Malaysian PM: ମୋଦୀଙ୍କ ଲୋକପ୍ରିୟତାର ପ୍ରଶଂସା କଲେ ମାଲେସିଆ ପ୍ରଧାନମନ୍ତ୍ରୀ

5 days ago 7
ARTICLE AD BOX

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଓ ତାଙ୍କ ବୈଶ୍ବିକ ପ୍ରଭାବର ପ୍ରଶଂସା କରିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍‌। ବ୍ରିକ୍ସ ସମ୍ମିଳନୀ ଅବସରରେ ଭାରତ-ମାଲେସିଆ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ସମୟରେ ଦୁଇ ନେତାଙ୍କ ମଧ୍ୟରେ ପାରସ୍ପରିକ ତାଳମେଳ ଓ ଉଷ୍ଣତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ମା‌ଲେସିଆ ପ୍ରତିପକ୍ଷଙ୍କୁ ଭେଟିବା ପରେ ମୋଦୀ ତାଙ୍କ ମୁହଁରୁ ନିଜର ଲୋକପ୍ରିୟତା କଥା ଶୁଣି ଖୁବ୍‌ ହସିଥିଲେ। 

ଇବ୍ରାହିମ୍‌ ମୋଦୀଙ୍କୁ ଭେଟିବା ପରେ କହିଥିଲେ, ଆପଣ ଏତେ ଲୋକପ୍ରିୟ ଯେ, ଆପଣଙ୍କ ପାଖକୁ ବାର୍ତ୍ତା ପଠେଇବାକୁ ମୋତେ ମେସେଜ୍‌ ଆସିଛି। ଏହା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ନିଜ ହସ ରୋକିପାରି ନଥିଲେ। ଗଣମାଧ୍ୟମ ମଧ୍ୟ ଏପରି ବିରଳ ଦୃଶ୍ୟକୁ ସେମାନଙ୍କ କ୍ୟାମେରାରେ ଧରି ରଖିଥିଲେ। ଦୁଇ ନେତା ଏହି ଅବସରରେ ଶକ୍ତି, ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜି ନିବେଶ ପରି କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ଉପରେ ଗୁରୁତ୍ବ ଦେଇ ଆଲୋଚନା କରିଥିଲେ। ଚଳିତ ବର୍ଷ ମୋଦୀ ଓ ଇବ୍ରାହିମ୍‌ଙ୍କ ମଧ୍ୟରେ ଏହା ଦ୍ବିତୀୟ ବୈଠକ। ଫେବ୍ରୁଆରି ୨୦୨୬ରେ ମୋଦୀ ମାଲେସିଆ ଗସ୍ତରେ ଯାଇଥିଲେ। ଦୁଇ ନେତା ଦ୍ବିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହିତ ମୁଖ୍ୟ ଆଞ୍ଚଳିକ ତଥା ବୈଶ୍ବିକ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ମଦ ଦୋକାନ ବନ୍ଦ

Read Entire Article
LEFT SIDEBAR AD

Hidden in mobile, Best for skyscrapers.