Landslides: ନାଗାଲାଣ୍ଡରେ ବଡ଼ଧରଣର ଭୂସ୍କଳନ, ୪ଜଣ ମୃତ; ସଂଖ୍ୟା ବଢ଼ିବା ଆଶଙ୍କା

2 weeks ago 10
ARTICLE AD BOX

ଗୁଆହାଟୀ/କୋହିମା: ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ରବିବାର ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ଶିଶୁଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବର୍ଷା ଯୋଗୁଁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଆଠ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି।

ଭଗ୍ନାବଶେଷ ଭିତରୁ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ମୋନ୍ ଡେପୁଟି କମିଶନର ୱେନ୍ନେଇ କୋନ୍ୟାକ୍ କହିଛନ୍ତି। ଭୂସ୍ଖଳନ ଯୋଗୁଁ ଅନେକ ଘର ଭାସି ଯାଇଛି। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକମାନଙ୍କୁ ସନ୍ଧାନ କରୁଛନ୍ତି। ଭୂସ୍ଖଳନ ପରେ ବିଭିନ୍ନ ଅଞ୍ଚଳରେ ପ୍ରବଳ ମାତ୍ରାରେ ପାଣି ପ୍ରବାହିତ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ‌ହୋଇଛି। ସ୍ବେଚ୍ଛାସେବୀ, ପୁଲିସ ଓ ସେନା ସହିତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛି।

China: ଚୀନ୍‌ରେ ବର୍ଷାର ତାଣ୍ଡବ: ବନ୍ୟା ଓ ଭୂସ୍ଖଳନରେ ୧୫ ମୃତ

ନାଗାଲାଣ୍ଡ ସରକାର ଏକ ବିବୃତିରେ ଏହି ଦୁଃଖଦ ଭୂସ୍ଖଳନ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସରକାର କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଅଂଶକୁ ପ୍ରଭାବିତ କରୁଥିବା ପ୍ରତିକୂଳ ପାଣିପାଗ ସ୍ଥିତି ଉପରେ ନଜର ରଖାଯାଇଛି। ମୋନ୍ ଜିଲ୍ଲା ବ୍ୟତୀତ ମୋକୋକଚୁଙ୍ଗ ଜିଲ୍ଲାର ତୁଲି ଉପଖଣ୍ଡ ଓ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଭୂସ୍ଖଳନ, ବନ୍ୟା, ରାସ୍ତା ଅବରୋଧ ଓ ସାର୍ବଜନୀନ ଭିତ୍ତିଭୂମି ଏବଂ ବ୍ୟକ୍ତିଗତ ସମ୍ପତ୍ତିର କ୍ଷତି ସମେତ ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ଆହତଙ୍କ ପାଇଁ ୭୪,୦୦୦ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସରକାର ସମସ୍ତ ସମ୍ପୃକ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.