Lord Jagannath: ରଣପୁରରେ ପ୍ରଭୁଙ୍କ ରୁପାବେଶ ସହ ବିଷ୍ଣୁ ସହସ୍ର ନାମ ପଠନ

1 week ago 5
ARTICLE AD BOX

ରଣପୁର (ବିଶ୍ବ ରଂଜନ ଆଚାର୍ଯ୍ୟ): ନୟାଗଡ ଜିଲ୍ଲା ରଣପୁର ଘୋଷଯାତ୍ରାର ବାହୁଡା଼ ପର୍ବ ହରିଶୟନ ଏକାଦଶୀରେ ରଥାରୁଢ଼ ପ୍ରଭୁଙ୍କୁ ରୁପା ବେଶରେ ସୁସଜ୍ଜିତ କରାଯାଇଛି। ଶ୍ରୀକ୍ଷେତ୍ରରେ ସୁନା ବେଶ ହେଉଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରାଜ ରାଜୁଡା ଅମଳରୁ ରୁପା ବେଶ ଅନୁଷ୍ଠିତ ହୋଇ ଆସୁଛି, ଯାହାକୁ ଦର୍ଶନ କରି କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ପାଇଁ ହଜାର ହଜାର ଦର୍ଶକ ଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ଏଥିସହ ହରିଶୟନ ଏକାଦଶୀରେ ନନ୍ଦିଘୋଷ ରଥ ନିକଟରେ ପ୍ରଭୁ ବିଷ୍ଣୁଙ୍କ ସହସ୍ର ନାମ ପଠନ କରିଥିଲେ ରଣପୁର ଗଡଜାତ ବ୍ରାହ୍ମଣ ପରିଷଦ। 

ସନ୍ଧ୍ୟାରେ ରଥ ଖଳାରେ ନନ୍ଦିଘୋଷ ରଥା ରୁଢ଼ ପ୍ରଭୁ ଜଗନ୍ନାଥ ଓ ଦେବଦଳନ ରଥରେ ବିରାଜମାନ କରିଥିବା ଭଉଣୀ ସୁଭଦ୍ରାଙ୍କ ସାମ୍ନାରେ ରଣପୁର ଟାଉନ କ୍ଲବ ଆନୁକୂଲ୍ୟରେ ୪୦ତମ ବାର୍ଷିକ ଭଜନ ସମାରୋହ ଅନୁଷ୍ଠିତ ହେବ। ଉଦ୍‌ଘୋଷକ ଭାବେ ମନୋଜ ପ୍ରଧାନ, କଣ୍ଠଶିଳ୍ପୀ ସୌରଭ ଭାରଦ୍ୱାଜ ଓ ତାଙ୍କ ଦଳ ଭଜନ ପରିବେଷଣ କାର୍ଯ୍ୟକ୍ରମ ରହିଁଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ। ପ୍ରଶାସନିକ ଅଧିକାରୀ ଓ ସେବାୟତ ମାନେ ଦର୍ଶନ କୁ ଶୃଙ୍ଖଳିତ କରୁଥିବା ଦେଖିବାକୁ ମିଳିଥିଲା। କୁନିକୁନି ଭକ୍ତମାନେ ମିନାବଜାର, ଦୋଳି ମଜା ସାଙ୍ଗକୁ ଚଟପଟି ଖାଦ୍ୟର ମଜା ନେଇଥିଲେ।

Rath Yatra: ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ଗଡ଼ିଲା ଶ୍ରୀ ଦଧିବାମନଙ୍କ ନନ୍ଦିଘୋଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.