ARTICLE AD BOX
ନୂଆଦିଲ୍ଲୀ: ୨୦୨୩ ମଣିପୁର ହିଂସା ମାମଲାର ଶୀଘ୍ର ବିଚାର ପାଇଁ ପ୍ରତିଦିନ ମାମଲାର ଶୁଣାଣି କରିବାକୁ ସ୍ୱତନ୍ତ୍ର କୋର୍ଟ ଗଠନ ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ସୁପ୍ରିମକୋର୍ଟ ସିବିଆଇ ଓ ଏସ୍ଆଇଟିକୁ ବିଚାରାଧୀନ ତଦନ୍ତକୁ ତ୍ୱରାନ୍ୱିତ କରିବା ଓ ପୀଡିତମାନେ ଯେପରି ଶୀଘ୍ର ଚାର୍ଜସିଟର କପି ପାଇବେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ମାମଲାର ବିଚାରରେ ଅଧିକ ବିଳମ୍ବ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ତଦନ୍ତକାରୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆହୁରି ପଢନ୍ତୁ:Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ଶ୍ରୀମନ୍ଦିର ଅଭିମୁଖେ ତିନିରଥ ଅଗ୍ରସର
ଶୁକ୍ରବାର ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜୟମାଲ୍ୟ ବାଗ୍ଚୀ ଓ ଭି ମୋହନା ମଣିପୁର ହିଂସା ସମ୍ପର୍କିତ କେତେକ ଆବେଦନର ଶୁଣାଣି କରିଥିଲେ। ସିବିଆଇ ଓ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଦ୍ବାରା ଦାଖଲ ହୋଇଥିବା ଷ୍ଟାଟସ ରିପୋର୍ଟ ଉପରେ ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ଆଇନକାନୁନ ସ୍ଥିତିରେ ସାକ୍ଷ୍ୟ ପ୍ରମାଣର ପରୀକ୍ଷା କରିବା କଷ୍ଟକର କରିଦେଇଛି। କାରଣ ହିଂସା ଯୋଗୁ ଅନେକ ବିସ୍ଥାପିତ ହୋଇଛନ୍ତି। କୋର୍ଟ ପୀଡିତଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଗତ ସହାୟତା ପରାମର୍ଶଦାତାଙ୍କୁ ଗୁଆହାଟୀ ହାଇକୋର୍ଟ ଓ ମଣିପୁର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟକୁ ଯାଇ ଚାର୍ଜସିଟର କପି ପାଇବାକୁ ଅନୁମତି ଦେଇଥିଲେ।
ଆହୁରି ପଢନ୍ତୁ:CJP Food Donor: CJP ପ୍ରଦର୍ଶନକାରୀଙ୍କୁ ଖାଦ୍ୟ କିଏ ପଠାଉଛି ? ଶହ ଶହ ଖାଦ୍ୟ ପାସର୍ଲରେ ନାହିଁ ନାଁ
ଖଣ୍ଡପୀଠ କେନ୍ଦ୍ର ସରକାର, ସିବିଆଇ, ଏସ୍ଆଇଟି ଓ ମଣିପୁର ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟିଙ୍କୁ ତଦନ୍ତ ସମାପ୍ତ ହୋଇଥିବା ଓ ଚାର୍ଜସିଟ୍ ଦାଖଲ ହୋଇଥିବା ମାମଲା ଓ ବିଚାରାଧୀନ ଥିବା ମାମଲାଗୁଡ଼ିକର ବିବରଣୀ ପ୍ରଦାନ କରିବାକୁ କହିଛନ୍ତି। କୋର୍ଟ କହିଛନ୍ତି, ଏହି ତଥ୍ୟ ଦ୍ବାରା ମଣିପୁର ହିଂସା ମାମଲାରେ ତ୍ବରିତ ବିଚାର ପାଇଁ କେତେ ସଂଖ୍ୟକ ସ୍ବତନ୍ତ୍ର କୋର୍ଟ ଗଠନ କରାଯିବାର ଆବଶ୍ୟକତା ରହିଛି ତାହା ଜଣାପଡ଼ିଯିବ।

1 week ago
5


