Lord Mahaprabhu: ମହାପ୍ରଭୁଙ୍କର ସବୁଠୁ ପ୍ରୀତିପଦ ସ୍ଥାନ ‘ଗୁଣ୍ଡିଚା ବାଡ଼ି’

2 weeks ago 12
ARTICLE AD BOX

ପୁରୀ: ମହାପ୍ରଭୁଙ୍କର ସବୁଠୁ ପ୍ରୀତିପଦ ସ୍ଥାନ ‘ଗୁଣ୍ଡିଚା ବାଡ଼ି’। ଚତୁର୍ଦ୍ଧା ବିଗ୍ରହ ଗୁଣ୍ଡିଚା ମନ୍ଦିରରେ ଆବିର୍ଭାବ ହୋଇଥିବାରୁ ଏହା ଜନ୍ମସ୍ଥାନ ବୋଲି କଥିତ ରହିଛି। ତେଣୁ ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଏଠାକୁ ନଅ ଦିନ ବ୍ୟାପୀ ଯାତ୍ରାରେ ଆସନ୍ତି। ରାଜର୍ଷି ତଥା ମିଥିଳାପୁରର ରାଜା ଜନକ ଏହିଠାରେ ଯଜ୍ଞ କରି ଦେବୀ ସୀତାଙ୍କୁ କନ୍ୟା ରୂପରେ ପାଇଥିବା ନେଇ ଅବତାରଣା କରାଯାଇଛି। ପଣ୍ଡିତ ସୂର୍ଯ୍ୟ ନାରାୟଣ ଦାଶ କ୍ଷେତ୍ରର ପ୍ରାଚୀନତା ସମ୍ପର୍କରେ ତାଙ୍କ ପୁସ୍ତକରେ ବାଲ୍ମିକୀ ରାମାୟଣର ଆଦ୍ୟକାଣ୍ଡର ବର୍ଣ୍ଣନା ମତେ ଏହି ଯଜ୍ଞ ଭୂମିକୁ ରାଜା ଜନକଙ୍କ ଯଜ୍ଞସ୍ଥଳ ଭାବେ ଅଭିହିତ କରିଛନ୍ତି।

