Long live life: ଜୀବନ ଜିନ୍ଦାବାଦ୍‌: ଜିତିଲେ ଜଗନ୍ନାଥ

1 day ago 2
ARTICLE AD BOX

ତାଙ୍କ ନଁା ଜଗନ୍ନାଥ। ଜନ୍ମବେଳୁ ତାଙ୍କର ହାତ ଦୁଇଟି ନାହିଁ। ହାତ ନ ଥିଲେ ବି ଜଣେ ଆଦର୍ଶ ଶିକ୍ଷକ ହୋଇ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ଜଗନ୍ନାଥ ମାହାତୋ।
ସମ୍ପ୍ରତି ସେ ପୁରୁଲିୟାର ବାଘମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ଡାଭା ତୋରାଙ୍ଗ୍‌ ନିମ୍ନବୁନିୟାଦି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ପିଲାମାନଙ୍କୁ ବେଶ୍‌ ଭଲ ଭାବରେ ପାଠ ବୁଝାଇବା ସହିତ ଗୋଡ଼ ସାହାଯ୍ୟରେ ବ୍ଲାକ୍‌ବୋର୍ଡରେ ଲେଖୁଛନ୍ତି। ଶାରୀରିକ ଅସମର୍ଥତା ଥିଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତିରେ ଜଣେ କିଭଳି ନିଜସ୍ବ ଅଭିଳାଷ ପୂରଣ କରିପାରେ, ତାହା ନିଜ ଜୀବନ ଜରିଆରେ ଦର୍ଶାଇଛନ୍ତି ୪୧ ବର୍ଷୀୟ ମାହା‌େତା। ନିଜେ ପାଠ ପଢ଼ିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ସମ୍ମୁଖୀନ ହୋଇଥିବା ବଡ଼ ବଡ଼ ଅସୁବିଧା ମୁକାବିଲା କରିବା ସହିତ ସେଗୁଡ଼ିକୁ ଅତିକ୍ରମ କରି ସେ ସମାଜ ନିମନ୍ତେ ପ୍ରେରଣା ସାଜିଛନ୍ତି।

Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ

ମାହାତୋଙ୍କ ଘର ବାଘମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ବୁରଦା ଗ୍ରାମରେ। ତାଙ୍କ ପିତା ଜଣେ କୃଷକ। ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିବାରୁ ବାଲ୍ୟାବସ୍ଥାରୁ ସେ ସବୁପ୍ରକାର କାର୍ଯ୍ୟକଳାପ ଗୋଡ଼ ଦ୍ବାରା କରିବା ଶିଖିଲେ। ପାଦଯୋଡ଼ିକ ହିଁ ତାଙ୍କ ପ୍ରତି ଆସୁଥିବା ସମସ୍ତ ବାଧାବିଘ୍ନ ଏଡ଼ାଇବାରେ ସହାୟକ ହୋଇ ତାଙ୍କୁ ଆତ୍ମ-ନିର୍ଭର କରାଇଛି। ଏବେ ସେ ତାଙ୍କ ମାଆ, ପତ୍ନୀ, ଭାଇ ଓ ଝିଅର ତତ୍ତ୍ବାବଧାନ କରିପାରୁଛନ୍ତି। ପ୍ରାରମ୍ଭରୁ ମେଧାବୀ ଛାତ୍ର ଥିବା ମାହାତୋ ବୁରଦା ବିବେକାନନ୍ଦ ଶିଶୁ ନିକେତନରୁ ପ୍ରାଥମିକ ଶିକ୍ଷା ସମାପନ କରି ୨୦୦୦ ମସିହାରେ ବୁରଦା ହାଇସ୍କୁଲ୍‌ରୁ ମାଧ୍ୟମିକ ପରୀକ୍ଷା‌େ‌ର ଉତ୍ତୀର୍ଣ୍ଣ ହେଲେ। ତା’ପରେ ୨୦୦୨ରେ ଝାଲଦା ସତ୍ୟଭାମା ବିଦ୍ୟାପୀଠରୁ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ପାସ୍‌ କଲେ। ୨୦୦୬ରେ ସେ ପୁରୁଲିଆସ୍ଥିତ ଜେକେ କଲେଜରୁ ସ୍ନାତକ ଡିଗ୍ରି ହାସଲ କରି ସେହିବର୍ଷ କୋଲ୍‌କାତାସ୍ଥିତ ସଲ୍‌ଟ୍‌ ଲେକ୍‌ ସେକ୍ଟର୍‌ ୫ରେ ଥିବା ବେନ୍‌ଫିସ୍‌ ଫିସେରିଜ୍‌ ଡିପାର୍ଟମେଣ୍ଟ୍‌ରେ ଚାକିରି ପାଇଗଲେ। ପୁନଶ୍ଚ ୨୦୧୨ରେ ସେ ଟିଚର୍‌ ଏଲିଜବିଲିଟି ଟେଷ୍ଟ୍‌ରେ ପାସ୍‌ କରି ଦୁଇ ବର୍ଷ ପରେ ଡାଭା ତୋରାଙ୍ଗ୍‌ ନିମ୍ନବୁନିୟାଦି ବିଦ୍ୟାଳୟରେ ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରୂପେ ଚାକିରି କଲେ। ସେବେଠାରୁ ଗତ ୧୨ ବର୍ଷ ହେବ ସେ ସେହି ବିଦ୍ୟାଳୟରେ ଶିକ୍ଷକତା କରିଆସୁଛନ୍ତି।

