LPG: ୩୦ ଦିନର ଏଲ୍‌ପିଜି ମହଜୁଦ ଯୋଜନା

1 month ago 13
ARTICLE AD BOX

ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଶରେ ଏଲ୍‌ପିଜି ସଙ୍କଟ ଭାରତର ଚିନ୍ତା ବଢ଼ାଇ ଦେଇଥିଲା। ଘରୋଇ ଏଲ୍‌ପିଜି ଯୋଗାଣକୁ ସ୍ବାଭାବିକ ରଖିବା ପାଇଁ ସରକାର ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ କଟକଣା ଲଗାଇଥିଲେ। ଭବିଷ୍ୟତରେ ଯେଭଳି ସେଭଳି ସ୍ଥିତି ନ ଉପୁଜିବ ତାହାକୁ ଦୃଷ୍ଟିରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଦେଶରେ ହାରାହାରି ୩୦ ଦିନ ପାଇଁ ଏଲ୍‌ପିଜି ମହଜୁଦ ରଖିବା ଲାଗି ଯୋଜନା କରୁଛନ୍ତି। ୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଏଥିପାଇଁ ଉଦ୍ୟମ ଚଳାଇଛନ୍ତି। ତୈଳ କମ୍ପାନିଙ୍କ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ(ବିପିସିଏଲ୍) ଏହାର ମୋଟ ଏଲ୍‌ପିଜି ମହଜୁଦ କ୍ଷମତା ପାଖାପାଖି ଦୁଇଗୁଣା କରି ୩୪୦ ହଜାର ମେଟ୍ରିକ ଟନରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି। 

LPG Cylinder Price: ଆଜିଠାରୁ ଶସ୍ତା ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର

ବର୍ତ୍ତମାନ ଏହା ପ୍ରାୟ ୨୦୦ ହଜାର ମେଟ୍ରିକ ଟନ ପାଖାପାଖି ରହିଛି। କମ୍ପାନିକୁ ଏଥିପାଇଁ ୫୦୦୦ କୋଟି ଟଙ୍କା ନିବେଶ କରିବାକୁ ହେବ। ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚ୍‌ପିସିଏଲ୍‌) ଏବଂ ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ୍)ର ସଂପ୍ରସାରଣ ଯୋଜନା ଡ୍ରଇଂ ବୋର୍ଡ ସ୍ତରରେ ରହିଛି। ଯଦିଓ ଏଲ୍‌ପିଜି ମହଜୁଦ ପରିମାଣ ୩୦ ଦିନ ପାଇଁ ବଢ଼ାଯିବା ଯୋଜନା ରହିଛି ତଥାପି ଏହାର ପଦ୍ଧତି ସଂପର୍କରେ ଅଧିକ ଅନୁଧ୍ୟାନ ହେଉଛି। ଦେଶରେ ଏଲ୍‌ପିଜିର ମୋଟ ବ୍ୟବହାର, ଆମଦାନି କିମ୍ବା ବିପଦରେ ଥିବା ଆମଦାନି ଆଧାରରେ ଏହା ନିର୍ଦ୍ଧାରଣ ହେବ ସେ ନେଇ ବିଚାରବିମର୍ଶ ଚାଲିଛି।

Domestic LPG price: ଘରୋଇ ଏଲ୍‌ପିଜି ଦର ୨୯ ଟଙ୍କା ବଢ଼ିଲା

ସରକାରଙ୍କୁ ଏ ସଂପର୍କରେ କମ୍ପାନିଗୁଡ଼ିକ ୩ଟି ପ୍ରସ୍ତାବ ଦେଇଛନ୍ତି। ସରକାର ସେଥିରୁ ଯେଉଁଟିକୁ ଚୟନ କରିବେ ସେହି ଅନୁସାରେ ନିବେଶ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଭାରତ ଏହାର ମୋଟ ଏଲ୍‌ପିଜି ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଆମଦାନି କରିଥାଏ। ସେଥିରୁ ୯୦ ପ୍ରତିଶତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.