ARTICLE AD BOX
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ମମତା ବାନାର୍ଜୀଓ ଉଦ୍ଧବ ଠାକ୍ରେଙ୍କୁ ବଡ଼ ଝଟ୍କା ଲାଗିଛି। ଦୁଇ ଦଳରେ ବିଦ୍ରୋହ ପରେ ସାଂସଦମାନେ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେବା ପାଇଁ କରିଥିବା ଆବେଦନକୁ ବାଚସ୍ପତି ଓମ୍ ବିର୍ଲା ମଞ୍ଜୁରୀ ଦେଇଛନ୍ତି। ଶନିବାର ବାଚସ୍ପତି ଶିବସେନା (ୟୁବିଟି)ର ୬ ଜଣ ସାଂସଦଙ୍କ ଶିବସେନା ସିନ୍ଦେ ଗୋଷ୍ଠୀରେ ମିଶ୍ରଣକୁ ସ୍ବୀକୃତି ଦେଇଛନ୍ତି। ଏହାସହିତ ଟିଏମ୍ସିରୁ ଅଲଗା ହୋଇ ଏନ୍ସିପିଆଇରେ ସାମିଲ ହୋଇଥିବା ଅନ୍ୟ ୨୦ ଜଣ ସାଂସଦଙ୍କ ପାଇଁ ସଂସଦରେ ଅଲଗା ବସିବା ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି। ଏନ୍ସିପିଆଇକୁ ଏକ ସ୍ବତନ୍ତ୍ର ଗୋଷ୍ଠୀର ମାନ୍ୟତା ପ୍ରଦାନ କରାଯାଇଛି।
ଆହୁରି ପଢନ୍ତୁ: Drawan: ନାଳରେ ବୁଡ଼ି ଦୁଇବର୍ଷର ଶିଶୁପୁତ୍ର ମୃତ
ନିକଟରେ ଶିବସେନା (ୟୁବିଟି)ରେ ଦ୍ବିତୀୟ ବିଭାଜନ ହୋଇଥିଲା। ଏଥର ଉଦ୍ଧବଙ୍କର ଛଅ ଜଣ ସାଂସଦ ଦଳ ବଦଳ କରିଛନ୍ତି। ଏହା ଶିବସେନା (ୟୁବିଟି)ର ମୋଟ ସାଂସଦଙ୍କ ସଂଖ୍ୟାର ଦୁଇ-ତୃତୀୟାଂଶ ଥିଲା। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ଟିଏମ୍ସିର ପରାଜୟ ପରେ ଅଧିକାଂଶ ସାଂସଦ ଓ ବିଧାୟକ ମମତାଙ୍କଠାରୁ ଅଲଗା ହୋଇସାରିଛନ୍ତି। କାକଳୀ ଘୋଷଙ୍କ ନେତୃତ୍ବରେ ୨୦ ଜଣ ଟିଏମ୍ସି ସାଂସଦ ଏନ୍ସିପିଆଇରେ ମିଶ୍ରଣ ପରେ ସେମାନେ ବାଚସ୍ପତିଙ୍କୁ ସଂସଦରେ ସେମାନଙ୍କ ପାଇଁ ଅଲଗା ବସିବାର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ।

2 weeks ago
7


