ARTICLE AD BOX
ମାଲକାନଗିରି: ଲଗାତାର ସୀମାନ୍ତ ଛତିଶଗଡରେ ଅପରେସନକୁ ଜୋରଦାର କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସୂଚନା ଅନୁଯାୟୀ ନାରାୟଣପୁର ଜିଲ୍ଲାର ସୀମାନ୍ତ ଜଂଗଲରୁ ୧୩୩ ବାଟାଲିୟନର ବିଏସଏଫ ଯବାନ ସର୍ଚ୍ଚ ଅଭିଯାନ କରି ମାଓବାଦୀ ଗଚ୍ଛିତ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।
Maoist Dump ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ମାଓଡମ୍ପ୍ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଡମ୍ପରୁ ମିଳିଥିବା ସାମଗ୍ରୀଗୁଡିକ ହେଲା ୩୦୩ ରାଇଫଲ, ୩୧୫ ରାଇଫଲ, ୧୨ ବୋର ବନ୍ଧୁକ, ବିଜିଏଲ ବିଭିନ୍ନ ପ୍ରକାର ଗୁଳି, ମେଗାଜିନ, ଡିଟୋନେଟର, ଜିପିଏସ, ଏଣ୍ଟିନା, ନକ୍ସଲ ପୋଷାକ, ପାତକା, ଔଷଧ ଇତ୍ୟାଦି ଯବାନ ଜବତ କରିଛନ୍ତି।
Maoist dumps: ମାଲକାନଗିରି ସୀମାନ୍ତ ଜଂଗଲରୁ ୮ଟି ମାଓ ଡମ୍ପ ଉଦ୍ଧାର
ଆଗକୁ ନକ୍ସଲଙ୍କ ସହିଦ ସପ୍ତାହ ରହିଥିବା ବେଳେ ନକ୍ସଲ ଯେପରି କୌଣସି ସ୍ଥାନରେ ଯେପରି ଏହି ଦିବସ ପାଳନ ନକରନ୍ତି ସେଥିପାଇଁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଉଛି। ଓଡିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ର ପୁଲିସ ତରଫରୁ ଜଂଗଲରେ ନକ୍ସଲ ଲୁଚାଇ ରଖିଥିବା ସମସ୍ତ ଡମ୍ପକୁ ଉଦ୍ଧାର କରୁଛି।

2 weeks ago
11


