ARTICLE AD BOX
ଭୁବନେଶ୍ବର: ପାର୍ବଣ ପାଇଁ କମିସନରେଟ୍ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଜୋରଦାର୍ ଚେକିଂ ଆରମ୍ଭ କରିଛି। ଦାଦାମାନଙ୍କୁ ସାବାଡ୍ କରିବାଠୁ ଆରମ୍ଭ କରି ଛିନ୍ତାଇ ଗ୍ୟାଙ୍ଗ୍କୁ ଧରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି। ଏପରିକି ଅନେକ ହୋଟେଲ୍ ଓ ଲଜ୍ରେ ଚଢ଼ଉ କରି ଅନୈତିକ କାର୍ଯ୍ୟକଳାପକୁ ଧରିବାକୁ ଉଦ୍ୟମ କରାଯାଉଛି। ଆଉ ଏହାରି ଭିତରେ ରାଜଧାନୀରେ ସିନ୍ଧିଚୋର ଆତଙ୍କ ଖେଳାଉଛନ୍ତି। କେବଳ ରାତି ବା ଭୋର ନୁହେଁ, ଅପରାଧୀମାନେ ଦିନ ଦିପହରରେ ଘରେ ପଶି ଲୁଟୁ କରୁଛନ୍ତି। ଗତ ଅଗଷ୍ଟ ମାସରୁ ବର୍ତ୍ତମାନ ସୁଦ୍ଧା ଏଭଳି ୪୦ରୁ ଅଧିକ ଘରେ, ହୋଟେଲ୍ ଓ ଦୋକାନରେ ପଶି ଦୁର୍ବୃତ୍ତମାନେ ଚୋରି କରିଥିବା ଅଭିଯୋଗ ହୋଇଛି। ଆଉ ପୁଲିସ କେବଳ ହାତ ଗଣତି କେତୋଟି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ବାହାବା ନେଉଛି। ମାତ୍ର ବିଲ୍ଡର ପ୍ରୀତମ ଜେନାଙ୍କ ଘରେ ଚୋରି ହେବା ଘଟଣା ଭଳି ଆହୁରି ମାଳମାଳ ମାମଲା ରହିଛି, ଯେଉଁଥିରେ ପୁଲିସ ହାତ ଖାଲି ଥିବା ଜଣାପଡ଼ିଛି।
Cattle Smuggling: କାର୍ରେ ଚାଲାଣ ହେଉଥିଲା ଗୋରୁ, ୨ଟି ଗୋରୁ ଉଦ୍ଧାର ସହ କାର୍ ଜବତ
ଅଭିଯୋଗ ମୁତାବକ, କଳ୍ପନା ଗ୍ୟାରେଜ୍ ଛକ ନିକଟସ୍ଥ ରାଧାକୃଷ୍ଣନଗରରେ ପ୍ରଶାନ୍ତ ପଟ୍ଟନାୟକ ରୁହନ୍ତି। ଗତ ଅଗଷ୍ଟ ୨୫ତାରିଖ ସେ ଓ ତାଙ୍କ ପତ୍ନୀ ଅଫିସ୍ ଯାଇଥିବା ବେଳେ ଦିନ ୧୨ଟାରେ ତାଙ୍କ ଘରୁ ଚୋରି ହୋଇଥିଲା। ଅଫିସ୍ରୁ ଫେରି ତାଙ୍କ ପତ୍ନୀ ଘରେ ପହଞ୍ଚିବା ପରେ ଚୋରି ହୋଇଥିବା ଜାଣିଥିଲେ। ପ୍ରାୟ ୧୦ଭରି ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ପ୍ରାୟ ୨ ସପ୍ତାହ ବିତିଥିଲେ ମଧ୍ୟ ଲିଙ୍ଗରାଜ ଥାନା ପୁଲିସ ଚୋର ଧରିବା ବା ସମ୍ପତ୍ତି ଉଦ୍ଧାର କରିବା ତ ଦୂରର କଥା, ଏଥିରେ କେତେଜଣ ଅପରାଧୀଙ୍କ ସଂପୃକ୍ତି ରହିଛି, ସେ ବାବଦରେ କିଛି ସୂଚନା ପାଇନାହିଁ। ସେହିଭଳି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଯୁଗାଡ୍ ଜଙ୍କସନ୍ରେ କିଛି ଦୁର୍ବୃତ୍ତ ଦୋକାନ ସଟର୍ ତାଡ଼ି ନଗଦ ଟଙ୍କା ଓ ମୋବାଇଲ୍ ଚୋରି କରିଥିଲେ। ଏହି ଘଟଣାରେ ପୁଲିସ ଏ ପର୍ଯ୍ୟନ୍ତ କାହାକୁ ଧରିପାରିନାହିଁ। କଟକ ରୋଡ୍ରେ ଥିବା ବିରିୟାନି ବକ୍ସ ଆଉଟଲେଟ୍ରେ ପଶି ଗତ ୧୯ ଅଗଷ୍ଟରେ ଚୋରି ହୋଇଥିଲା। ଏହି ଘଟଣାର ପୁଲିସ ହାତ ଖାଲି ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗୋଟେ କି ଦୁଇଟି ଘଟଣା ନୁହେଁ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ଘରେ ପଶି ଚୋରି ଘଟଣାରେ ପୁଲିସ ହାତ ଖାଲି ରହିଛି। ଅନେକ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଧରିଲେ ବି ଯଥେଷ୍ଟ ବିଳମ୍ବ ହୋଇଯାଇଥିବାରୁ ଚୋରି ସାମଗ୍ରୀ ଉଦ୍ଧାର ହୋଇପାରୁନାହିଁ। ଫଳରେ ଲୋକଙ୍କ ସଂପତ୍ତି ଉଦ୍ଧାର ତାଲିକାରେ କମିସନରେଟ୍ ପୁଲିସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।
Mining Department : ଖଣି ବିଭାଗ ପକ୍ଷରୁ ୧୧ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍ ଜବତ

1 week ago
6


