Lionel Messi: ବିଶ୍ବକପ୍‌ ପରାଜୟ ଚିର ଯନ୍ତ୍ରଣା ହୋଇ ରହିବ: ମେସି

1 week ago 7
ARTICLE AD BOX

ନ୍ୟୁଜର୍ସି: ୪ ବର୍ଷ ତଳେ କତର ସଂସ୍କରଣଠାରୁ ବିଶ୍ବକପ୍‌ ବିଜୟର ସ୍ବପ୍ନକୁ ସାକାର କରି ସାରିଥିଲେ। କିନ୍ତୁ କ୍ରମାଗତ ଟ୍ରଫି ଜିତିବାର ଗୌରବ ଅର୍ଜନ ଲାଗି ରଖିଥିବା ଅଭିଳାଷ ପୂର୍ଣ୍ଣ କରିନପାରିବା ପରେ ଏବେ ମହାନ ଫୁଟ୍‌ବଲର୍‌ ଲିଓନେଲ୍‌ ମେସି ଯନ୍ତ୍ରଣା ଭିତରେ ଛଟପଟ ହେଉଛନ୍ତି। ରବିବାର ରାତିରେ ସ୍ପେନ୍‌ ନିକଟରୁ ୦-୧ ଗୋଲ୍‌ରେ ପରଜୟ ବରଣ ପରେ ମେସି କହିଛନ୍ତି ‘ଏ ପରାଜୟ ଯନ୍ତ୍ରଣାଦାୟକ। ଏହା ମୋ ସହ ଚିରକାଳ ରହିବ ଏବଂ ଯନ୍ତ୍ରଣାକୁ ମୁକ୍ତ କରିବା ପାଇଁ ଲମ୍ବା ସମୟ ଲାଗିବ’। ସମାନ ସମୟରେ ମେସି ମଧ୍ୟ ତାଙ୍କ ପ୍ରଶଂସକ ଓ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Passes Away: ଫୁଟ୍‌ବଲ୍‌ କିଂବଦନ୍ତି କେଭିନ୍‌ କିଗାନଙ୍କ ଦେହାନ୍ତ

ବିଶ୍ବକପ୍‌ର ପ୍ରତିଟି ମୁହୂର୍ତ ଓ ଅଭିଯାନ ସମୟରେ ଦଳକୁ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୩୯ ବର୍ଷୀୟ ମେସି ମଧ୍ୟ ବିଜୟୀ ସ୍ପେନ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ତଥାପି ଆର୍ଜେଣ୍ଟିନା ସମର୍ଥକମାନେ ଏକାଠି ରହିବା ଏବଂ ଗର୍ବର ସହ ବିଶ୍ବକପ୍‌ ସ୍ମୃତିକୁ ସାଉଁଟିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। କ୍ରମାଗତ ଫାଇନାଲ୍‌ ଖେଳିବାର ଉପଲବ୍‌ଧିକୁ ନେଇ ଗର୍ବ କରିବାକୁ କହିଛନ୍ତି।୨୦୨୨ ମସିହା ଫାଇନାଲ୍‌ରେ ମେସିଙ୍କ ଦଳ ଫାଇନାଲ୍‌ରେ ଫ୍ରାନ୍‌ସକୁ ପରାସ୍ତ କରି ବିଶ୍ବ ବିଜେତା ହୋଇଥିଲା। ଏଥର ଜିତିପାରିଥିଲେ ଦଳ ବିଶ୍ବର ତୃତୀୟ ଦେଶ ଭାବେ ଟାଇଟଲ୍‌ ଜିତି ୬୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥାନ୍ତେ। ଏ ପର୍ଯ୍ୟନ୍ତ କେବଳ ଇଟାଲି (୧୯୩୪ ଓ ୧୯୩୮) ଏବଂ ବ୍ରାଜିଲ୍‌ (୧୯୫୮ ଓ ୧୯୬୨) ବିଶ୍ବକପ୍‌କୁ କ୍ରମାଗତ ଜିତିବାର ଦୁଇ ଦେଶ ହୋଇ ରହିଛନ୍ତି।

ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦଳ

ଆମ ଦଳ କଠିନ ପରିଶ୍ରମ କରି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦଳ ଭାବେ ପ୍ରମାଣିତ କରିଛି। ଏହି ଖୁସିକୁ ମୁଁ ଧରି ରଖିବି ଏବଂ ଗୌରବାନ୍ବିତ ହୋଇଛି। ଦଳର ଲଢ଼ୁଆ ପ୍ରବୃତ୍ତି ମଧ୍ୟ ପ୍ରଶଂସାର ପାତ୍ର ବୋଲି ମେସି କହିଛନ୍ତି। ବ୍ରାଜିଲର କାଫୁଙ୍କ ପରେ ମେସି ମଧ୍ୟ ବିଶ୍ବର ଦ୍ବିତୀୟ ଖେଳାଳି ଭାବେ ୩ଟି ଫାଇନାଲ୍‌ ଖେଳିଛନ୍ତି। ପୂର୍ବରୁ ସେ ୨୦୧୪ ଓ ୨୦୨୨ରେ ଫାଇନାଲ୍‌ ଖେଳିଥିଲେ। ଏହି ମହାନ ଫରୱାର୍ଡ ମଧ୍ୟ ଆର୍ଜେଣ୍ଟିନାର ସବୁଠାରୁ ପଦକ ଆଭୂଷିତ ଫୁଟ୍‌ବଲର୍‌ ହୋଇଛନ୍ତି। ୨୦୨୨ ବିଶ୍ବକପ୍‌ ସହିତ ୨୦୨୧ କୋପା ଓ ୨୦୨୪ରେ କୋପା ଆମେରିକା ଟ୍ରଫି ଏବଂ ୨୦୨୨ରେ ଫାଇନାଲିସିମା ଟ୍ରଫି ଜିତଇଲେ। ୮ ଥର ବାଲନ ଡି’ଓର ବିଜେତା ହୋଇ ମହାନତମ ଖେଳାଳି ଭାବେ ଖ୍ୟାତି ଅର୍ଜନ କରିସାରିଛନ୍ତି। ‘ଫୁଟ୍‌ବଲ୍‌କୁ ନେଇ ଦେଶ ପୁଣି ଥରେ ଏକାଠି ହୋଇପାରିଥିବାରୁ ମୁଁ ଗର୍ବିତ’ ବୋଲି ମେସି ଶେଷରେ କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.