Mahanadi water dispute ମହାନଦୀ ଟ୍ରିବ୍ୟୁନାଲ ଉପରେ ଭରସା ନାହିଁ: ମହାନଦୀ ବଞ୍ଚାଅ ଆନ୍ଦୋଳନ

3 weeks ago 10
ARTICLE AD BOX

ଭୁବନେଶ୍ୱର:  ମହାନଦୀ ଟ୍ରିବ୍ୟୁନାଲ ଉପରେ ଆଉ ଭରସା କରାଯାଇ ପାରିବନାହିଁ l ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି ଟ୍ରିବ୍ୟୁନାଲ। ସେଥିପାଇଁ ଟ୍ରିବ୍ୟୁନାଲର ଶୁଣାଣି ବେଳେ ଲାଇଭ୍ ସ୍କ୍ରିନିଂ ସହିତ ସାମ୍ବାଦିକମାନଙ୍କୁ କୋର୍ଟ ପରିସରରେ ରହି ଖବର ସଂଗ୍ରହ କରିବା ପାଇଁ ଆଜି (ସୋମବାର) ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଦାବି କରିଛି l ଦରକାର ପଡ଼ିଲେ ସେଥିପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଚେତାବନୀ ଦେଇଛନ୍ତିl

Mahanadi water dispute: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ୍‌ ଅବଧି ୯ ମାସ ବଢ଼ିଲା, ଆସନ୍ତା ୨୦ରେ ପରବର୍ତ୍ତୀ ଶୁଣାଣି

ବର୍ଷେ ପୂର୍ବେ ଟ୍ରିବ୍ୟୁନାଲରେ ଉଭୟ ରାଜ୍ୟ ଛତିଶଗଡ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଆପୋଷ ବୁଝାମଣା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଗ୍ରହୀ ବୋଲି ଟ୍ରିବ୍ୟୁନାଲ କହିଥିଲେ l ତାକୁ ଆଧାରକରି ମିଳିତ ବୈଷୟିକ କମିଟି ଗଠିତ ହେଲା ଏଵଂ ଏହା ଭିତରେ ୨୧ ଥର ଏହି କମିଟି ବସିଛି ବୋଲି ଓଡିଶାର ଆଡଭୋକେଟ୍ ଜେନେରାଲ ବାରମ୍ବାର ବାରମ୍ବାର ଗଣମାଧ୍ୟମରେ କହୁଛନ୍ତି l କିନ୍ତୁ ଗତ ୧୧ ଜୁଲାଇରେ ଆନୁଷ୍ଠିତ ଟ୍ରିବ୍ୟୁନାଲର ଶୁଣାଣି ସମୟରେ ଅପୋଷ ବୁଝାମଣା ମାଧ୍ୟମରେ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ ମୌଖିକ ଭାବରେ ରାଜି ହୋଇଛି ଏବଂ ଟ୍ରିବ୍ୟୁନାଲ ଆସନ୍ତା ଶୁଣାଣି ସମୟରେ ଲିଖିତ ଭାବରେ ଏହା ଦେବାକୁ କହିବା ସାଧାରଣରେ ସନ୍ଦେହ ସୃଷ୍ଚି କରୁଛି l ବାସ୍ତବରେ କଣ ଆଗରୁ ଏହି ଆପୋଷ ସମାଧାନ ପାଇଁ ଟ୍ରିବ୍ୟୁନାଲଙ୍କୁ ପ୍ରତିଶ୍ରୁତି ଦେଇନଥିଲା! ଓଡ଼ଶା ସରକାର ଓ ଟ୍ରିବ୍ୟୁନାଲ କଣ ଓଡ଼ିଶାବାସୀଙ୍କୁ ଭ୍ରମିତ କରିଥିଲେ? ଯଦି ତାହା ସତ୍ୟ ତେବେ ତାହା ସାଂଘାତିକ ବୋଲି ସଙ୍ଗଠନର ଅବହାକ ଶ୍ରୀ ଦାସ କହିଛନ୍ତିl ପ୍ରତ୍ୟେକଟି ଶୁଣାଣି ସମୟରେ ଲାଇଭ ସ୍କ୍ରିନିଂ ପାଇଁ ସଙ୍ଗଠନ ଦାବି କରିଛି l ସୁପ୍ରିମକୋର୍ଟ ତଥା ହାଇକୋର୍ଟ ଇତ୍ୟାଦିରେ ଲାଇଭ ସ୍କ୍ରିନିଂ ର ବ୍ୟବସ୍ଥା ଥିବାବେଳେ ଟ୍ରିବ୍ୟୁନାଲରେ ତାହା କାହିଁକି ହେବନାହିଁ ବୋଲି ସଂଗଠନ ପ୍ରଶ୍ନ କରିଛି l ଯଦି ଟ୍ରିବ୍ୟୁନାଲ ଏହି ଦାବିକୁ ଗ୍ରହଣ ନକରନ୍ତି ତେବେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କୋର୍ଟର ଆଶ୍ରୟ ନିଆଯିବ ବୋଲି ସାମ୍ବାଦିକ ସମ୍ମୀଳନୀରେ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଗିରିଜା ଶଙ୍କର ଦାସ, ପ୍ରକାଶ ରଥ ପ୍ରମୁଖ ସଙ୍ଗଠନର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି l 

Mahanadi: ମହାନଦୀ ଜଳ ବିବାଦ ପ୍ରସଙ୍ଗ: ତଥ୍ୟର ଅସଙ୍ଗତି ନେଇ ପ୍ରଶ୍ନ ଉଠିଲା

ଅପର ପକ୍ଷରେ ଛତିଶଗଡ଼ ଆପୋଷ ଆଲୋଚନା ମାଧ୍ଯମରେ ଜଳ ବିବାଦର ସମାଧାନ ପାଇଁ ଆଗ୍ରହୀ ବୋଲି କୁହାଯାଉଥିବା ବେଳେ ହୀରାକୁଦର ଜଳ ପରିଚାଳନା ପାଇଁ ଓଡିଶାକୁ ସହଯୋଗ ନକରିବା ଛତିଶଗଡର ଓଡ଼ଶା ପ୍ରତି ପ୍ରତାରଣା କରୁଛି l ଏଥିପାଇଁ ଟ୍ରିବ୍ୟୁନାଲର ବିଚାରପ୍ରକ୍ରିୟା ଓ ଛତିଶଗଡର ପଦକ୍ଷେପଗୁଡିକୁ ନିରନ୍ତର ତଦାରଖ କରିବାକୁ ସଙ୍ଗଠନ ଦାବି କରିଛି 

Read Entire Article
LEFT SIDEBAR AD

Hidden in mobile, Best for skyscrapers.