‌Literature: କବିତା ସଂସାର: କବି ଅଜୟ ସ୍ବାଇଁଙ୍କ କଲମରୁ ନିଃସୃତ...

6 days ago 4
ARTICLE AD BOX

ସଂସାର

ଅଜୟ ସ୍ବାଇଁ

କଇଁଆ ଗଛ ଫାଙ୍କରେ
ଚନ୍ଦ୍ରଉଦିଆ ଆକାଶ ଚେନାଏ
ପକ୍ଷୀମାନେ ବ୍ୟାକରଣ ହୋଇ
ଘରକରଣା ଶିଖାନ୍ତି
ସ୍ତ୍ରୀ ଲୋକଟିକୁ।
କାନ୍ଦଣା ବହିର କଳାଲୋକଟି
କ୍ରମେ ଧନୁର୍ଦ୍ଧର ହୋଇ
ସଂସାର ଗଢ଼େ, ବନବାସ ପଠାଏ ତାକୁ।

ଆହୁରି ପଢ଼ନ୍ତୁ- Rajasthan Safai Karmachari Recruitment: ଖାଲି ଥିବା ୨୪,୭୫୨ଟି ସଫେଇ କର୍ମଚାରୀ ପଦବି ହେବ ପୁରଣ

ପିଲାମାନେ ବର୍ଷାପାଣିରେ
ସିଲଟରୁ ଲିଭାନ୍ତି ପିଲାଦିନ
ଅକ୍ଷରମାନେ ତରା ହୋଇ
ମେଘକୁ ଦେଖାନ୍ତି ଦିଗ।
ପ୍ରେମଗୀତ ଲେଖୁଥିବା କବି
ପାଲଟେ ବୈରାଗୀ
ତେଲଲୁଣ ସଂସାର ପାଖରେ
ବଢୁଥାଏ ଉଇହୁଙ୍କା
ବଢୁଥାଏ ରୋଗ, ବୁଢ଼ାକାଳ...
ବାଟ ଦେଖାଉଥିବା ଛାୟାପଥରେ
ଭର୍ତ୍ତି ହୋଇଯାଏ ଅନ୍ଧାର
ପଖାଳ କଂସାରେ ହୁଏ
ପ୍ରେମର ସୂର୍ଯ୍ୟାସ୍ତ
ଟିପେ ଲୁଣପାଣିରେ ଡୁବିଯାଏ
କଳହଂସ କେଦାର।
ସଂସାର ଭିତରେ ଘର କଲେ
କାଳେ, ସହିବାକୁ ପଡ଼େ ପଥର?
କାଗଜର କାନ୍ଥ
ଉପରେ ନଡ଼ାର ଛପର?

ଆହୁରି ପଢ଼ନ୍ତୁ-Rain In Odisha: ବର୍ଷାରେ ଜନଜୀବନ ପ୍ରଭାବିତ; ତମ୍ବୁ ତଳେ ଆଶ୍ରୟ ନେଲେ ୧୪ ପରିବାର

ଅଇଁଠା ଥାଳି ଉପରେ
ମାଛକଣ୍ଟା
ଅଲଗୁଣିରେ ଶୁଖୁଚି ବାସିଲୁଗା
ପବନରେ ଉଡ଼େ ଫରଫର।

କେମିତି ସମ୍ଭାଳିବ ଏ ସଂସାର?
ଘଟରେ ସହସ୍ର କଣା
ପୁଣି ଏ ଭବ ପାରାବାର।

ମୋ: ୯୧୭୮୫୫୮୫୦୮

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.