Mamata Banerjee : କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ

2 weeks ago 9
ARTICLE AD BOX

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଓ ପଶ୍ଚିମବଙ୍ଗ ତୃଣମୂଳ ଛାତ୍ର ପରିଷଦ (ଡବ୍ଲ୍ୟୁବିଟିଏମ୍‌ସିପି) ବିରୋଧରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ଏକ ମାମଲା ପଞ୍ଜିକୃତ ହୋଇଛି। ଶୁକ୍ରବାର ଡବ୍ଲ୍ୟୁବିଟିଏମ୍‌ସିପି ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସମୟରେ ସମର୍ଥକମାନେ ବ୍ୟାରିକେଡ୍ ଠେଲି ଦେଇ ପୁଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି କରିଥିବା ଅଭିଯୋଗ ହୋଇଛି। କାର୍ଯ୍ୟକ୍ରମ ଯୋଗୁ କ୍ୟାଥେଡ୍ରାଲ୍ ରୋଡରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଥିଲେ ଓ କୋର୍ଟ ଦ୍ୱାରା ଅନୁମତିପ୍ରାପ୍ତ ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରଖିଥିଲେ ବୋଲି ଅଭିଯୋଗ ହୋଇଛି। କୋଲକାତା ପୁଲିସ ଅନୁଯାୟୀ, ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ର ଧାରା ୬୧(୨), ୨୨୩, ୧୨୫(ଏ), ୧୩୨ ଏବଂ ୨୮୫ ଅନୁଯାୟୀ ହେଷ୍ଟିଙ୍ଗସ୍ ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି।

ପୁଣି ଭୀଷଣ ରୂପ ନେଇଛି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ; ୨୭ ମୃତ: ୫୦ ଘର ନଷ୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.