Mantra for Life: ଜୀବନ-ମନ୍ତ୍ର: ଆଧୁନିକ ଭାରତର ପ୍ରାଚୀନ ଗାଁ

6 days ago 8
ARTICLE AD BOX

ବିଜୁଳିଶକ୍ତି, ସ୍ମାର୍ଟଫୋନ୍‌, ଏଲ୍‌ପିଜି ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଘରକରଣା ବିନା ଆଜିକାଲିକ‌ା ମନୁଷ୍ୟ ଚଳିବା ଅସମ୍ଭବ। କାରଣ, ଆଧୁନିକ ଭାରତରେ ଜୀବନଯାପନ ଲାଗି ଏସବୁ ଅପରିହାର୍ଯ୍ୟ। କିନ୍ତୁ, ଆନ୍ଧ୍ରପ୍ରଦେଶର ଏକ ଛୋଟ ଗଁାରେ ୧୭ଟି ପରିବାରରେ ଏସବୁ ଜିନିଷ ନାହିଁ। ସେମାନେ ପ୍ରାଚୀନ ବୈଦିକ ପ୍ରଥା ମାନି ଚଳୁଛନ୍ତି। କୁର୍ମାଗିରାମ୍‌ ବୈଦିକ ଗ୍ରାମ ନାମରେ ସୁପରିଚିତ ଶ୍ରୀକାକୁଲମ୍‌ ଜିଲ୍ଲାର କୁର୍ମା ଗଁା ଅନ୍ଧକାପଲ୍ଲୀ ପର୍ବତମାଳା ମଧ୍ୟସ୍ଥ ପ୍ରାୟ ୬୦ ଏକର ଭୂମି ଉପରେ ଅବସ୍ଥିତ। ଶ୍ରୀକାକୁଲମ୍‌ ସହରଠାରୁ ମାତ୍ର ୬୦ କିଲୋମିଟର୍‌ ଦୂର ହୋଇଥିଲେ ବି ସେଠାରେ ବିଜୁଳି, ମୋବାଇଲ୍‌ ନେଟ୍‌ୱର୍କ, ଟେଲିଭିଜନ୍‌ କି ଏଲ୍‌ପିଜି ସିଲିଣ୍ଡର୍‌ ନାହିଁ। କାଠଚୁଲାରେ ରୋଷେଇ ହୁଏ।  ପ୍ରତି ପରିବାରର ନିଜସ୍ବ କୂଅ ଅଛି। ଖାଦ୍ୟଶସ୍ୟ, ପନିପରିବା ଓ ଫଳ ଚାଷ ପାଇଁ ସେମାନେ ରାସାୟନିକ ସାର କି କୀଟନାଶକ ପକାନ୍ତି ନାହିଁ। ଗଁାରେ ଥିବା ଗୁହାଳରେ ଗାଈଗୋରୁ ରଖି ଲୋକେ ସେମାନଙ୍କ ଯତ୍ନ ନିଅନ୍ତି।

Vedanta aluminium: ଷଷ୍ଠ ସିଏଲଆଇ ଏକ୍ସପୋରେ ବେଦାନ୍ତ

ନନ୍ଦ ଗୋକୁଳମ୍‌ ‌େଗାଶାଳା ଟ୍ରଷ୍ଟ୍‌ ୨୦୧୮ ମସିହାରେ ଏହି ଗଁାକୁ ପ୍ରତିଷ୍ଠା କରିଥିଲା। ଗଁା’ର ଘର ସବୁ ମାଟି, କାଠ, ପଥର ଓ ଚୂନ ଦ୍ବାରା ତିଆରି। ଘର ଚଟାଣ ଗୋବର-ମାଟିରେ ଲିପାଯାଏ। 
ବ୍ରାହ୍ମ ମୁହୂର୍ତ୍ତ ବୋଲି କୁହାଯାଉଥିବା ରାତି ୩ଟାରୁ ସାଢ଼େ ୩ଟା ମଧ୍ୟରେ ଗ୍ରାମବାସୀମାନେ ଉଠନ୍ତି। ଦୀପ ଆଲୁଅରେ ଗାଧୁଆପାଧୁଆ କରି ଆରତି, ଭଜନ ଓ ଯୋଗ କରିବାକୁ ପ୍ରାର୍ଥନା ହଲ୍‌କୁ ଯାଆନ୍ତି। ଆଗ କାଳର ଗୁରୁକୁଳ ରୀତିରେ ପିଲାମାନଙ୍କୁ ପାଠ ପଢ଼ାଯାଏ। ସେମାନେ ସଂସ୍କୃତ, ବେଦ, ଭଗବଦ୍‌ ଗୀତା, ରାମାୟଣ ଓ ମହାଭାରତ ପଢ଼ନ୍ତି। ଏହାଛଡ଼ା, ତେଲୁଗୁ, ଇଂରେଜୀ ଓ ସାଧାରଣ ଜ୍ଞାନ ବି ସେମାନଙ୍କୁ ଶିଖାଯାଏ। ସନ୍ଧ୍ୟା ୭ଟାରୁ ସାଢ଼େ ୭ଟା ମଧ୍ୟରେ ଗ୍ରାମବାସୀମାନେ ଶୋଇପଡ଼ନ୍ତି। ଏମିତି ଚଳିବା ଦ୍ବାରା ସେମାନେ ଚାପମୁକ୍ତ ଜୀବନଯାପନ କରିପାରୁଛନ୍ତି।

BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍‌ର ବୁଝାମଣା

Read Entire Article
LEFT SIDEBAR AD

Hidden in mobile, Best for skyscrapers.