Low-carbon building: ପ୍ରତିଷ୍ଠା ହେବ ସ୍ୱଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଉତ୍କର୍ଷ କେନ୍ଦ୍ର, ତ୍ରୈପାକ୍ଷିକ ଚୁକ୍ତିପତ୍ର ସ୍ବାକ୍ଷର

3 weeks ago 10
ARTICLE AD BOX

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ସ୍ବଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଓ ସ୍ଥାୟୀ ବିକାଶ ଉତ୍କର୍ଷ କେନ୍ଦ୍ର। ଯେଉଁଠି ସିଏନ୍‌ଡି(କନ୍‌ଷ୍ଟ୍ରକ୍‌ସନ୍‌ ଆଣ୍ଡ୍‌ ଡିମୋଲିସନ୍‌) ବର୍ଜ୍ୟ ପ୍ରକ୍ରିୟାକରଣ ଉପରେ ସବୁ ସହରାଞ୍ଚଳର ଅଧିକାରୀ, ଯନ୍ତ୍ରୀ, ଦାୟିତ୍ବନ୍ୟସ୍ତ ଠିକାସଂସ୍ଥାର ଅଧିକାରୀ, କର୍ମଚାରୀମାନେ ପ୍ରଶିକ୍ଷଣ ନେବେ ଓ ନିଜ ନିଜ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିବେ। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଜି ଓଡ଼ିଶା ଅର୍ବାନ ଏକାଡେମୀ, ଭୁବନେଶ୍ବର ଆଇଆଇଟି ଓ ଡେଭ୍‌ଲପ୍‌ମେଣ୍ଟ ଅଲ୍‌ଟର୍‌ନେଟିଭ୍‌ସ ମଧ୍ୟରେ ତ୍ରୈପାକ୍ଷିକ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି। ଏହା ଜଳବାୟୁ ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆଜି ଓଡ଼ିଶା ଅର୍ବାନ ଏକାଡେମୀ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ଅର୍ବାନ ଏକାଡେମୀ ପକ୍ଷରୁ ନିର୍ଦ୍ଦେଶକ ଶୁଭେନ୍ଦୁ ସାହୁ, ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସ୍କୁଲ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରଫେସର ଦିନକର ପାସଲା ଓ ଡେଭ୍‌ଲପ୍‌ମେଣ୍ଟ ଅଲ୍‌ଟର୍‌ନେଟିଭ୍‌ସ ପକ୍ଷରୁ ସିଇଓ ଶାଶ୍ୱତ ପାଟରା ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି। ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ଡ. ମହାପାତ୍ର, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ। ନିର୍ମାଣ ବର୍ଜ୍ୟ ପରିଚାଳନା ପାଇଁ ଓଡ଼ିଶା ଅର୍ବାନ ଏକା‌ଡେମୀ ଦକ୍ଷତା ବିକାଶ ପ୍ରଶିକ୍ଷଣ, ଆଇଆଇଟି ଭୁବନେଶ୍ବର ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ଜ୍ଞାନ ଏବଂ ଡେଭଲପ୍‌ପେଣ୍ଟ ଅଲ୍‌ଟର୍‌ନେଟିଭ୍‌ସ ନିର୍ମାଣ ବର୍ଜ୍ୟ ପ୍ରକଳ୍ପ ପରିଚାଳନାରେ ସହଯୋଗ କରିବ। ଏ ବାବଦ ସମସ୍ତ ଖର୍ଚ୍ଚ ନଗର ଉନ୍ନୟନ ବିଭାଗ ବହନ କରିବ।

କ ଚୁକ୍ତିପତ୍ର ସ୍ବାକ୍ଷର, ନିର୍ମାଣ ବତ୍ରୈପାକ୍ଷିର୍ଜ୍ୟ ଉପରେ ଅଧିକାରୀ, ଯନ୍ତ୍ରୀ ନେବେ ପ୍ରଶିକ୍ଷଣ

Weekly Horoscope 2026 July 12 to 18: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି,  ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଓ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣରେ ଏହି ପ୍ରକଳ୍ପର ଯୋଗଦାନ ରହିବ। ସହରୀ ବିକାଶରେ ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଭିତ୍ତିଭୂମି ଓ ଦକ୍ଷ ନାଗରିକ ସେବା ଜରିଆରେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଆମର ଲକ୍ଷ୍ୟ। ଏହି ଉତ୍କର୍ଷ କେନ୍ଦ୍ର ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଜ୍ଞାନ ଦେବ ଓ ନୂତନ ଦିଗ ଉନ୍ମୁକ୍ତ କରିବ। ପ୍ରଥମ ପର୍ଯ୍ୟାୟରେ ଦ୍ରୁତ ସହରୀକରଣରେ ଆଗରେ ଥିବା ଭୁବନେଶ୍ବର, କଟକ, ଖୋର୍ଦ୍ଧା, ଜଟଣୀ, ପିପିଲିରୁ ନିର୍ଗତ ନିର୍ମାଣ ବର୍ଜ୍ୟର ପରିଚାଳନା ପାଇଁ ବିସ୍ତୃତ ରୋଡ୍‌ମ୍ୟାପ ପ୍ରସ୍ତୁତ ହେବ। ଏଠାରେ ନିର୍ମାଣ ବର୍ଜ୍ୟର ପରିଚାଳନା ତଥା ପୁନଃପ୍ରକ୍ରିୟାକରଣ ପାଇଁ ଏକ ଡିପିଆର ପ୍ରସ୍ତୁତ ହେବ। ବୈଷୟିକ ଓ ବୈଜ୍ଞାନିକ ପଦ୍ଧତିରେ ଏଠାରୁ ନିର୍ଗତ ନିର୍ମାଣ ଭଗ୍ନାଂଶକୁ ପୁନଃପ୍ରକ୍ରିୟାକରଣ କରି ପେଭର୍‌ ବ୍ଲକ ଭଳି ନାନାଦି ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କରାଯିବ। ଅଧିକାରୀ ଓ ସଂପୃକ୍ତ ସଂସ୍ଥାର ପଦାଧିକାରୀମାନେ ଏହି ଉତ୍କର୍ଷ କେନ୍ଦ୍ରରୁ ଏ ସଂପର୍କିତ ଜ୍ଞାନ ଆହରଣ କରିବେ। ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ସହରାଞ୍ଚଳରେ ଏହି ମଡେଲ୍‌ କାର୍ଯ୍ୟକାରୀ କରାଯିବ। ଏହା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସାଜିବ ବୋଲି ମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ ତଥା ଏସ୍‌ବିଏମ(ଅର୍ବାନ)ର ମିସନ ନିର୍ଦ୍ଦେଶକ ବିନୟ କୁମାର ଦାଶଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.