Lower Suktel Dam: ଲୋୟର ସୁକତେଲ ଡ୍ୟାମ୍‌ରେ ପାଣି ରଖିବାକୁ ନିର୍ଦ୍ଦେଶ: ଜଳଭଣ୍ଡାର ପରିସରରେ ୧୬୩ ଧାରା

2 days ago 1
ARTICLE AD BOX

ବଲାଙ୍ଗୀର: ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଲୋୟର୍‌ ସୁକତେଲକୁ ନେଇ ଚର୍ଚ୍ଚା ସରଗରମ ରହିଛି। ସେପ୍ଟେମ୍ବର ମାସରେ ଏଠାରୁ ପ୍ରଥମଥର ପାଇଁ ଜଳସେଚନ ଉଦ୍ଦେଶ୍ୟରେ ପାଣି ଛଡ଼ାଯିବ। ବୁଡ଼ି ଅଞ୍ଚଳର ଲୋକଙ୍କୁ ବିସ୍ଥାପନ ପାଇଁ କସରତ ଚାଲିଥିବାବେଳେ ଲଗାଣ ବର୍ଷା ଡ୍ୟାମ୍‌ ପ୍ରୋଟୋକଲ୍‌ ଉପରେ ପ୍ରଭାବ ପକାଇଛି। ଡ୍ୟାମ୍‌ରୁ ବର୍ତ୍ତମାନ ଗୋଟିଏ ଗେଟ୍‌ ଦ୍ବାରା ଜଳ ନିଷ୍କାସନ ଚାଲିଛି। ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୨୦୬ ମିଟର୍‌ ଯାଏଁ ପାଣି ରଖିବାକୁ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଉଭୟ ଜିଲ୍ଲାପାଳ ଏବଂ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଏହି ଚିଠି ଜାରି ହୋଇଛି। ତେବେ ପୁନର୍ବାର ଆଉ ଗୋଟିଏ ଚିଠିରେ ଡ୍ୟାମ୍‌ର ପ୍ରୋଟୋକଲ୍‌ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ କୁହାଯାଇଛି।

Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ

ଜଳଭଣ୍ଡାର ପରିସରରେ ୧୬୩ ଧାରା 
ଗାଧୁଆ, ମାଛଧରା ଓ ସେଲ୍‌ଫି ଉପରେ କଟକଣା

କୁମିଆପାଲିରେ ପାଣି ଘେରରେ ଥିବା ୮୪ଟି ପରିବାରର ସୁରକ୍ଷାକୁ ଧ୍ୟାନ ଦେବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇଙ୍କ କହିବା ଅନୁସାରେ, କୌଣସି ନିର୍ଦ୍ଦେଶାନାମା କାର୍ଯ୍ୟକାରୀ କରିବା ପୂର୍ବରୁ ଡ୍ୟାମ୍‌ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଥାଏ। ରାଜ୍ୟ ଡ୍ୟାମ୍‌ ସୁରକ୍ଷା ସଂଗଠନ ସ୍ଥିତି ସମୀକ୍ଷା କରିବା ପରେ ଜାତୀୟ ଡ୍ୟାମ୍‌ ସୁରକ୍ଷା ସଂଗଠନକୁ ରିପୋର୍ଟ ଦେଇଥାଏ। ସେଠାରୁ ନିର୍ଦ୍ଦେଶାନାମା ମଞ୍ଜୁର ହେବା ପରେ ଯାହା ପଦକ୍ଷେପ ଗ୍ରହଣ ହେବ ବୋଲି ଶ୍ରୀ ଭୋଇ କରିଛନ୍ତି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୨୦୦ ମିଟର୍‌ ରହିଛି। ୨୦୩ ମିଟର୍‌ ଯାଏଁ ସବୁ କିଛି ନିୟନ୍ତ୍ରଣରେ ରହିବ। ଅଗଷ୍ଟ ମାସର ପ୍ରୋଟୋକଲ୍‌ ଅନୁସାରେ ପୁଣି ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

Letter writing campaign: ‘ଢାଇ ଅକ୍ଷର’ ପତ୍ର ଲିଖନ ଅଭିଯାନ; କେମିତି ସାମିଲ ହେବେ ଛାତ୍ରଛାତ୍ରୀ ଜାଣନ୍ତୁ

ଲୋୟର ସୁକତେଲ ଡ୍ୟାମ୍ ପରିସରରେ ନିରାପତ୍ତା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ୧୬୩ ଧାରା ଲାଗୁ କରିଛି। ଉପଜିଲ୍ଲାପାଳ ଆଲୋକ ପଟେଲ ପ୍ରକଳ୍ପ ଅଞ୍ଚଳରେ ନିଷେଧାଦେଶ ଜାରି କରିଛନ୍ତି। ବର୍ଷାରେ ଜଳଭଣ୍ଡାର ଫୁଲି ଥିବାରୁ ବହୁସଂଖ୍ୟାରେ ଲୋକ, ପର୍ଯ୍ୟଟକ ଏବଂ ଅନଧିକୃତ ବ୍ୟକ୍ତି ଡ୍ୟାମ୍‌ର ଜଳାଶୟ ଓ ସ୍ପିଲ୍‌ୱେ ଅଞ୍ଚଳରେ ଯାତାୟାତ କରୁଛନ୍ତି। ଜଳସ୍ତର ବୃଦ୍ଧି, ସ୍ପିଲ୍‌ୱେ ଗେଟ୍‌ରୁ ଜଳ ନିଷ୍କାସନ ଯୋଗୁଁ ଜନଜୀବନ ପ୍ରତି ବିପଦ ରହିଛି। ଡ୍ୟାମ୍‌ର ମୁଖ୍ୟ କାନ୍ଥ, ବନ୍ଧ, ସ୍ପିଲ୍‌ୱେ, ଜଳାଶୟ କୂଳ ଏବଂ ନିୟନ୍ତ୍ରଣ କକ୍ଷ ଅଞ୍ଚଳକୁ ଜନସାଧାରଣଙ୍କ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଡ୍ୟାମ୍ ଓ ଜଳାଶୟ ନିକଟରେ ଗାଧୋଇବା, ଡଙ୍ଗା ଚଳାଇବା, ମାଛ ଧରିବା, ସେଲ୍‌ଫି ଆଦି ଉପରେ କଟକଣା ଲାଗୁ ହୋଇଛି। ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.