ARTICLE AD BOX
ଥିରୁଅନନ୍ତପୁରମ : କେରଳରେ ପ୍ରବଳ ବର୍ଷା ଲାଗି ରହିଛି । ରାଜ୍ୟରେ ବର୍ଷାଜନିତ କାରଣ ପାଇଁ ୩ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । କୋଟ୍ଟାୟମ, ଇଡୁକ୍କିରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବାବେଳେ ପଥନମଥିତ୍ତ, କୋଝିକୋଡ଼, ୱାୟନାଡ଼ ଏବଂ ମଲପ୍ପୁରମରେ ବନ୍ୟା ସ୍ଥିତି ଉପୁଜିଛି । କୋଟ୍ଟାୟମ ଜିଲ୍ଲାର ପୁଞ୍ଜରରେ ଭୂସ୍ଖଳନ ଯୋଗୁ ଘର ଭୁଶୁଡ଼ି ପଡ଼ିବା ଫଳରେ ଜଣେ ମା’ ଏବଂ ପୁଅର ମୃତ୍ୟୁ ହୋଇଛି । ରଜୀନା ଏବଂ ତାଙ୍କ ୨୪ ବର୍ଷୀୟ ପୁଅ ଜୋସେଫିନ୍ଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି । ମଲ୍ଲପୁରମରେ ଅବଦୁଲ ହମିଦ ଏବଂ ନଦୀରାଙ୍କ ୪ ବର୍ଷର ପୁଅ ଆଦମ କେନାଲ୍ରେ ବୁଡ଼ି ମୃତ୍ୟୁ ହୋଇଯାଇଛି ।
ସେହିପରି ୱାନ୍ଦୁରରେ ଅନ୍ୟ ଜଣେ ୩ ବର୍ଷ ପୁଅର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । କେଟ୍ଟାୟମର ପୁଥୁପଲ୍ଲିରେ ମିଲନ ଶିଜୁ ନାମକ ଜଣେ ୧୧ ବର୍ଷୀୟ ନାବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ଇଡ଼ୁକ୍କିର ଅଦୁରମାଲାରେ ସୁମଥୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ଶନିବାର ବଡ଼ି ଭୋର୍ ସମୟରେ ଭୂସ୍ଖଳନ ହେବା ଫଳରେ ତାଙ୍କ ଘର ପୋତି ହୋଇଗଲା । ପଡ଼ୋଶୀମାନେ ତାଙ୍କ ସ୍ବାମୀ ଏବଂ ପୂଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
lightning strike: ବଜ୍ରାଘାତରେ ପାଞ୍ଚ ଗୁରୁତର, ମେଡିକାଲରେ ଭର୍ତ୍ତି
ଅନ୍ୟପକ୍ଷେ ବହୁ ଖୋଜାଖୋଜି ପରେ ଏନ୍ଡିଆରଏଫ୍ ଏବଂ ଅଗ୍ନି ବିଭାଗ ପକ୍ଷରୁ ସୁମଥୀଙ୍କ ମର ଶରୀର ମିଳିଥିଲା । ଅନ୍ୟ ଏକ ଘଟଣାରେ ଇଡ଼ୁକ୍କି ଜିଲ୍ଲାର ବାଗାମୋନ୍ରେ ପ୍ରଭାକରନ ନେୟାର ନାମକ ଜଣେ ବ୍ୟକ୍ତିଙ୍କର ଭୂସ୍ଖଳନରେ ମୃତ୍ୟୁ ହୋଇଯାଇଛି । ଅଧିକାରୀମାନେ କହିଛନ୍ତି, ନେୟାର ହେଉଛନ୍ତି କୋଟ୍ଟାୟମ ବାସିନ୍ଦା । ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର ଇଡୁକି ଆସିଥିଲେ । ଶୋଇଥିବାବେଳେ ଭୂସ୍ଖଳନ ଯୋଗୁ ଘର ପୋତି ହୋଇଯାଇଥିଲା । ଅନ୍ୟ ଏକ ଘଟଣାରେ ଥିରୁଅନନ୍ତପୁରମର ମୁଥାଲାପୋଝି ଉପକୂଳରେ ସମୁଦ୍ରରେ ୨ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ତଟରକ୍ଷୀ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ୱାୟନାଡ଼ରେ ମଧ୍ୟ ଅନେକ ଅଂଶରେ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ସମସ୍ୟା ଉପୁଜିଛି ।
ଅନ୍ୟପକ୍ଷେ ଆସାମର ୫ ଜିଲ୍ଲାରେ ଏବେ ବନ୍ୟା ପ୍ରଭାବ ଜାରି ରହିଛି । ରାଜ୍ୟରେ ବର୍ଷା ଏବଂ ବନ୍ୟା ଜନିତ କାରଣ ପାଇଁ ଆଉ ୨ ଜଣଙ୍କ ମୃତ୍ୟୁ ସହ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୮୨ରେ ପହଞ୍ଚିଛି । ସବୁଠାରୁ ଖରାପ୍ ଭାବେ ପ୍ରଭାବିତ ଜିଲ୍ଲା ଗୁଡ଼ିକ ହେଉଛି ଶିବସାଗର, ଗୋଲାଘାଟ, ଜୋରହାଟ, ନାଗାଓଁ ଏବଂ ଚରାଇଦେଓ । ରାଜ୍ୟରେ ଏବେ ବି ରିଲିଫ୍ ଅପରେସନ୍ ଜାରି ରହିଛି ଏବଂ ଏନ୍ଡିଆରଏଫ୍ ଓ ଏସ୍ଡିଆରଏଫ୍ ଉଦ୍ଧାର ଅପରେସନ୍ରେ ସାମିଲ ଅଛନ୍ତି ।

2 days ago
1


