Lashkar-e-Taiba: ଲସ୍କର-ଏ-ତୋଏବାର ନୂଆ ଧମକ: ‘ଚାକିରି ଛାଡ଼ ନଚେତ୍‌ ମୃତ୍ୟୁ’

1 week ago 6
ARTICLE AD BOX

ଶ୍ରୀନଗର: ଲସ୍କର-ଏ-ତୋଏବା (ଏଲ୍‌ଇଟି) ସହ ସମ୍ପୃକ୍ତ ଆତଙ୍କବାଦୀ ସଂଗଠନ ୟୁନାଇଟେଡ୍‌ ଲିବରେସନ୍‌ କାଉନସିଲ୍‌ (ୟୁଏଲ୍‌ସି) ପକ୍ଷରୁ ମିଳିଥିବା  ଧମକପୂର୍ଣ୍ଣ ଚିଠି ଜମ୍ମୁ-କାଶ୍ମୀରରେ କାର୍ଯ୍ୟରତ ପ୍ରାୟ ୭,୦୦୦ କାଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଆତଙ୍କିତ କରିଦେଇଛି। ପ୍ରଧାନମନ୍ତ୍ରୀ ପ୍ୟାକେଜ୍‌ (ପିଏମ୍‌ ପ୍ୟାକେଜ୍‌) ଅଧୀନରେ ନିଯୁକ୍ତ ଏହି କର୍ମଚାରୀମାନଙ୍କର ବ୍ୟକ୍ତିଗତ ଫୋନ୍‌ ନମ୍ବର, ଘର ଠିକଣା ଏବଂ ଗାଡ଼ି ପଞ୍ଜୀକରଣ ତଥ୍ୟ ଅନ୍‌ଲାଇନ୍‌ରେ ଲିକ୍‌ କରାଯାଇଛି। କାଶ୍ମୀର ଉପତ୍ୟକାରେ ଗୋଟିଏ ମାସ ମଧ୍ୟରେ ଅନ୍ତତଃ ପାଞ୍ଚଟି ଏପରି ଧମକପୂର୍ଣ୍ଣ ଚିଠି ଜାରି କରାଯାଇଥିବା ବେଳେ, ନୂତନ ଧମକରେ କାଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଚାକିରି ନ ଛାଡ଼ିଲେ ମୃତ୍ୟୁଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆତଙ୍କବାଦୀମାନେ ଚେତାବନୀ ଦେଇଛନ୍ତି।

Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା

ଆଶଙ୍କାରେ ୭ ହଜାର କାଶ୍ମୀରୀ ପଣ୍ଡିତ

ଇଣ୍ଟରନେଟ୍‌ରେ କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌
ସୁରକ୍ଷା ଅଡିଟ୍‌ ଏବଂ ଏଫ୍‌ଆଇଆର୍‌ ଦାବି

ହତ୍ୟା ଧମକ ସମ୍ପର୍କରେ କାଶ୍ମୀରୀ ପଣ୍ଡିତ ଆସୋସିଏସନ୍‌ (କେପିଏ) ଏବଂ ଅଲ୍‌ ଇଣ୍ଡିଆ କାଶ୍ମୀରୀ ସମାଜ (ଏଆଇକେଏସ୍‌)ର କର୍ମକର୍ତ୍ତାମାନେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇରେ ରହୁଥିବା କାଶ୍ମୀରୀ ପଣ୍ଡିତମାନେ ପ୍ରକାଶ କରିଛନ୍ତି ଯେ ୧୯୯୦ ଦଶକ ଭଳି ସମାନ ଶୈଳୀରେ ଏବେ ଇଣ୍ଟରନେଟ୍‌ ମାଧ୍ୟମରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। କାଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ପ୍ରତିନିଧି ସବା କୌଲ ଏହାକୁ ଏକ  ସାଂଘାତିକ ସୁରକ୍ଷା ସଙ୍କଟ  ବୋଲି ଅଭିହିତ କରିଛନ୍ତି। ୟୁଏଲ୍‌ସି ପକ୍ଷରୁ ସରକାରୀ କର୍ମଚାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ କରାଯାଇଥିବାରୁ ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏହାର ତଦନ୍ତ ସହ  କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି।  ୨୦୦୮ ମସିହାରେ କେନ୍ଦ୍ର ସରକାର କାଶ୍ମୀରୀ ବିସ୍ଥାପିତଙ୍କ ପ୍ରତ୍ୟାବର୍ତ୍ତନ ଏବଂ ପୁନର୍ବାସ ପାଇଁ ୩,୦୦୦ ରାଜ୍ୟ ସରକାରୀ ଚାକିରି ଘୋଷଣା କରିଥିଲେ। ୨୦୧୫ ନଭେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ୟାକେଜ୍‌ ଅଧୀନରେ ଆଉ ୩,୦୦୦ ପଦବି ମଞ୍ଜୁର କରାଯାଇ ମୋଟ ପଦବି ସଂଖ୍ୟା ୬,୦୦୦କୁ ବୃଦ୍ଧି କରାଯାଇଥିଲା।  ବର୍ତ୍ତମାନ ଆତଙ୍କବାଦୀମାନେ ୭,୦୦୦ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ୍‌ କରି ଧମକ ଦେଇଛନ୍ତି।

Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.