Lightning: ଉତ୍ତରାଖଣ୍ଡରେ ବଜ୍ରପାତରେ ୨ ମୃତ, ୮୪ଟି ରାସ୍ତା ବନ୍ଦ

2 weeks ago 11
ARTICLE AD BOX

ଡେରାଡୁନ୍‌: ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବା ଯୋଗୁଁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ହରିଦ୍ବାରରେ ବଜ୍ରପାତରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ରବିବାର ୧୦ଟି ଜିଲ୍ଲାକୁ ରେଡ୍‌ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିବାବେଳେ ଦୁଇଟି ଜାତୀୟ ରାଜପଥ ସମେତ ୮୪ଟି ରାସ୍ତା ବନ୍ଦ ରହିଥିବା ରାଜ୍ୟ ଜରୁରୀକାଳୀନ ଅପରେସନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

ରବିବାରଠାରୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ଶନିବାର ସନ୍ଧ୍ୟାରେ ବଜ୍ରାଘାତରେ ହରିଦ୍ବାରର ଦାଲୁୱାଲା ମଜତାବାର ବାସିନ୍ଦା ନବୀନ ସିଂହ (୩୩) ଓ ଖାଲତିରାର ରଣଧୀର ସିଂହ (୪୫)ଙ୍କର ମୃତ୍ୟୁ ହୋଇଛି। ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଡେରାଡୁନ, ତେହରୀ, ଉତ୍ତରକାଶୀ, ରୁଦ୍ରପ୍ରୟାଗ, ହରିଦ୍ବାର, ବାଗେଶ୍ବର, ନୈନିତାଲ, ପୌରୀ, ଚାମୋଲି ଓ ପିଥୋରାଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ପାଇଁ ଆଲର୍ଟ ଜାରି କରାଯାଇଛି।

Weather: ପୁଣି ଦୁର୍ବଳ ହେବ ମୌସୁମୀ! ପ୍ରବଳ ବର୍ଷା ପରେ ଏବେ ‘ଏଲ୍ ନିନୋ’ ଭୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.