Magic Button: ଆଇଫୋନ୍‌ ୟୁଜରଙ୍କ ପାଇଁ ଇନ୍‌ଷ୍ଟାଗ୍ରାମ୍‌ର ନୂଆ ମ୍ୟାଜିକ୍‌ ବଟନ୍‌, ଏବେ ସହଜରେ ତିଆରି ହେବ ରିଲ୍‌...

2 weeks ago 8
ARTICLE AD BOX

ଇନ୍‌ଷ୍ଟାଗ୍ରାମ୍‌ ୟୁଜର୍‌ଙ୍କ ପାଇଁ ଆସିପାରେ ଏକ ନୂଆ ଓ ଉପଯୋଗୀ ଫିଚର୍‌। ବିଶେଷକରି ଆଇଫୋନ୍‌ ୟୁଜର୍‌ମାନେ ଏହାର ଫାଇଦା ପାଇପାରନ୍ତି। ରିପୋର୍ଟ ଅନୁସାରେ, ଇନ୍‌ଷ୍ଟାଗ୍ରାମ୍‌ ଏକ ‘ମ୍ୟାଜିକ୍‌ ବଟନ୍‌’ ଫିଚର ଉପରେ କାମ କରୁଛି। ଏହା ସାହାଯ୍ୟରେ ଅଧିକ ସମୟ ନଦେଇ ସହଜରେ ରିଲ୍‌ ତିଆରି କରିହେବ।

କ’ଣ ଏହି ମ୍ୟାଜିକ୍‌ ବଟନ୍‌?

ରିଲ୍‌ ତିଆରି କରିବା ସମୟରେ ଫଟୋ ଓ ଭିଡିଓକୁ ଠିକ୍ ଭାବରେ ସଜାଇବା, ମ୍ୟୁଜିକ୍ ଲଗାଇବା ଓ ଟ୍ରାଞ୍ଜିସନ୍ ଦେବା ପାଇଁ ଅନେକ ସମୟ ଲାଗେ। ଇନ୍‌ଷ୍ଟାଗ୍ରାମ୍‌ର ନୂଆ ମ୍ୟାଜିକ୍‌ ବଟନ୍‌ ଏହି କାମକୁ ସହଜ କରିବାକୁ ଡିଜାଇନ୍ କରାଯାଉଛି। ୟୁଜର୍‌ ନିଜ ଫୋନ୍‌ର ଗ୍ୟାଲେରିରୁ ଫଟୋ ଓ ଭିଡିଓ ବାଛିଲେ, ଏହି ଫିଚର୍‌ ସେଗୁଡ଼ିକୁ ନେଇ ଏକ ରିଲ୍‌ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ।

ଆହୁରି ପଢ଼ନ୍ତୁ- Nepal flood: ନେପାଳ ବନ୍ୟାରେ ଭାସି ଆସିଥିବା ୭ ଜଣଙ୍କ ମୃତଦେହ ଉତ୍ତର ପ୍ରଦେଶରୁ ଉଦ୍ଧାର

ଏଆଇ ମାଧ୍ୟମରେ ହେବ ଏଡିଟିଂ

ମ୍ୟାଜିକ୍‌ ବଟନ୍‌ରେ ଏଆଇ ଟେକ୍ନୋଲୋଜି ବ୍ୟବହାର ହେବ ବୋଲି ଜଣାପଡ଼ିଛି। ଏହା ୟୁଜର୍‌ ଚୟନ କରିଥିବା ଫଟୋ ଓ ଭିଡିଓକୁ ବିଶ୍ଳେଷଣ କରି ରିଲ୍‌ ପାଇଁ ଆବଶ୍ୟକ ଏଡିଟିଂ କରିପାରିବ। ଏହା କ୍ଲିପ୍‌ଗୁଡ଼ିକୁ ସଜାଇବା, ମ୍ୟୁଜିକ୍ ସହିତ ସିଙ୍କ୍ କରିବା ଏବଂ ଟ୍ରାଞ୍ଜିସନ୍ ଦେବା ଭଳି କାମକୁ ସହଜ କରିପାରିବ।

ଆଇଫୋନ୍‌ରେ କିପରି କାମ କରିବ?

ଏହି ଫିଚର୍‌ ଉପଲବ୍ଧ ହେଲେ, ପ୍ରଥମେ ଇନ୍‌ଷ୍ଟାଗ୍ରାମ୍‌ ଖୋଲି ରିଲ୍‌ ତିଆରି କରିବାର ବିକଳ୍ପକୁ ଯିବାକୁ ପଡ଼ିବ। ଏହାପରେ ଫୋନ୍‌ର ଗ୍ୟାଲେରିରୁ ଆବଶ୍ୟକ ଫଟୋ ଓ ଭିଡିଓ ବାଛିବାକୁ ହେବ।
ତା’ପରେ ମ୍ୟାଜିକ୍‌ ବଟନ୍‌ ବ୍ୟବହାର କଲେ, ଚୟନ କରାଯାଇଥିବା ମିଡିଆକୁ ନେଇ ରିଲ୍‌ ପ୍ରସ୍ତୁତ ହୋଇପାରେ। ୟୁଜର୍ସ ଚାହିଲେ ପରେ ନିଜ ଅନୁସାରେ ଏଡିଟ୍ କରିପାରିବେ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିପାରିବେ।

ଆହୁରି ପଢ଼ନ୍ତୁ- Accident: ବିଲାସପୁରରେ ଲ୍ୟାଣ୍ଡିଂ ପରେ ବିମାନର ଟାୟାର ଫାଟିଲା, ୩୫ ଯାତ୍ରୀ ସୁରକ୍ଷିତ

କଣ୍ଟେଣ୍ଟ କ୍ରିଏଟର୍‌ଙ୍କ ପାଇଁ ହେବ ଉପଯୋଗୀ

ରିଲ୍‌ସ ତିଆରି କରୁଥିବା ୟୁଜର୍‌ଙ୍କ ପାଇଁ ଭିଡିଓ ଏଡିଟିଂ ଏକ ସମୟ ନେଉଥିବା କାମ। ବିଶେଷକରି ନୂଆ ୟୁଜରଙ୍କୁ କ୍ଲିପ୍, ମ୍ୟୁଜିକ୍ ଓ ଟ୍ରାଞ୍ଜିସନ୍ ବାଛିବାରେ ସମସ୍ୟା ହୋଇଥାଏ। ମ୍ୟାଜିକ୍‌ ବଟନ୍‌ ଏହି କାମକୁ ଅଧିକ ସହଜ କରିପାରେ। ଫଳରେ କମ୍ ଏଡିଟିଂ ଅଭିଜ୍ଞତା ଥିବା ୟୁଜର୍‌ମାନେ ମଧ୍ୟ ଶୀଘ୍ର ରିଲ୍‌ ପ୍ରସ୍ତୁତ କରିପାରିବେ। ତେବେ, ଏହି ଫିଚର କେବେ ସମସ୍ତ ଆଇଫୋନ୍‌ ୟୁଜର୍‌ଙ୍କ ପାଇଁ ଉପଲବ୍ଧ ହେବ, ସେନେଇ ଏବେଯାଏ ସ୍ପଷ୍ଟ ସୂଚନା ମିଳିନାହିଁ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.