Mahaprabhu: ଚାରମାଳ ଉପରେ ୨ ଘଣ୍ଟା ଅଟକିଥିଲେ ମହାପ୍ରଭୁ: ଗଜପତିଙ୍କ ନିବେଦନ ପରେ ବିଜେ କରିଥିଲେ ଦାରୁବ୍ରହ୍ମ

3 weeks ago 11
ARTICLE AD BOX

ପୁରୀ: ସଅଳ ସଅଳ ତିନି ଠାକୁରଙ୍କ ପହଣ୍ଡି ହୋଇଗଲା ତ, ଆପଣ ବୋଧେ ଟିକେ ଗର୍ବ କଲେ? ସେଇଥି ପାଇଁ ମଣିମା ଚାରମାଳରେ ଅଟକି ଯାଇଛନ୍ତି? ଶ୍ରୀମନ୍ଦିର ପ୍ରଶାସକ ବିହାରୀଲାଲ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏଭଳି ସମ୍ବୋଧନ ଥିଲା ବରିଷ୍ଠ ଦଇତାପତି ଗଙ୍ଗୁ ଦାସମହାପାତ୍ରଙ୍କର। ସତରେ ସେଦିନ ଶ୍ରୀ ପଟ୍ଟନାୟକ ମନରେ ଟିକେ ଗର୍ବ ଆସିଥିଲା। ୫ ମିନିଟ୍‌ କି ଘଣ୍ଟାଏ ନୁହେଁ, ବରଂ ଦାରୁବ୍ରହ୍ମ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁଇଘଣ୍ଟା ବିତିଗଲା ପରେ ମଧ୍ୟ ଚାରମାଳ ଉପରୁ ରଥକୁ ଉଠିଲେ ନାହିଁ। ପହଣ୍ଡି କରୁଥିବା ସେବକମାନେ ଶତ ଚେଷ୍ଟା କରି ମଧ୍ୟ ପାରିଲେ ନାହିଁ। କେହିକେହି ଚେଷ୍ଟା କରି ନିରାଶ ହେଲେ, କିଛି ସେବକ ଆହତ ହେଲେ। କିଛି ସେବକଙ୍କ ଗୋଡ଼ ଭାଙ୍ଗିଲା। ହେଲେ ଠାକୁର ନିଶ୍ଚଳ। କ’ଣ କରିବେ କିଛି ବୁଦ୍ଧି ଦିଶୁ ନଥାଏ। ସେବକ, ଭକ୍ତ ସମସ୍ତେ ହତ୍‌ବାକ। ଠାକୁର ରତ୍ନ ସିଂହାସନରୁ ରଥଯାଏ ଆସିଲେ। ଚାରମାଳ ଉପରକୁ ମଧ୍ୟ ଉଠିଲେ। ଅଥଚ ଏଇଠୁ କେଇ ହାତ ବାଟ କାହିଁକି ଯାଉନାହାଁନ୍ତି ? ଏ ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରୁଥାଏ। ୨୦୧୯ ମସିହା ଉତ୍କଳ ପ୍ରସଙ୍ଗରେ ଅସିତ ମହାନ୍ତିଙ୍କ ଆଲେଖ୍ୟ ମୁତାବକ, ସେଦିନ ସଅଳ ନୀତିକାନ୍ତି ସରି ସମସ୍ତ ଠାକୁର ରଥ ଉପରେ ସଅଳ ବିଜେ କରିସାରିଥାଆନ୍ତି। ସବୁ ପହଣ୍ଡି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ଆଗରୁ ସରିଯିବ ବୋଲି ତତ୍କାଳୀନ ପ୍ରଶାସକ ଶ୍ରୀ ପଟ୍ଟନାୟକ ଆଶ୍ବସ୍ତ ଥାଆନ୍ତି। ନିଜକୁ ନିଜେ ମନେମନେ ସାବାସି ଦେଉଥାଆନ୍ତି। ସେଦିନ ତାଙ୍କୁ ବରିଷ୍ଠ ଦଇତାପତି ମନରେ ଗର୍ବ ଆସିବା କଥା ପଚାରିଦେବାରୁ, ସେ କହିଥିଲେ, ହଁ ମନରେ ଅବଶ୍ୟ ଟିକିଏ ଗର୍ବ ଆସିଛି, କିନ୍ତୁ ମୋ ଗର୍ବ ଭାଙ୍ଗିବା ପାଇଁ ଠାକୁରେ ଯଦି ଲକ୍ଷଲକ୍ଷ ଲୋକଙ୍କୁ ଏମିତି ହଇରାଣ କରିବେ, କରନ୍ତୁ! ଏକଥା କହିଦେଲେ ସିନା, କିନ୍ତୁ ମନେମନେ ହାତ ଯୋଡ଼ି ପ୍ରାର୍ଥନା କଲେ। ତାଙ୍କ ମାନସପଟରେ ଭାସି ଉଠିଲେ ରାଜା ଇନ୍ଦ୍ରଦ୍ୟୁମ୍ନ। ଆଦ୍ୟ ସେବକ ଗଜପତି ମହାରାଜ ଯଦି ଆସି ନିବେଦନ କରନ୍ତି, ତା’ହେଲେ ମହାପ୍ରଭୁ ରଥ ଉପରକୁ ବିଜେ ହୋଇଯିବେ ବୋଲି ଦୃଢ଼ ପ୍ରତ୍ୟୟ ହେଲା। 

Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ

ସେ ରାଜନଅରକୁ ଧାଇଁଲେ। ଗଜପତିଙ୍କୁ ସବୁ କଥା ଜଣାଇଲେ। ଗଜପତିଙ୍କୁ ସେତେବେଳେ ୧୯ ବର୍ଷ। ଏକଥା ଶୁଣିବା ମାତ୍ରେ ଗଜପତି ରଥ ପାଖକୁ ଧାଇଁଲେ। ନା ତାମଜାନ ଥିଲା ନା ପଟୁଆର। ପାଦରେ ଚାଲିଚାଲି ରଥ ଚକଡ଼ାରେ ପହଞ୍ଚି ଶ୍ରୀ ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ରଥରେ ପ୍ରଣାମ କରି ଅଟକି ଯାଇଥିବା ମହାପ୍ରଭୁଙ୍କ ରଥ ନିକଟରେ ପହଞ୍ଚିଲେ। ଭକ୍ତି ଭାବରେ ଦୁଇହାତ ଯୋଡ଼ି ମହାପ୍ରଭୁଙ୍କୁ ନିବେଦନ କଲେ। ସେବକ ଓ ବଡ଼ଦାଣ୍ଡରେ ଭକ୍ତଙ୍କର ଆକୁଳ ନିବେଦନ ଓ ପ୍ରାର୍ଥନା ପରେ ଅଚଳ ଦାରୁବ୍ରହ୍ମ ରଥ ଉପରକୁ ଉଠିଲେ। ହରିବୋଲ ହୁଳହୁଳିରେ ଉଚ୍ଛୁଳି ଉଠିଲା ବଡ଼ଦାଣ୍ଡ। ୧୯୭୨ ମସିହାର ଏହି ଘଟଣାକୁ ଅଙ୍ଗେ ନିଭାଇଥିବା ପ୍ରତିଟି ଭକ୍ତ ଏକଥାକୁ ମନେ ପକାଇବା ବେଳେ ଶିହରିତ ହୋଇ ଉଠନ୍ତି। ଗଜପତି ମହାରାଜ ମାତ୍ର ଦୁଇବର୍ଷ ପୂର୍ବରୁ ରାଜଗାଦିରେ ଅଭିଷିକ୍ତ ହୋଇଥାଆନ୍ତି। ତା’ର ପୂର୍ବ ବ‌ର୍ଷ ୧୯୭୧ ମସିହାରେ ରଥଯାତ୍ରାରେ ପ୍ରଥମ କରି ଛେରା ପହଁରା ସେବା କରିଥାଆନ୍ତି। ଗଜପତି ମହାରାଜ ଏକ ସାକ୍ଷାତକାରରେ କହିଥିଲେ, ମହାପ୍ରଭୁଙ୍କୁ ସେଦିନ କ’ଣ ପ୍ରାର୍ଥନା କରିଥିଲେ ଠିକ୍‌ରେ ମନେ ନାହିଁ। ତେବେ ମହାପ୍ରଭୁ ହେଉଛନ୍ତି ସବୁଠୁ ଓଜନଦାର ଓ ନଟଖଟ ଗୋପାଲ। ତେଣୁ ପ୍ରତ୍ୟେକ ଥର ମହାପ୍ରଭୁ ଟିକେ ଆଳ କରନ୍ତି। ଶେଷରେ ଆସନ୍ତି। ସେତେବେଳକୁ ସେବକମାନେ ଥକି ଯାଇଥାଆନ୍ତି। ପରବର୍ତ୍ତୀ ସମୟରେ ପରିଚାଳନା କମିଟିରେ ଏ ସମ୍ପର୍କରେ ତର୍ଜମା ହେଲା। ଚାରମାଳ ସଙ୍କୁଚିତ ହୋଇଯାଇଥିବା କଥା ଉଠିଲା। ତଥାପି ଦୀର୍ଘ ସମୟ ଯାଏ ଚାରରୁ ରଥ ଉପରକୁ ଉଠୁ ନଥିବା ମହାପ୍ରଭୁ ଯେ ଗଜପତି ଓ ସେବକଙ୍କ ପ୍ରାର୍ଥନା ପରେ ରଥ ଉପରକୁ ବିଜେ କରିଥିଲେ, ଏକଥା ସବୁଦିନ ପାଇଁ ଇତିହାସ ହୋଇ ରହିଗଲା।  

Horoscope 2026 July 09: ଜାଣନ୍ତୁ ଆଜିର ରାଶିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.