Loot: ଗୁରୁମାଙ୍କ ଘରୁ ସଶସ୍ତ୍ର ଡକାୟତି, ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା

1 week ago 6
ARTICLE AD BOX

ଲୁଟେରାମାନେ ଗଲାବେଳେ ଗୋଟିଏ ମୋବାଇଲ ସାଆନ୍ଦା ଶିବ ମନ୍ଦିର ପାଖରେ ପକାଇଥିବାବେଳେ, ଅନ୍ୟ ଗୋଟିଏ ମୋବାଇଲ କନ୍ତିଓ କାଟେଣୀ ପାଖରେ ପକାଇ ପଣ୍ଡୁଆ ଆଡକୁ ପଳାଇଥିବା ଅନୁମାନ କରାଯାଉଛି l

 ଗୁରୁମାଙ୍କ ଘରୁ ସଶସ୍ତ୍ର ଡକାୟତି, ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନାଗହଣା

ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ସାଆନ୍ଦା କଲେଜ ନିକଟରେ ଥିବା ଅବସରପ୍ରାପ୍ତ ଲାଇବ୍ରେରୀଆନ ସୁରେଶ ପାଣିଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନାଗହଣl ଲୁଟ ହୋଇଛି l ଖବର ନେବlରେ ଜଣାପଡିଛି ଶ୍ରୀ ପାଣି ଦୁଇ ମହଲା କୋଠା ଉପରେ ରୁହନ୍ତି l ତଳ ମହଲା ଭଡାରେ ଲାଗିଛି l ସମ୍ମୁଖଭାଗରେ ସିସିଟିଭି କ୍ୟାମେରା ଲାଗିଥିବାରୁ, ତିନି ଜଣ ଲୁଟେରା ଘର ପଛ ପାଖରେ ଥିବା ତାର ବାଡ଼କୁ କାଟି, ସିଡ଼ି ପକାଇ ବାଲକୋନୀରେ ଥିବା ଫାଇବର କବାଟ ଭାଙ୍ଗି ଭିତରେ ପଶିଥିଲେ l ଘର ମାଲିକ ଶ୍ରୀ ପାଣିଙ୍କ ସମେତ ତାଙ୍କ ପତ୍ନୀ ରୀନା ପାଣି ଯେ କି ସ୍ଥାନୀୟ ଶିଶୁ ମନ୍ଦିରର ଗୁରୁମା ଅଛନ୍ତି, ଉଭୟଙ୍କୁ ମାରଣାସ୍ତ୍ର ଦେଖାଇ, ଆଲମିରା ଚାବି ସହ ଦୁଇଟି ମୋବାଇଲ ନେଇ ଗୋଟିଏ ଘରେ ବନ୍ଦ କରିଦେଇଥିଲେ l ଏହାପରେ ୧୦ ଭରିର ସୁନା ଅଳଙ୍କାର ସହ ନଗଦ ୫ହଜାର ଟଙ୍କା ଲୁଟି ନେଇଥିଲେ l ଲୁଟେରାମାନେ ଗଲାବେଳେ ଗୋଟିଏ ମୋବାଇଲ ସାଆନ୍ଦା ଶିବ ମନ୍ଦିର ପାଖରେ ପକାଇଥିବାବେଳେ, ଅନ୍ୟ ଗୋଟିଏ ମୋବାଇଲ କନ୍ତିଓ କାଟେଣୀ ପାଖରେ ପକାଇ ପଣ୍ଡୁଆ ଆଡକୁ ପଳାଇଥିବା ଅନୁମାନ କରାଯାଉଛି l ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.