ARTICLE AD BOX
ମୁମ୍ବାଇ:ନେପାଳ ଓ ତିବ୍ଦତ ଅଞ୍ଚଳରେ ହୋଇଥିବା ଭୟଙ୍କର ବନ୍ୟା ମଧ୍ୟରେ ଅଭିନେତ୍ରୀ ମାନସୀ ପାରେଖଙ୍କୁ ନେଇ ବିଭିନ୍ନ ଗୁଜବ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ସେ ନିଖୋଜ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ସମସ୍ତ ଆଶଙ୍କାର ଅନ୍ତ ଘଟାଇ ମାନସୀ ସୁରକ୍ଷିତ ଭାବେ କୈଳାସ ମାନସରୋବର ଯାତ୍ରା ସମାପ୍ତ କରି ମୁମ୍ବାଇ ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ପରିବାର ସଦସ୍ୟମାନେ ତାଙ୍କୁ ଦେଖି ଆଶ୍ୱସ୍ତ ହୋଇଥିଲେ।
ଈଶା ଫାଉଣ୍ଡେସନର ୯୩ ଜଣ ସଦସ୍ୟଙ୍କ ସହ ଏହି ଆଧ୍ୟାତ୍ମିକ ଯାତ୍ରାରେ ସାମିଲ ହୋଇଥିବା ମାନସୀ ଏହାକୁ ନିଜ ଜୀବନର ସବୁଠାରୁ ସ୍ମରଣୀୟ ଅନୁଭୂତି ବୋଲି କହିଛନ୍ତି। ସୋସିଆଲ ମିଡିଆରେ ସେ ଯାତ୍ରାର ଅନେକ ଫଟୋ ଓ ଭିଡିଓ ସେୟାର କରି ଲେଖିଛନ୍ତି, “ଏହି ଯାତ୍ରା ଜୀବନସାରା ମୋ ହୃଦୟରେ ରହିବ। ଏହା କେବଳ ଏକ ଭ୍ରମଣ ନୁହେଁ, ବରଂ ଆତ୍ମିକ ଅନୁଭୂତିର ଏକ ଅବିସ୍ମରଣୀୟ ଅଧ୍ୟାୟ।”
ଆମ ପୁଅ ଆପଣଙ୍କ ମନୋରଞ୍ଜନ ପାଇଁ ନୁହେଁ: ବୁମରାଙ୍କ ପତ୍ନୀ
ମାନସୀ କହିଛନ୍ତି ଯେ କୈଳାସ ଯାତ୍ରା ସହଜ ନଥିଲା। ପ୍ରବଳ ଶୀତ, ଅଧିକ ଉଚ୍ଚତା ଓ କଷ୍ଟସାଧ୍ୟ ପାହାଡ଼ିଆ ରାସ୍ତା ମଧ୍ୟରେ ତାଙ୍କୁ ପ୍ରାୟ ୨୦ କିଲୋମିଟର ଚାଲିବାକୁ ପଡ଼ିଥିଲା। ଉଚ୍ଚତାରେ ଶରୀରକୁ ସୁସ୍ଥ ରଖିବା ପାଇଁ ସେ ପ୍ରତିଦିନ ସକାଳୁ ଉଠି ପ୍ରସ୍ତୁତ ହେଉଥିଲେ। ପାହାଡ଼ିଆ ପରିବେଶରେ ମେକଅପ୍ ଅପେକ୍ଷା ସନବ୍ଲକ୍ ଓ ସାଧାରଣ ଯତ୍ନ ଅଧିକ ଜରୁରୀ ବୋଲି ସେ ଅନୁଭବ କରିଥିବା କଥା ମଧ୍ୟ ସେୟାର କରିଛନ୍ତି।
ଯାତ୍ରା ସମୟରେ ‘ଯମଦ୍ୱାର’ରୁ ଆରମ୍ଭ ହୋଇଥିବା ଆଧ୍ୟାତ୍ମିକ ପଥ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା। ତାଙ୍କ କହିବା ଅନୁସାରେ, ଯମଦ୍ୱାର ହେଉଛି ସମସ୍ତ ଅଭିଯୋଗ, ଦୁଃଖ ଓ ଚିନ୍ତାକୁ ପଛରେ ଛାଡ଼ି ଏକ ନୂତନ ଆତ୍ମିକ ଯାତ୍ରାରେ ପ୍ରବେଶ କରିବାର ପ୍ରତୀକ। କୈଳାସ ପର୍ବତର ପୂର୍ବ ପ୍ରାନ୍ତ ପ୍ରଥମ ଥର ଦେଖିବା ମୁହୂର୍ତ୍ତକୁ ସେ ଜୀବନର ସବୁଠାରୁ ଶାନ୍ତିଦାୟକ ଅନୁଭୂତି ବୋଲି ବର୍ଣ୍ଣନା କରିଛନ୍ତି।
ଅଧିକ ପଢନ୍ତୁ: ଆମ ପୁଅ ଆପଣଙ୍କ ମନୋରଞ୍ଜନ ପାଇଁ ନୁହେଁ: ବୁମରାଙ୍କ ପତ୍ନୀ
ତେବେ ଏହି ଯାତ୍ରା ମଧ୍ୟରେ ଏକ ବଡ଼ ବିପଦରୁ ମଧ୍ୟ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ମାନସୀ କହିଛନ୍ତି ଯେ ତିବ୍ଦତର ଗ୍ୟାରୋଙ୍ଗ ପୋର୍ଟ ଅଞ୍ଚଳରେ ସେ ପହଞ୍ଚିବାର କିଛି ଦିନ ପରେ ଭୟଙ୍କର ବନ୍ୟା ଆସିଥିଲା। ସେ ସେହି ସ୍ଥାନର ଭିଡିଓ ସେୟାର କରି କହିଛନ୍ତି ଯେ ମାତ୍ର ପାଞ୍ଚ ଦିନ ପୂର୍ବରୁ ସେ ସେଠାରେ ଥିଲେ। ଭାଗ୍ୟବଶତଃ ସେ ସୁରକ୍ଷିତ ରହିଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସେ ଦୁଃଖ ପ୍ରକାଶ କରିବା ସହ ସମସ୍ତଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।

2 weeks ago
5


