Love affair: ପ୍ରେମ ସମ୍ପର୍କ ହେଲା କାଳ: ଖଣ୍ଡାରେ ହାଣିଦେଲେ, ରକ୍ତରେ ଭିଜିଲା ଦୋକାନ ଘର

2 days ago 1
ARTICLE AD BOX

ଭୁବନେଶ୍ୱର/ ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ ଛକ ଗାୟତ୍ରୀ ବସ୍ତିରେ ପାନଦୋକାନୀ ତଥା ଶିଶୁପାଳଗଡ଼ ମହାବୀର ଲେନ୍‌ ଅଞ୍ଚଳର ଜୀତେନ୍ଦ୍ର କାଣ୍ଡି ଓରଫ ଜିତୁ(୩୨)ଙ୍କୁ ୫/୫ ଜଣ ଦୁର୍ବୃତ୍ତ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ହାଣି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଦୋକାନ ଭିତରୁ ଜିତୁଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ ପରେ ବ୍ୟବଚ୍ଛେଦ ପାଇଁ ମୃତଦେହୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଛି। ସେହିପରି ହତ୍ୟାାଣ୍ଡରେ ସମ୍ପୃକ୍ତ ୨ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ବଶିଷ୍ଠନଗର କେନାଲ୍‌ ରୋଡ୍‌ ଅଞ୍ଚଳର ଶୁଭମ ଦାସ(୧୯) ଓ ଗାୟତ୍ରୀ ବସ୍ତିର ବିଶ୍ବନାଥ ବେହେରା ଓରଫ ବାବୁନା(୨୪)। ପୁଲିସ ସେମାନଙ୍କଠାରୁ ଗୋଟିଏ କଟୁରି ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସ୍ଥିତି ଲାଗିରହିଥିବାରୁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Illegal Firecrackers: ଲାଇସେନ୍ସପ୍ରାପ୍ତ ଦୋକାନରେ ବେଆଇନ ବାଣ ବିକ୍ରି; ପୁଲିସର ଚଢ଼ଉରେ ଖୁଲାସା

ଜିତୁଙ୍କ ୨ବର୍ଷର ଝିଅ ଥିବା ବେଳେ ନିଶା କାରବାର କରୁଥିବା ବସ୍ତିର ଜଣେ ମହିଳାଙ୍କ ଝିଅ ସହ ତା’ର ପ୍ରେମ ସମ୍ପର୍କ ଗଡ଼ି ଉଠିଥିଲା। ଯାହାକୁ ନେଇ ବାବୁନା, ଶୁଭମ ଓ ଅନ୍ୟମାନଙ୍କ ସହ ବିବାଦ ଦେଖାଦେଇଥିଲା। ଏମିତିକି ୧୦ଦିନ ତଳେ ସେମାନଙ୍କ ଭିତରେ ଭୀଷଣ ଝଗଡ଼ା ହୋଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ଭିତରେ ବୁଝାମଣା ହୋଇଥିଲା। ଉପରକୁ ଦେଖାଦେଉଥିବା ବୁଝାମଣା ଭିତରେ ଭିତରେ ତ୍ରୀବ୍ର ରୂପ ନେଇଥିଲା।  ଗୁରୁବାର ରାତି ପାଖାପାଖି ୧୦ଟା ସମୟରେ ଜିତୁ ବସ୍ତିର ପାନଦୋକାନକୁ ଆସିଥିବା ବେଳେ ସେଠାରେ ଥିବା ବାବୁନା, ଶୁଭମ, ଗଙ୍ଗାଧର, ଚଗୁ, ଗୋପାଳ ସହ ଯୁକ୍ତିତର୍କ ହୋଇଥିଲା। ପାଟିତୁଣ୍ଡ ପରେ ଜିତୁ ସେଠାରୁ ପଳାଇଥିଲା। ଅଭିଯୁକ୍ତମାନେଜିତୁଙ୍କୁ ହତ୍ୟା କରିବା ଯୋଜନା ମୁତାବକ ଜିତୁଙ୍କୁସମାଧାନ ପାଇଁ ଫୋନ୍‌ କରିଡାକିଥିଲେ। ଜିତୁ ସେମାନଙ୍କ ଚାଲ୍‌ ବୁଝି ନପାରି ପହଞ୍ଚିବା ପରେ ସମସ୍ତେ ପାନଦୋକାନରେ ମିଶି ମଦ ପିଇଥିଲେ। ଜିତୁଙ୍କୁ ଅଧିକ ମଦ ପିଆଇବା ପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ନିଶାରେ ଚୁର୍‌ ଥିବା ଜିତୁ ଜୀବନ ବିକଳରେ ଦୌଡ଼ିଥିଲେ ବି ଅଭିଯୁକ୍ତ ତାଙ୍କୁ ଛାଡ଼ିନଥିଲେ। ଗୋଡ଼ାଇ ‌ଗୋଡ଼ାଇ ଖଣ୍ଡା, କଟୁରୀ ଆଦି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଜିତୁ ତଳେ ପଡ଼ିଯିବା ପରେ ପଥରରେ ମୁଣ୍ଡକୁ ଛେଚି ଅଭିଯୁକ୍ତମାନେ ସେଠାରୁ ବଶିଷ୍ଟନଗରକୁ ଯାଇ ଏକ ଘରେ ଲୁଚିଥିଲେ। ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକ ଜିତୁଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖି ପୁଲିସକୁ ଜଣାଇଥିଲେ।  ଲିଙ୍ଗରାଜ ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି ଖୋଳତାଡ଼ ଆରମ୍ଭ କରିଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶୁଭମ ଓ ବାବୁନାକୁ ଗିରଫ କରିଥିଲା।

Flood In Bhadrak: ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା; ଯୋଗାଯୋଗ ବିଚ୍ଛିନ୍ନ

ଶବ ରଖି ଧାରଣାରେ ବସିଲେ

ହତ୍ୟାକାଣ୍ଡକୁ ନେଇ ଲିଙ୍ଗରାଜ ଥାନା ଅଞ୍ଚଳରେ ଦିନ ତମାମ ଉତ୍ତେଜନା ଲାଗି ରହିଥିଲା। ଜିତୁଙ୍କ ପରିବାରଙ୍କୁ କ୍ଷତିପୂରଣ ସହ ନିଶା ବେପାରୀଙ୍କ ଘର ଓ ବସ୍ତି ଭାଙ୍ଗିବା ଦାବିରେ ସ୍ଥାନୀୟ ଲୋକେ ରାସ୍ତାରେ ମୃତଦେହ ରଖି ଧାରଣାରେ ବସିଥିଲେ। ଅପରାହ୍ଣ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଧାରଣାରେ ବସିବା ପରେ ଡିସିପି ଜଗମୋହନ ମୀନା, ଏସିପି ଓ ଥାନା ଅଧିକାରୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ରେଡ଼୍‌କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ଦିଆଯିବା ସହ ସମସ୍ତ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ପରେ ଉତ୍ତ୍ୟକ୍ତଲୋକ  ରାସ୍ତାରୁ ହଟିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.