ନିଜ ଜୀବନଯାତ୍ରା ସଂକ୍ରାନ୍ତରେ ମାହାତୋ କହନ୍ତି, ‘‘ଶିକ୍ଷକ ହେବି ବୋଲି ମୋର ଇଚ୍ଛାଥିଲା। ଏହି ଅଭିଳାଷ ପୂରଣ ପଥରେ ଶାରୀରିକ ଅକ୍ଷମତାକୁ ଅନ୍ତରାୟ ହେବାକୁ ଦେଇ ନଥିଲି। ମୋ ଭଉଣୀମାନେ ପାଠ ପଢୁଥିବା ଦେଖି ପିଲାଦିନୁ ମୋ ମନରେ ବି ପାଠପଢ଼ା ପ୍ରତି ଆଗ୍ରହ ହେଲା। ହାତ ନ ଥିବାରୁ ମୁଁ ପାଦରେ କଲମ ଧରିବାକୁ ଚେଷ୍ଟା କଲି। ଏହା ଦେଖି ମୋ ଭଉଣୀମାନଙ୍କର ହୃଦ୍‌ବୋଧ ହେଲା ଯେ ମୁଁ ପାଦରେ ଲେଖିପାରିବି। ସେମାନେ ମତେ ଖୁବ୍‌ ସହଯୋଗ କଲେ ଏବଂ ମୁଁ ଲେଖିପାରିଲି।’’ ତା’ପରେ ଆରମ୍ଭ ହେ‌ଲା ପ୍ରକୃତ ପରୀକ୍ଷା। କେବଳ ମାତ୍ର ଇଚ୍ଛାଶକ୍ତି ଉପରେ ଭରସା କରି ସେ ସମସ୍ତ ପରୀକ୍ଷା ଦେଇ ପାସ୍‌ କଲେ। ଖାଲି ପାସ୍‌ କଲେନି ପ୍ରାୟ ପ୍ରତି ପରୀକ୍ଷାରେ ଶହେରୁ ଶହେ ନମ୍ବର ରଖିଲେ। ସେ ଦର୍ଶାଇ ଦେଲେ ଯେ ପ୍ରତିବଦ୍ଧତା ଥିଲେ କ’ଣ ହାସଲ କରାଯାଇ ନ ପାରେ!

Narendra Modi: ଆଜି ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଡାଭା ତୋରାଙ୍ଗ୍‌ ନିମ୍ନବୁନିୟାଦି ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କୁମାର କହନ୍ତି- ମାହାତୋବାବୁ ଯେଉଁ ପଦ୍ଧତିରେ ଛାତ୍ରଛାତ୍ରୀମାନଙ୍କୁ ପଢ଼ାନ୍ତି ତାହା ବାସ୍ତବିକ ଦେଖିବାଯୋଗ୍ୟ। ତାଙ୍କ ଆଡ଼କୁ ଚାହିଁଲେ କେହି ଜଣେ ଅନୁମାନ କରିପାରିବେ ନାହିଁ ଯେ ତାଙ୍କ ଠାରେ ଶାରୀରିକ ଅକ୍ଷମତା ଅଛି; ଯେକୌଣସି ସାଧାରଣ ଲୋକଙ୍କ ପରି ସେ ଜୀବନ ନିର୍ବାହ କରନ୍ତି। ଭିନ୍ନକ୍ଷମମାନେ ତାଙ୍କଠାରୁ ପ୍ରେରଣା ପାଇପାରିବେ। କେବଳ ଅଭିଭାବକ ନୁହନ୍ତି, ମାହାତୋଙ୍କ ଶିକ୍ଷା ପଦ୍ଧତି ଛାତ୍ରଛାତ୍ରୀଙ୍କୁ ବି ପ୍ରେରିତ କରେ। ପ୍ରତିକୂଳ ପରିସ୍ଥିତିରେ କିଭଳି ବାଧାବିଘ୍ନ ଅତିକ୍ରମ କରି ଅଗ୍ରସର ହେବାକୁ ହୁଏ, ଅତି ଛୋଟବେଳୁ ପିଲାଏ ତାହା ଶିଖୁଛନ୍ତି। ଜଗନ୍ନାଥ ମାହାତୋ ପ୍ରତିପାଦିତ କରିଛନ୍ତି ଯେ ଶାରୀରିକ ଅସମର୍ଥତା ହୁଏ ତ ତାଙ୍କ କପାଳଲିଖନ, କିନ୍ତୁ ନିଜ ଭାଗ୍ୟର ପୁନର୍ଲିଖନ କ୍ଷମତା ନିହିତ ରହିଛି କଠିନ ଶ୍ରମ ଓ ପ୍ରତିବଦ୍ଧତାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.