Major Theft ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

1 week ago 8
ARTICLE AD BOX

ସୁନ୍ଦରଗଡ଼: ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବଗା ରୋଡ୍‌ରେ ଥିବା ଜଣେ ବିଏସଏଲ  କର୍ମଚାରୀଙ୍କ ଘରୁ ଦୁର୍ବୃତ୍ତମାନେ ସମସ୍ତ ମୂଲ୍ୟବାନ ସୁନାଗହଣା, ଲ୍ୟାପ୍‌ଟପ୍‌ ଆଦି ଚୋରାଇ ନେଇଛନ୍ତି। 

Armed Robbers ମୁଣ୍ଡରେ ବନ୍ଧୁକ ଦେଖାଇ ଘରେ ବୁଲାଇଲେ କଳାକନା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଲୁଟ୍‌

ମିଳିଥିବା ସୂଚନା ଅନୁଯାୟୀ,  ଘର ମାଲିକ ସବିର ହସନ୍ ଓ ତାଙ୍କ ପରିବାର ଗତ ପାଞ୍ଚ ଦିନ ହେବ କୌଣସି କାମରେ ବାହାରକୁ ଯାଇଥିଲେ। ଘର ବନ୍ଦ ଥିଲା ଏବଂ ମୁଖ୍ୟ ଦ୍ୱାରରେ ତାଲା ଝୁଲୁଥିଲା। ଆଜି (ବୁଧବାର) ପୂର୍ବ‌ାହ୍‌ଣରେ ପରିବାର ଲୋକେ ଫେରି ଘରର ତାଲା ଖୋଲି ଭିତରକୁ ଯିବା ପରେ ସେମାନଙ୍କ ହୋସ୍ ଉଡ଼ିଯାଇଥିଲା। ଚୋରମାନେ ଘରର ଭାଣ୍ଟିଲେଟର ଭାଙ୍ଗି ଘର ଭିତରକୁ ପଶି ଆଲମାରି ତାଲା ଭଙ୍ଗି ସବୁ ଜିନିଷପତ୍ର ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଚୋରମାନେ ସୁନା-ରୂପା ଗହଣା, ଦାମୀ ଲ୍ୟାପଟପ୍, ଦେଢ଼ ଲକ୍ଷ୍ୟ ନଗଦ ଟଙ୍କା ସହ ସମସ୍ତ ସାମଗ୍ରୀ  ଚୋରି କରି ନେଇଛନ୍ତି ଅଭିଯୋଗ ଅନୁଯାୟୀ, ଘରେ ବ୍ୟବହାର ହେଉଥିବା କୌଣସି ବି ଦାମୀ ଜିନିଷ ବାକି ରହିନାହିଁ । 

Theft1

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ରାଏବୋଗା ରୋଡ୍ ଭଳି ବ୍ୟସ୍ତବହୁଳ ରାସ୍ତାରେ ଥିବା ଘରୁ ଏଭଳି ବଡ଼ ଧରଣର ଚୋରି ହେବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀ ଉଦ୍‌ବେଗ ପ୍ରକାଶ ପାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.