ARTICLE AD BOX
ମୁମ୍ବାଇ: ସମୟ ବଦଳିବା ସହିତ ଲୋକମାନଙ୍କର ସାମଗ୍ରୀ ବ୍ୟବହାର ଅଭ୍ୟାସ ମଧ୍ୟ ବଦଳୁଛି। ଶରୀର ହେଉ କିମ୍ବା ପ୍ୟାଣ୍ଟସାର୍ଟ ସଫା କିମ୍ବା ବାସନକୁସନ ଆଦି ମାଜିବା କ୍ଷେତ୍ରରେ ପୂର୍ବରୁ ଗ୍ରାହକମାନେ ସାଧାରଣତଃ ସାବୁନ ବା ବାର୍ ବ୍ୟବହାର କରୁଥିଲେ। ଲିକ୍ବିଡ୍ ଜେଲ୍ ଆସିବା ପରେ ଅବସ୍ଥା ବଦଳି ଯାଇଛି। ମୁଣ୍ଡରେ ସାମ୍ପୁ, ମୁହଁରେ ଫେସୱାସ୍, ଦେହରେ ବଡି ୱାସ୍ ଭଳି ତରଳ ବା ଲିକ୍ବିଡ ଉତ୍ପାଦର ବ୍ୟବହାର କରୁଛନ୍ତି। ଭାରତୀୟ ପରିବାରଗୁଡ଼ିକ ଘରର ବିଭିନ୍ନ ସାମଗ୍ରୀ ଓ ବାସନକୁସନକୁ ସଫା ରଖିବା ପାଇଁ ଲିକ୍ବିଡ ଜେଲ୍ ବା କ୍ଲିନର୍ ବ୍ୟବହାର କରୁଛନ୍ତି। ଗ୍ରାହକଙ୍କ ବ୍ୟବହାରରେ ଆସିଥିବା ଏହି ପରିବର୍ତ୍ତନକୁ ଆଧାର କରି ବ୍ୟବସାୟ ବଢ଼ାଇବା ପାଇଁ କମ୍ପାନିଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଲିକ୍ବିଡ୍ କ୍ଲିନର୍ ବର୍ଗର ସାମଗ୍ରୀ ଉତ୍ପାଦନ କରିବା ପାଇଁ ସେମାନେ ଅଧିକ ନିବେଶ କରୁଛନ୍ତି। ଲିକ୍ବିଡ୍ କ୍ଲିନର୍ ସାମଗ୍ରୀର ଉତ୍ପାଦନ ବଢ଼ାଇବା ପାଇଁ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (ଏଚୟୁଏଲ୍) ଆସନ୍ତା ୨ ବର୍ଷରେ ପ୍ରାୟ ୨ ହଜାର କୋଟି ଟଙ୍କା ନିବେଶ କରିବ। କମ୍ପାନି ମୁମ୍ବାଇରେ ଏକ ଲିକ୍ବିଡ୍ ଲାବରେଟୋରି ବି ସ୍ଥାପନ କରି ନୂଆ ନୂଆ ସାମଗ୍ରୀର ବିକାଶ ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରୁଛି।
ଆହୁରି ପଢନ୍ତୁ: Protest: ପୁଲିସ ପୋଷାକରେ ଜନ୍ତରମନ୍ତର ଆନ୍ଦୋଳନରେ ପଶିଥାନ୍ତା ସନ୍ଦିଗ୍ଧ ଆତଙ୍କବାଦୀ
ଲିକ୍ବିଡ ସାମଗ୍ରୀର ବଜାର ଆକାର ବର୍ତ୍ତମାନ ସୁଦ୍ଧା ସେତେଟା ବଡ଼ ହୋଇ ନଥିବାରୁ ଆଗାମୀ ଦିନରେ ଏ କ୍ଷେତ୍ରରେ ପର୍ଯ୍ୟାପ୍ତ ବ୍ୟାବସାୟିକ ସୁଯୋଗ ରହିଛି ବୋଲି କୁହାଯାଉଛି। ଏକ ସଂସ୍ଥାର ସୂଚନା ଅନୁଯାୟୀ, ୨୦୨୬ ଜୁନ ସୁଦ୍ଧା ୫୮ ପ୍ରତିଶତ ପରିବାରରେ ଲିକ୍ବିଡ୍ ସାମଗ୍ରୀ ବ୍ୟବହାର ଦେଖିବାକୁ ମିଳିଛି। ଗତବର୍ଷ ଜୁନ ସୁଦ୍ଧା ଏହା ୫୨ ପ୍ରତିଶତରେ ରହିଥିଲା। ଲିକ୍ବିଡ୍ ସାମଗ୍ରୀର ବ୍ୟବହାରରେ ୪୨ ପ୍ରତିଶତ ବୃଦ୍ଧି ଘଟିଛି। ଫେସ୍ ୱାସ୍, ହ୍ୟାଣ୍ଡ୍ ୱାସ୍, ବଡି ୱାସ୍, ଲିକ୍ବିଡ୍ ଡିଟରଜେଣ୍ଟ ଏବଂ ଡିସୱାସିଂ ଆଦି କ୍ଷେତ୍ରକୁ ଏସବୁ ଲିକ୍ବିଡ୍ ସାମଗ୍ରୀ ବ୍ୟାପିଛି। ତେବେ ସଫା ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ବର୍ଗରେ ଲିକ୍ବିଡ୍ର ଭାଗ ବର୍ତ୍ତମାନ ୫ରୁ ୧୦ ପ୍ରତିଶତରେ ରହିଛି। ତେଣୁ ଲିକ୍ବିଡ୍ ସାମଗ୍ରୀର ବ୍ୟବସାୟ ବଢ଼ିବା ପାଇଁ ଆଗାମୀ ଦିନରେ ଏ କ୍ଷେତ୍ରରେ ଅନେକ ସୁଯୋଗ ରହିଛି। ଫେସ୍ ୱାସ୍ ୩୩ ପ୍ରତିଶତ ପରିବାରରେ ପହଞ୍ଚିଥିଲେ ମଧ୍ୟ ପୋଷାକ ସଫା ପାଇଁ ଲିକ୍ବିଡ୍ ବ୍ୟବହାର ଅଧିକ ମାତ୍ରାରେ ବଢ଼ୁଛି। ଅଧିକରୁ ଅଧିକ ଲୋକ ୱାସିଂ ମେସିନ ବ୍ୟବହାର କରୁଥିବାରୁ ଲିକ୍ବିଡ୍ ୱାସିଂ ପଦାର୍ଥର ବ୍ୟବହାର ବଢ଼ୁଥିବା କୁହାଯାଉଛି।

1 day ago
1


