁ ପୁଲିସ ଗିରଫ କରିଛି କି ସେ ଆତ୍ମସମର୍ପଣ କରିଛି ସ୍ପଷ୍ଟ ହୋଇନି I
ପୁଲିସର ଗୁଇନ୍ଦା ବିଭାଗ ଲଗାତାର ନଜର
ଏଠାରେ ସୂଚନାଯୋଗ୍ୟଯେ ଚଳିତ ବର୍ଷ ମାର୍ଚ୍ଚ ୩୧ ମାଓ ମୁକ୍ତ ହେବ ବୋଲି ଘୋଷଣା କରାଯାଇଥିଲାI କିନ୍ତୁ ମଙ୍ଗୁକୁ ପୁଲିସ ଗୋଟିଏ ଟିମ ସହ ଗିରଫ କରପାରିନଥିବା କିମ୍ବା ଆତ୍ମସମର୍ପଣ କରିନଥିବାରୁ ରାୟଗଡ଼ା ଜିଲ୍ଲା ମାଓ ମୁକ୍ତ ହେବା ନେଇ ବିଧିବଧ ଘୋଷଣା ହୋଇନଥିଲା। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଶ୍ୟାମ ମାଝୀଙ୍କ ପୁଅ ସର୍ବେଶ ମାଝି ଓରଫ ମଙ୍ଗୁ ଆତ୍ମସମର୍ପଣ କରିନଥିଲେ। ସୂଚନାରୁ ଜଣାପଡିଛି ସରକାରଙ୍କ ଦ୍ବାରା ବେଆଇନ ହୋଇଥିବା ନକ୍ସଲ ସଂଗଠନରେ ସର୍ବେଶ ଓରଫ ମଙ୍ଗୁ ଏସିଏମ କ୍ୟାଡରରେ କାର୍ଯ୍ୟ କରୁଛନ୍ତି। ସେ କଳାହାଣ୍ଡି ଜିଲ୍ଲାର କୁନୀ ମାଝିଙ୍କ ସହ ବିବାହ କରିଥିବା କୁହାଯାଉଥିଲା କିନ୍ତୁ କୁନି ଇତିମଧ୍ୟରେ ଆତ୍ମସମର୍ପଣ କରିସାରିଛନ୍ତି। ବର୍ତ୍ତମାନ ସର୍ବେଶ କେକେବିଏନ ୮ମ କମ୍ପାନୀର ସଦସ୍ୟ ରୂପେ କାର୍ଯ୍ୟ କରୁଥିଲେ ଓ ସେ ପୂର୍ବରୁ ଆତ୍ମସମର୍ପଣ କରିଥିବା ନିଖିଲଙ୍କ ସହ ବାଘୁନା ଡିଭିଜନ ସହ ମଧ୍ୟ କାର୍ଯ୍ୟ କରୁଥିଲେ । କିଛିବର୍ଷ ହେଲା ସର୍ବେଶ କେକେବିଏନ ଡିଭିଜନରେ କାର୍ଯ୍ୟ କରୁଛି । ମଙ୍ଗୁ ଏବେ କେକେବିଏନ ଡିଭିଜନରେ ଡିଭିଜନାଲ କମିଟି ମେମ୍ବର ଶୀଲା ଓରଫ ପୁନେମ ନାଗମଣୀଙ୍କ ସହଯୋଗରେ ୯/୧୦ଜଣିଆ ଟିମ କନ୍ଧମାଳ ରାୟଗଡ଼ା ଗଜପତି ସୀମାନ୍ତ ଅଞ୍ଚଳରେ ସକ୍ରୀୟ ରହୁଥିଲେ I ଏନେଇ ପୁଲିସର ଗୁଇନ୍ଦା ବିଭାଗ ଲଗାତାର ନଜର ରଖିଥିଲେ I
Orangutans: ଓରାଂଉଟାନ୍ ରହସ୍ୟ ଖୋଲିପାରୁନି ତଦନ୍ତକାରୀ ଟିମ୍: ୮ ଦିନ ବିତିଲା, ଏସ୍ଟିଏଫ୍ ହାତ ଖାଲି
ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକରୁଥିବା ବଂଶଧାରା ଘୁମୁଷର ନାଗାବଳୀ ଡିଭିଜନର ସମସ୍ତ ସଦସ୍ୟ ନିଖିଲ ଏବଂ ଇନ୍ଦୁଙ୍କ ନେତୃତ୍ବରେ ଆତ୍ମସମର୍ପଣ କରିସାରିଛନ୍ତି କିନ୍ତୁ ରାୟଗଡ଼ା,କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତରେ ୯/୧୦ଜିଣିଆ ଶେଷ ଗୃପ ଆତ୍ମସମର୍ପଣ କରିନଥିବାରୁ ଓଡିଶା ମାଓମୁକ୍ତ ରାଜ୍ୟ ଘୋଷଣା ହେବାରେ ମଧ୍ୟ ବିଳମ୍ବିତ ହେଉଥିଲା । ଏହି ଟିମର ସମସ୍ତ ସଦସ୍ୟ ଛତିଶଗଡ଼ର ହୋଇଥିବା ବେଳେ କାଶିପୁରର ସର୍ବେଶ ଓରଫ ମଙ୍ଗୁ ଏକ ମାତ୍ର ଓଡି଼ଆ କ୍ୟାଡର ମାଓବାଦୀ ଭାବେ ସକ୍ରୀୟ ରହିଥିଲେ ।

17 hours ago
4


