LED street light scam: ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଦୁର୍ନୀତି: ସୁକିନ୍ଦାରେ ଖର୍ଚ୍ଚ ହୋଇଛି ୬.୪୮କୋଟି, ଏବେ ବି ଅନ୍ଧାରରେ ବହୁ ଗାଁ

1 month ago 10
ARTICLE AD BOX

ଯାଜପୁର: ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଆଳରେ ଯାଜପୁର ଜିଲ୍ଲାରେ ଏକ ବଡ଼ଧରଣର ଦୁର୍ନୀତି ସାମନାକୁ ଆସିଛି। ଭିଜିଲାନ୍‌ସ ବିଭିନ୍ନ ଗ୍ରାମ ପଞ୍ଚାୟତ ବୁଲି ଏହି ଦୁର୍ନୀତିର ଚେର ଖୋଜୁଛି। ତେବେ ଭିଜିଲାନ୍‌ସ କେବଳ ନିର୍ଦ୍ଦିଷ୍ଟ ଏକ ଯୋଜନାରେ ହୋଇଥିବା ଦୁର୍ନୀତିର ଖୋଳତାଡ଼ କରୁଥିବା‌ବେଳେ ଜିଲ୍ଲାରେ ବିଭିନ୍ନ ଯୋଜନାରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇ ଅର୍ଥ ହଡ଼ପ କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଏ ବାବଦରେ ୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଲାଇଟ୍‌ର ବଜାର ଦର ୨ ହଜାର ଟଙ୍କା ଥିବାବେଳେ ଲାଇଟ୍‌ ପିଛା ୧୩ ହଜାର ଟଙ୍କା ବିଲ୍‌ କରି ଖଣିଜ ପାଣ୍ଠିକୁ ବିନର୍ବ୍ୟୟ କରାଯାଇଛି। ସୁକିନ୍ଦା ନିର୍ବାଚନମଣ୍ଡଳୀରେ ହୋଇଥିବା ଏହି ଦୁର୍ନୀତିର ଖୋଳତାଡ଼ କରିବାକୁ ଦାବି ହୋଇଛି। ତଥ୍ୟ ମୁତାବକ, ଦାନଗଦୀ ବ୍ଲକ୍‌ର ୨୩ଟି ଗ୍ରାମ ପଞ୍ଚାୟତର ୧୨୬ଟି ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି। ପ୍ରତି ପଞ୍ଚାୟତରେ ୧୦୦ଟି ଲେଖାଏଁ ମୋଟ୍‌ ୨,୩୦୦ଟି ଏଲ୍‌ଇଡି ଲାଇଟ୍ ପାଇଁ ବ୍ୟୟ କରାଯାଇଛି ୩ କୋଟି ୨୦ ଲକ୍ଷ ଟଙ୍କା। ସେହିପରି ସୁକିନ୍ଦା ବ୍ଲକ୍‌ର ୨୫ଟି ଗ୍ରାମପଞ୍ଚାୟତର ୧୦୩ଟି ଗ୍ରାମରେ ଲାଇଟ୍ ଲଗାଯାଇଛି।

Judgement: ନନ୍ଦନକାନନ ଥାନାର ୩ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏବେ ବି ଅନ୍ଧାରରେ ବହୁ ଗାଁ
ଖଣିଜ ପାଣ୍ଠିର ମନଇଚ୍ଛା ବିନର୍ବ୍ୟୟ
ଭିଜିଲାନ୍‌ସ ତଦନ୍ତ ଏକମୁହାଁ

ଏଠାରେ ମଧ୍ୟ ପଞ୍ଚାୟତ ପିଛା ୧୦୦ଟି ଲେଖାଏଁ ମୋଟ୍‌ ୨,୫୦୦ଟି ଲାଇଟ୍ ପାଇଁ ୩ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୨ଟି ବ୍ଲକ୍‌ରେ ମୋଟ ୪,୮୦୦ଟି ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ବାବଦକୁ ୬ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବାସ୍ତବ ସ୍ଥିତି ଭିନ୍ନ ରହିଛି। ଏହି ଚିତ୍ରକୁ ଦେଖିଲେ ଲାଇଟ୍‌ ପିଛା ୧୩ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ତେବେ ଯେଉଁ ଗ୍ରାମରେ ଲାଇଟ୍‌ ଲାଗିଛି ବୋଲି ତାଲିକା ରହିଛି ସେଥିରୁ ଅଧିକାଂଶ ଗ୍ରାମରେ ଆଦୌ ଲାଇଟ୍‌ ଲଗାଯାଇନାହିଁ। ଯେଉଁ କିଛି ସ୍ଥାନରେ ଲାଇଟ୍‌ ଲାଗିଥିଲା ତାହା ନିମ୍ନମାନର ଯୋଗୁଁ ସେ ସବୁ ଅଳ୍ପ ଦିନ ବ୍ୟବଧାନରେ ଅଚଳ ହୋଇପଡ଼ିଛି। 

Ram Mandir donation case: ଚମ୍ପତ ରାୟଙ୍କୁ ପଚରାଉଚରା; ବିବରଣୀ ଦେବାକୁ ମନା କଲା ପୁଲିସ

ଜିଲ୍ଲା ଖଣିଜ ପାଣ୍ଠିର ତଥ୍ୟ ଅନୁଯାୟୀ ଏହି ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାୟିତ୍ୱ ସମ୍ପୃକ୍ତ ବ୍ଲକ୍‌ର ବିଡିଓମାନଙ୍କୁ ଦିଆଯାଇଥିଲା। ତେବେ ଏଥିପାଇଁ କୌଣସି ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟା କରାଯାଇଛି ନା କୋଟେସନ୍ ଜରିଆରେ ପସନ୍ଦର ଠିକାଦାରଙ୍କୁ କାମ ଦିଆଯାଇଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଯୋଜନାରେ ବିଦ୍ୟୁତ୍ ଯନ୍ତ୍ରୀ କେବଳ ଆକଳନ ପ୍ରସ୍ତୁତ କରିଥିଲେ। କିନ୍ତୁ ଲାଇଟ୍‌ଗୁଡ଼ିକର ଗୁଣବତ୍ତା କିଏ ଯାଞ୍ଚ କରିଥିଲା? ଲାଇଟ୍‌ଗୁଡ଼ିକ କେଉଁ କମ୍ପାନିର ଓ କେତେ ୱାଟ୍‌ର ଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ କମ୍ପାନି ନାମରେ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇ ବିଲ୍ ପଇଠ କରାଯାଇଛି ବଜାରରେ ସେହି କମ୍ପାନିର ଏଲ୍‌ଇଡି ଲାଇଟ୍ ଆକଳନ ମୂଲ୍ୟଠାରୁ କମ୍‌ରେ ମିଳୁଛି। ତେବେ କେଉଁ ଆଧାରରେ ଆକଳନ କରାଯାଇଥିଲା ତାହା ତଦନ୍ତ ସାପେକ୍ଷ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.