Madhu Babu Pension Scheme ମିଳିମିଶି ଖାଇଗଲେ ଦିବ୍ୟାଙ୍ଗ, ବିଧବାଙ୍କ ୩୦ଲକ୍ଷ ଭତ୍ତା ଟଙ୍କା, ୨ ପିଇଓ ଗିରଫ

1 month ago 11
ARTICLE AD BOX

ଭୁବନେଶ୍ବର: ସମାଜର ଗରିବ, ବୃଦ୍ଧବୃଦ୍ଧା, ଦିବ୍ୟା୍ଙ୍ଗ, ବିଧବାଙ୍କ ଭତ୍ତା ଟଙ୍କାକୁ ମଧ୍ୟ ଛାଡ଼ିଲେନାହିଁ। ପୁରୀ ଜିଲ୍ଲାକୁ ଏହି ଯୋଜନାରେ ଆସିଥିବା  ୩୦ଲକ୍ଷ ଟଙ୍କା ହଡ଼ପ କରିଦେଲେ। ଏନେଇ ଜଣାପଡ଼ିବା ପରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଖୋଳତାଡ଼ କରି ପୁରୀ ଜିଲ୍ଲାର ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରିଛି। 

ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ପୁରୀ ସଦର ବ୍ଲକ୍‌ରେ କାମ କରୁଥିବା ସୁଲାମଣି ଜାନି ଓ ଗୋବ ବ୍ଲକ୍‌ରେ କାର୍ଯ୍ୟ କରୁଥିବା ଟୁନା ପ୍ରଧାନ ମିଳିମିଶି ୩୦ଲକ୍ଷ ୭୮ ହଜାର ୬୨୦ ଟଙ୍କା ହଡ଼ପ କରିଛନ୍ତି। 

Madhu Babu Jayanti: ଓଡିଶା ରାଜ୍ୟ ସମବାୟ ୟୁନିଅନରେ ମଧୁ ବାବୁ ଜୟନ୍ତୀ ପାଳିତ

୨୦୨୨ରୁ ୨୦୨୫ ମଧ୍ୟରେ ସୁଲାମଣି ଗଡ଼ମୁର୍ଗଶିର ଓ ଜମାରସୁଆଁରେ ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ମଧୁବାବୁ ପେନ୍‌ସନ ଯୋଜନାର ହିତାଧିକାରୀ ତାଲିକା ଜାଲିଆତି କରିବା ସହ ଗରିବ ଅସହାୟଙ୍କ ପାଇଁଆସିଥିବା ୧୫ଲକ୍ଷ ୭୪ହଜାର ୮୨୦ ଟଙ୍କା ଆତ୍ମସାତ କରିଥିଲେ। ସେହିଭଳି, କଣାସ ବ୍ଲକ ଅନ୍ତର୍ଗତ ସାହୁପଡ଼ା ପଞ୍ଚାୟତର ପିଇଓ ଥିବା ବେଳେ ଅନୈତିକ ଉପାୟ ଅବଲମ୍ବନ କରି ଟୁନା ୧୫ଲକ୍ଷ ୩ହଜାର ୮ଶହ ଟଙ୍କା ଆତ୍ମସାତ କରିଛନ୍ତି। ଏନେଇ ଅଭିଯୋଗ ପରେ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌) ୧୩ ଓ ୧୪/୨୦୨୬ରେ ଦୁର୍ନୀତି ନିବାରଣ ସଂଶୋଧନ ଆଇନ ୨୦୧୮ର ଧାରା ୧୩(୨) ଓ ୧୩(୧) ଏବଂ ବିଏନ୍‌ଏସ୍‌ର ଧାରାରେ  ଦୁଇଟି ପୃଥକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ  ସ୍ବତନ୍ତ୍ର ଭିଜିଲାନ୍‌ସ କୋର୍ଟ ଚାଲାଣ କରିଛି। 

Madhubabu Pension Scheme: ମଧୁବାବୁ ପେନ୍‌ସନ୍‌ ଯୋଜନା: ସାମିଲ ହେବେ ଆଉ ୬ ଲକ୍ଷ, ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ ଆଲୋଚନା

ସମ୍ପ୍ରତି ସେମାନଙ୍କ ଆୟବହିର୍ଭୁତ ସମ୍ପତ୍ତି ଆଦି ନେଇ ତଦନ୍ତ ଜାରି ରହିଥିବା ଭିଜିଲାନ୍‌ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.