Madhya Pradesh BJP: ମଧ୍ୟପ୍ରଦେଶ ବିଜେପିରେ ବିଦ୍ରୋହ: ଟିକେଟ୍ ନ ମିଳିବାରୁ ନରୋତ୍ତମ ମିଶ୍ରଙ୍କ ସମର୍ଥକଙ୍କ ତାଣ୍ଡବ

3 weeks ago 11
ARTICLE AD BOX

ଦାତିଆ (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶ ଉପନିର୍ବାଚନରେ ବିଜେପିରେ ପ୍ରାର୍ଥୀ ଘୋଷଣାକୁ ନେଇ ଶନିବାର ଏକ ବଡ଼ ଧରଣର ବିଦ୍ରୋହ ସାମ୍ନାକୁ ଆସିଛି। ଆଗାମୀ ଦାତିଆ ବିଧାନସଭା ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ଆଶୁତୋଷ ତିୱାରୀଙ୍କୁ ପ୍ରାର୍ଥୀ କରାଯିବା ପରେ ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନରୋତ୍ତମ ମିଶ୍ରଙ୍କ ସମର୍ଥକମାନେ ଉଗ୍ର ରୂପ ଧାରଣ କରିଛନ୍ତି। ଆଜି  ପ୍ରାୟ ୩,୦୦୦ରୁ ଅଧିକ କ୍ରୋଧିତ ସମର୍ଥକ ଜାତୀୟ ରାଜପଥ-୪୪ କୁ ପ୍ରାୟ ୧୨ ଘଣ୍ଟା ଧରି ସମ୍ପୂର୍ଣ୍ଣ ଅବରୋଧ କରି ରଖିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଦାତିଆ ଏସ୍‌ପି ଏବଂ ଅନ୍ୟ କେତେକ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୬ ଜଣରୁ ଅଧିକ ସୁରକ୍ଷାକର୍ମୀ ପଥରମାଡ଼ରେ ଗୁରୁତର ଆହତ ହୋଇଛନ୍ତି। 

Workshop: ‘ସରକାର ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି’

ପୁଲିସ ଉପରେ ପ୍ରବଳ ପଥର ମାଡ଼   ଏସ୍‌ପିଙ୍କ ସମେତ ଅନେକ ପୁଲିସ କର୍ମଚାରୀ ଆହତ

୧୨ ଘଣ୍ଟା ଧରି ଜାତୀୟ ରାଜପଥ-୪୪ ଅବରୋଧ

ଦାତିଆ ଜିଲ୍ଲାପାଳ ସ୍ୱପ୍ନିଲ ୱାଙ୍ଖଡ଼େ ସୂଚନା ଦେଇଛନ୍ତି ଯେ, ନରୋତ୍ତମ ମିଶ୍ରଙ୍କ ଟିକେଟ୍ କଟିବା ପରେ ତାଙ୍କର ସମର୍ଥକ ବିଜେପି କର୍ମୀମାନେ ଜାତୀୟ ରାଜପଥକୁ ଅବରୋଧ କରି ଯାତାୟାତ ଠପ୍ କରିଦେଇଥିଲେ। ପୁଲିସ ବାରମ୍ବାର ଅବରୋଧ ହଟାଇବାକୁ ଅନୁରୋଧ କରିଥିଲେ ହେଁ ଆନ୍ଦୋଳନକାରୀମାନେ ପୁଲିସ ଗାଡ଼ି ଓ ଅନ୍ୟ ସାଧାରଣ ଯାନବାହନ ଭଙ୍ଗାରୁଜା କରିବା ସହ ଟେକାପଥର ବର୍ଷା କରିଥିଲେ। ପରିସ୍ଥିତି ଅତି ଉଗ୍ର ହେବାରୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ଶେଷରେ ଲୁହବୁହା ଗ୍ୟାସ  ପ୍ରୟୋଗ କରାଯାଇଛି। ଦାତିଆ ଏସ୍‌ପି ମୟୂର ଖଣ୍ଡେଲୱାଲ୍ ପ୍ରକାଶ କରିଛନ୍ତି ଯେ, ୩,୦୦୦ରୁ ଅଧିକ ପ୍ରତିବାଦକାରୀ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡ଼ିବା ସହ ଜବରଦସ୍ତ ବଜାର ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ସହରରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ଦର୍ଶାଇ ପୁଲିସ ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ମାନି ନଥିଲେ। ହିଂସାକାଣ୍ଡ ପରେ କିଛି ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି।

Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼

ଏହି ବିବାଦ ପରେ ବିଜେପି ଜିଲ୍ଲା ସଭାପତି ଏବଂ ସ୍ଥାନୀୟ କାଉନସିଲରଙ୍କ ସମେତ ଦଳର ଅନେକ ବରିଷ୍ଠ କର୍ମକର୍ତ୍ତା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।  ସୂଚନାଯୋଗ୍ୟ, ୨୦୨୩ ମସିହା ବିଧାନସଭା ନିର୍ବାଚନରେ ତତ୍କାଳୀନ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କ ଠାରୁ ପ୍ରାୟ ୭,୫୦୦ରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ। ମାତ୍ର ଚଳିତ ବର୍ଷ ଏପ୍ରିଲ ମାସରେ ଦିଲ୍ଲୀର ଏକ ଅଦାଲତ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀଙ୍କୁ ଏକ ପ୍ରତାରଣା ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଥିଲା। ଏହି କାରଣରୁ ନିର୍ବାଚନ କମିସନ ଦାତିଆ ସମେତ ବିହାର ଓ ଗୁଜରାଟର ମୋଟ୍ ୩ଟି ଆସନରେ ଉପନିର୍ବାଚନ ଘୋଷଣା କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.