Manipur:ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୨ ଯବାନ ସହିଦ

4 weeks ago 14
ARTICLE AD BOX

ଇମ୍ଫାଲ: ମଣିପୁରର ଉଖରୁଲ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ଦୁଇଜଣ ଯବାନସହିଦ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ନୁଙ୍ଗସାଙ୍ଗ କଙ୍ଗ୍ ଅଞ୍ଚଳରେ ସୋମବାର ଅପରାହ୍ଣ ୧ଟା ୩୦ ମିନିଟ୍ ସମୟରେ ୪୦ ଆସାମ ରାଇଫଲ୍ସର ଯବାନଙ୍କ ଏକ ଦଳ ଉପରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି।

ଆହୁରି ପଢନ୍ତୁ: Puri Water Treatment Plant ଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି: ୪୨ ଏମ୍‌ଏଲ୍‌ଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

 ଆକ୍ରମଣରେ ଗୁରୁତର ଆହତ ଯବାନମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ପାଇଁଇମ୍ଫାଲ ଆଣିବାକୁ ପ୍ରୟାସ କରାଯାଉଥିଲା। କିନ୍ତୁ ଦୁଇ ଜଣ ଯବାନଙ୍କ ଅବସ୍ଥା ଅଧିକ ଜଟିଳ ହେବାରୁ ସେମାନଙ୍କୁ ଉଖରୁଲ ଜିଲ୍ଲାର ସାଙ୍ଗସାକ୍‌ଠାରେ ଆସାମ ରାଇଫଲ୍ସର କ୍ୟାମ୍ପକୁ ନିଆଯାଇଥିଲା ଓ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଆତଙ୍କବାଦୀଙ୍କ ସନ୍ଧାନରେ ସୁରକ୍ଷାକର୍ମୀ ବଡ଼ଧରଣର ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇପାରି ନାହିଁ କିମ୍ବା ଆକ୍ରମଣର ଉଦ୍ଦେଶ୍ୟ ଜଣାପଡ଼ି ନାହିଁ। ମଣିପୁର ଗୃହମନ୍ତ୍ରୀ ଗୋବିନ୍ଦଦାସ କୋନ୍ଥୁଜାମ୍‌ ଏହି ଆକ୍ରମଣକୁ ନିନ୍ଦା କରିବା ସହିତ ଏପରି ଆକ୍ରମଣ ଶାନ୍ତି ଭଙ୍ଗ କରିବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.