ARTICLE AD BOX
କୋଇଡା: ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଥିବା ତାରିଣୀ ମହିମାଙ୍କର ତାରିଣୀ ବ୍ରତ ଯାହାକି ରଥଯାତ୍ରା ସହିତ ବେଶ ଜଡିତ। ରଥଯାତ୍ରାରୁ ବାହୁଡା ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କର ଚାଲିଥିବା ସମସ୍ତ ରୀତିନୀତି ମଧ୍ୟରୁ ଏହି ବ୍ରତ ହେଉଛି ଅନ୍ୟତମ। ଏହି ବ୍ରତକୁ ମା ତାରିଣୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଦିନ ପାଳନ କରାଯାଇଥାଏ। ପୁରାଣ ଅନୁଯାୟୀ ସମସ୍ତ ବିପଦରୁ ମୁକ୍ତି ପାଇବା ପାଇଁ ଏହି ବ୍ରତକୁ ପାଳନ କରାଯାଇଥାଏ। ପରମ୍ପରା ଅନୁଯାୟୀ ରଥଯାତ୍ରା ଏବଂ ବାହୁଡା ଯାତ୍ରା ମଧ୍ୟରେ ଶ୍ରୀଜିଉ ମାଉସୀ ମା ମନ୍ଦିରରେ ଥିବା ସମୟରେ ଯେଉଁ ମଙ୍ଗଳବାରଟି ପଡିଥାଏ ସେହି ଦିନ ଏହି ବ୍ରତ ପାଳନ କରାଯାଏ।
ବିଭିନ୍ନ ଶକ୍ତି ପୀଠରେ ମହିଳାମାନେ ଏହି ତାରିଣୀ ବ୍ରତକୁ ନିଷ୍ଠାର ସହ ପାଳନ କରିଥାନ୍ତି। ଏହି ତାରିଣୀ ବ୍ରତ ଅବସରରେ ଘଟଗାଁ ମା ତାରିଣୀ ପିଠରେ ହଜାର ହଜାର ସଂଖ୍ଯାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ । ଏହି ଦିନ ମହିଳାମାନେ ମା'ଙ୍କ ବ୍ରତ ପାଳନ କରି ନିଜ ପରିବାର ପାଇଁ ମଙ୍ଗଳ କାମନା କରିଥାନ୍ତି । ତେବେ ଏହି ବ୍ରତକୁ ବିପଦା ତାରିଣୀ ବ୍ରତ ବୋଲି ମଧ୍ୟ କୁହାଯାଏ।
ଆହୁରି ପଢନ୍ତୁ :UP Cabinet Decision: ୟୁପି କ୍ୟାବିନେଟର ବଡ଼ ନିଷ୍ପତ୍ତି: ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦେବେ ଯୋଗୀ ସରକାର
ଏ ନେଇ କୋଇଡା ଖଣି ଅଞ୍ଚଳ ସ୍ଥିତ ମା ତାରିଣୀଙ୍କ ମନ୍ଦିରରେ ମଧ୍ଯ ଚାଲିଛି ରିତିନିତି ପୂଜାର୍ଚ୍ଚନା । ଏହି ଅବସରରେ ଭକ୍ତଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ବ୍ରତଧାରୀ ମା'ଙ୍କ କୃପା, ସୁଖ, ଶାନ୍ତି, ସନ୍ତାନ ମଙ୍ଗଳ ଓ ସମୃଦ୍ଧିର କାମନାରେ ଶ୍ରଦ୍ଧାଭକ୍ତି ସହ ପାଳନ କରୁଛନ୍ତି ଓ ମା' ତାରିଣୀଙ୍କ ଅସୀମ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସ୍ୱାସ୍ଥ୍ୟ ଓ ସମୃଦ୍ଧି ଭରିଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

1 week ago
7