FIFA: ବିଶ୍ବକପ୍‌ ପାଇଁ ନ୍ୟୁଜର୍ସିରେ ପୁରୁଣା ଲଢ଼େଇ

ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ନେଇ ଭିନ୍ନ ମତ ରହିଛି। ପ୍ରାବନ୍ଧିକ ଗୌରୀ କୁମାର ବ୍ରହ୍ମା ତାଙ୍କ ରଚିତ ‘ଶ୍ରୀକ୍ଷେତ୍ର ଭ୍ରମଣ’ ପୁସ୍ତକରେ ଏହାର କିଂବଦନ୍ତି ବାଢ଼ିଛନ୍ତି। ଅବନ୍ତୀ ରାଜା ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାରୁ ତାଙ୍କୁ ସ୍ବପ୍ନରେ ଆଦେଶ ହେଲା, ତୁମେ ଯାଇ ଚକ୍ରତୀର୍ଥ ନିକଟ ସମୁଦ୍ରକୂଳରେ ଛିଡ଼ା ହେବ। ସେଠାରେ ଏକ କାଠଖଣ୍ଡ ଭାସି ଆସୁଥିବା ଦେଖିବା ପରେ ତାକୁ ଆଣି ସେଥିରେ ମୋର ମୂର୍ତ୍ତି ତିଆରି କରି ପୂଜା କରିବ। ରାଜା ସ୍ବପ୍ନାଦେଶ ପୂର୍ବକ ସେୟା କଲେ। ତେବେ ବିଗ୍ରହ ନିର୍ମାଣ ପାଇଁ ବଢ଼େଇମାନଙ୍କୁ କୁହାଯିବାରୁ ସେମାନେ କହିଲେ, ଆମେ ତ ବିଷ୍ଣୁଙ୍କୁ ଦେଖିନାହୁଁ, ତାଙ୍କ ମୂର୍ତ୍ତି କେମିତି ଗଢ଼ିବୁ। ଚାରିଆଡ଼େ ଏନେଇ ଭାଳେଣି ପଡ଼ିଗଲା। ଦିନେ ଜଣେ ବଢ଼େଇ ଆସି କହିଲେ, ମୁଁ ବିଷ୍ଣୁଙ୍କୁ ଦେଖିଛି। ତାଙ୍କ ମୂର୍ତ୍ତି ମୁଁ ତିଆରି କରିବି। କିନ୍ତୁ ଗୋଟିଏ ଘରେ କବାଟ ଝରକା ସବୁ ବନ୍ଦ ହୋଇ ରହିବ। ତା’ ଭିତରେ ମୁଁ ମୂର୍ତ୍ତି ତିଆରି କରିବି। ୨୧ ଦିନ ପର୍ଯ୍ୟନ୍ତ ସେ ଘରର ଝରକା କବାଟ କେହି ଖୋଲିବ ନାହିଁ। ତାହା ହିଁ ହେଲା। କାମ ଚାଲିଲା। କିନ୍ତୁ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ରାଣୀ ଭାରି ଦୟାବତୀ ଥିଲେ। ସେ ଭାବିଲେ, କାଳେ ଉକ୍ତ ବଢ଼େଇ ଜଣକ ବନ୍ଦ ଘର ଭିତରେ ରୁନ୍ଧି ହୋଇ ମରିଯିବେ। ତେଣୁ କଣ୍ଟ ପୂରିବା ପୂର୍ବରୁ କବାଟ ଖୋଲି ଦେବାକୁ କହିଲେ। କବାଟ ଖୋଲାଗଲା। କିନ୍ତୁ ଘର ଭିତରେ ବଢ଼େଇକୁ କେହି ପାଇଲେ ନାହିଁ। ବଢ଼େଇ ରୂପରେ ଯେ ସ୍ବୟଂ ମହାପ୍ରଭୁ ଆସିଥିଲେ, ଏକଥା ବୁଝିସାରିଥିଲେ। ତିନି ବିଗ୍ରହ ଅପୂର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ପାଇଲେ। ରାଜା ଗୋଟିଏ ବେଦି ଓ ଛୋଟ ମନ୍ଦିରଟିଏ ନିର୍ମାଣ କରି ତିନି ବିଗ୍ରହଙ୍କୁ ପୂଜା କଲେ। ସେଇଠାରେ ଆବିର୍ଭାବ ହୋଇଥିବା ଯୋଗୁଁ ଗୁଣ୍ଡିଚା ଘରକୁ ଜଗନ୍ନାଥଙ୍କର ଜନ୍ମସ୍ଥାନ ଭାବେ ବିବେଚନା କରାଯାଉଛି।

Health: ବିଦ୍ୟୁତ ବିଭ୍ରାଟ ଯୋଗୁ ମୋବାଇଲ ଲାଇଟ୍‌ରେ ଚାଲିଛି ରୋଗୀ ସେବା

ବ୍ରହ୍ମପୁରାଣର ଲେଖା ମୁତାବକ, ଗୁଣ୍ଡିଚା ହେଉଛି ଗତିମୁକ୍ତି ଫଳପ୍ରଦା। କିଂବଦନ୍ତି ମୁତାବକ, ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କର ପାଟ୍ଟମହିଷୀ ଗୁଣ୍ଡିଚା ଦେବୀଙ୍କ ଅନୁରୋଧ କ୍ରମେ ଗୁଣ୍ଡିଚା ଯାତ୍ରା ପ୍ରଚଳିତ ହୋଇଥିଲା। ସ୍ବୟଂ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ରାଣୀଙ୍କୁ ଦର୍ଶନ ଦେବା ପାଇଁ ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ଏହି ଯାତ୍ରା କରନ୍ତି। ଗବେଷକ ଗୟାଚାନ୍ଦ ତ୍ରିପାଠୀଙ୍କ ଏହି ଆଧାରରେ କହିଛନ୍ତି, ଇନ୍ଦ୍ରଦ୍ୟୁମ୍ନଙ୍କ ମହାରାଣୀଙ୍କ ନାମ ଗୁଣ୍ଡିଚା ହୋଇଥିବାରୁ ଏହି ଯାତ୍ରା ତାଙ୍କ ନାମରେ ଅଭିହିତ ହୋଇଛି। ଡ. ହରିହର କାନୁନଗୋଙ୍କ ପ୍ରବନ୍ଧ ମୁତାବକ, ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଗୁଣ୍ଡିଚା ମଣ୍ଡପକୁ ପୁରୁଷୋତ୍ତମଙ୍କୁ ସ୍ଥାନାନ୍ତରିତ କରାଗଲା। ବର୍ତ୍ତମ‌ାନ ସେଇ ସ୍ଥାନାନ୍ତରଣ ଯାତ୍ରାର ସ୍ମୃତିକୁ ଗୁଣ୍ଡିଚା ଯାତ୍ରା କୁହାଯାଉଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.