Lightning: ତାଳଚେର କଣ୍ଢାଳ ଗ୍ରାମରେ ବଜ୍ରାଘାତ, ୧୧ ଗାଈ ମୃତ୍ୟୁ

2 weeks ago 6
ARTICLE AD BOX

ତାଳଚେର (ବିକାଶ ଚନ୍ଦ୍ର ସାହୁ): ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର କଣ୍ଢାଳ ଗ୍ରାମରେ ରବିବାର ବଜ୍ରାଘାତରେ ୧୧ଟି ଗାଈର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଅଞ୍ଚଳରେ ହଠାତ୍‌ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ କଣ୍ଢାଳ ଗ୍ରାମର ବଡ଼ବନ୍ଧ ନିକଟରେ ଥିବା ଗଛ ମୂଳରେ ଥିବା ଗାଈମାନଙ୍କ ଉପରେ ବଜ୍ରାଘାତ ହେବାରୁ ୧୧ଟି ଗାଈ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଗାଈମାନଙ୍କ ମୃତ୍ୟୁ ଯୋଗୁଁ ସମ୍ପୃକ୍ତ ପଶୁମାଲିକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଘଟଣା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ କ୍ଷତିଗ୍ରସ୍ତ ପଶୁମାଲିକଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Lightning Strike ଯାଜପୁର ଜିଲ୍ଲାରେ ବିଭିନ୍ନସ୍ଥାନରେ ବଜ୍ରାଘାତ, ୨ ମୃତ ଓ ୨ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.