Madhuri Dixit: ମାଧୁରୀ ଦୀକ୍ଷିତଙ୍କ ପୁଅ ଅରିନ୍‌ଙ୍କ ସହ ପାର୍ଟିରେ ନଜର ଆସିଲେ ଗର୍ଲଫ୍ରେଣ୍ଡ ଖୁସି

48 minutes ago 1
ARTICLE AD BOX

ମୁମ୍ବାଇ: ମନୀଷ ମଲହୋତ୍ରାଙ୍କ ଦୀପାବଳି ପାର୍ଟିରେ ବଲିଉଡ୍‌ର ଅନେକ ନାମୀଦାମୀ କଳାକାର ଯୋଗ ଦେଇଥିଲେ। ତେବେ ଏହି ପାର୍ଟିରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ ‘ଧକ୍‌ ଧକ୍‌ ଗର୍ଲ’ ମାଧୁରୀ ଦୀକ୍ଷିତଙ୍କ ଭାବୀ ବୋହୂ ବୋଲି ଚର୍ଚ୍ଚା ହେଉଥିବା ଖୁସି। ମାଧୁରୀଙ୍କ ବଡ଼ ପୁଅ ଅରିନ୍ ନେନେ ନିଜର ଗର୍ଲଫ୍ରେଣ୍ଡ ଖୁସିଙ୍କ ସହ ପାର୍ଟିରେ ପହଞ୍ଚିଥିଲେ। ଏହା ସହିତ ଉଭୟ ନିଜ ସମ୍ପର୍କକୁ ସାର୍ବଜନୀନ କରିବାର ଏକ ସଙ୍କେତ ଦେଇଥିବା ଚର୍ଚ୍ଚା ହେଉଛି।

ମାଧୁରୀଙ୍କ ଭାବୀ ବୋହୂଙ୍କୁ ପୁଅ ଅରିନ୍‌ଙ୍କ ‘ସଫ୍ଟ ଲଞ୍ଚ୍’

ମାଧୁରୀ ଦୀକ୍ଷିତଙ୍କ ପୁଅ ଅରିନ୍ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଖୁସି ପ୍ରଥମ ଥର ପାଇଁ ଏକାଠି ସାର୍ବଜନୀନ ଭାବେ ନଜର ଆସିଥିଲେ। ଏହାକୁ ନେଇ ସେମାନଙ୍କ ସମ୍ପର୍କ ଏବେ ଅଧିକ ଚର୍ଚ୍ଚାକୁ ଆସିଛି। ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ୍‌ ହେଉଥିବା ଫଟୋ ଓ ଭିଡିଓରେ ଅରିନ୍ ଏବଂ ଖୁସି, ମାଧୁରୀ ଓ ଡକ୍ଟର ଶ୍ରୀରାମ ନେନେଙ୍କ ସହ କ୍ୟାମେରା ସାମ୍ନାରେ ହସି ହସି ପରିବାର ସହ ଫଟୋ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି।

ପୋଷାକକୁ ନେଇ କହିବାକୁ ଗଲେ, ମାଧୁରୀ ଗୋଲାପୀ ରଙ୍ଗର ଏଥନିକ୍ ଲେହେଙ୍ଗାରେ ବେଶ୍ ସୁନ୍ଦର ଦେଖାଯାଉଥିଲେ। ଡକ୍ଟର ଶ୍ରୀରାମ ନେନେ ଧଳା ରଙ୍ଗର ଷ୍ଟାଇଲିସ୍ ପୋଷାକ ପିନ୍ଧିଥିଲେ। ଅନ୍ୟପଟେ ଅରିନ୍ ନୀଳ ରଙ୍ଗର ଏମ୍ବ୍ରୋଡେରୀ କାମ ଥିବା ଛୋଟ କୁର୍ତ୍ତାରେ ଆକର୍ଷଣୀୟ ଲାଗୁଥିଲେ। ଖୁସି କଳା ରଙ୍ଗର ଲେହେଙ୍ଗା ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଅରିନ୍‌ ଓ ଖୁସିଙ୍କ ମଧ୍ୟରେ ଦେଖିବାକୁ ମିଳିଲା ମଧୁର ସମ୍ପର୍କ

ପାପାରାଜିଙ୍କ କ୍ୟାମେରା ସାମ୍ନାରେ ଏହି ଯୁବ ଯୋଡ଼ିଙ୍କ ମଧ୍ୟରେ ଭଲ ବୁଝାମଣା ଓ ଘନିଷ୍ଠତା ଦେଖିବାକୁ ମିଳିଥିଲା। ଅରିନ୍ ଖୁସିଙ୍କୁ ସ୍ନେହର ସହ ଧରିଥିବା ବେଳେ ଖୁସି ମଧ୍ୟ ତାଙ୍କୁ ଦେଖି ଲାଜେଇ ଯାଉଥିବା ନଜର ଆସିଥିଲେ। ଏହି ଭିଡିଓ ଦେଖିବା ପରେ ସୋସିଆଲ୍ ମିଡିଆରେ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ମତ ଦେଇଛନ୍ତି।

ଜଣେ ୟୁଜର୍‌ ଲେଖିଛନ୍ତି, “କ’ଣ ଏ ଅରିନ୍‌ଙ୍କ ମଙ୍ଗେତର?” ଅନ୍ୟ ଜଣେ ଲେଖିଛନ୍ତି, “ମାଧୁରୀଙ୍କ ବୋହୂ ହେବେ।”

ଦୁଇ ବର୍ଷ ଧରି ଚାଲିଛି ପ୍ରେମ ସମ୍ପର୍କ!

ସୂଚନା ଅନୁଯାୟୀ, ଅରିନ୍ ଓ ଖୁସି ଉଭୟ ଆମେରିକାରେ ପାଠ ପଢ଼ୁଛନ୍ତି। ସେମାନେ ପ୍ରାୟତଃ ସୋସିଆଲ୍ ମିଡିଆରେ ଏକାଠି ବିତାଇଥିବା ସମୟର ଫଟୋ ସେୟାର କରିଥାନ୍ତି। ତେବେ ଉଭୟଙ୍କ ସମ୍ପର୍କ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଚର୍ଚ୍ଚା ହେଉଛି।

ମାଧୁରୀ ଦୀକ୍ଷିତ ଓ ଡକ୍ଟର ଶ୍ରୀରାମ ନେନେଙ୍କ ଦୁଇ ପୁଅ ଅଛନ୍ତି। ବଡ଼ ପୁଅ ଅରିନ୍ ଏବଂ ସାନ ପୁଅ ରିୟାନ୍। ଅରିନ୍ ବଲିଉଡ୍‌ରେ ମଧ୍ୟ ନିଜର ପାଦ ଥାପିଛନ୍ତି। କରଣ ଜୋହରଙ୍କ ବ୍ଲକ୍‌ବଷ୍ଟର୍‌ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର୍‌ ଭାବେ କାମ କରିଥିଲେ।

Ramayana: ‘ରାମାୟଣ’ ଦେଖି ଭାବବିହ୍ୱଳ ଅନୁପମ ଖେର, କହିଲେ ୧୦୦ ବର୍ଷର ଶ୍ରେଷ୍ଠ ଫିଲ୍ମ

Read Entire Article
LEFT SIDEBAR AD

Hidden in mobile, Best for skyscrapers.