Labor card: ମୃତକଙ୍କ ନାଁରେ ଶ୍ରମକାର୍ଡ କରି ଟଙ୍କା ହଡ଼ପ! ବଦଳାଇ ଦେଉଥିଲେ ମୃତ୍ୟୁ ତାରିଖ

1 month ago 13
ARTICLE AD BOX

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ରେ ଶ୍ରମକାର୍ଡ ଥିବା ହିତାଧିକାରୀଙ୍କ ମୃତ୍ୟୁକାଳୀନ ସହାୟତା ରାଶି ହଡ଼ପ ପାଇଁ ବଡ଼ଧରଣର ଜାଲିଆତି ହୋଇଛି। ୩ ଲକ୍ଷ ଟଙ୍କା ଲୋଭରେ ମୃତ ବ୍ୟକ୍ତିଙ୍କ ନାମରେ ତିଆରି ହେଉଛି  ଶ୍ରମକାର୍ଡ (ଲେବର କାର୍ଡ) ଓ ନକଲି ମୃତ୍ୟୁ ପ୍ରମାଣପତ୍ର। ଏଥିପାଇଁ ବଡ଼ ଏକ ରୢାକେଟ୍‌ କାର୍ଯ୍ୟ କରୁଛି। କିଛି ଆଶା କର୍ମୀ, ଏଏନ୍‌ଏମ୍‌ ଓ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ଏହି ଦୁର୍ନୀତି ଚାଲିଥିବା ନେଇ ‘ସମ୍ବାଦ’ ହାତରେ ଲାଗିଛି ସାଂଘାତିକ ତଥ୍ୟ। ତଞ୍ଚକତାର ଶିକାର ହୋଇଥିବା ଜଣେ ବ୍ୟକ୍ତି ଭୋଗରାଇ ଥାନରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ,  ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ କୀର୍ତ୍ତନିଆ ଜାଳପାହି ଗାଁର ମିନତି ସେନାପତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ସରକାରୀ ସହାୟତା ଦେବାର ପ୍ରଲୋଭନ ଦେଖାଇଥିଲେ ହରିପଦ ସାହୁ ନାମକ ଜଣେ ଦଲାଲ।

Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍‌-ପୋଲରେ ଗର୍ତ୍ତ ସୃଷ୍ଟି

ସ୍ଥାନୀୟ ଆଶାକର୍ମୀ ପଦ୍ମାବତୀ ଦାସଙ୍କ ସହଯୋଗରେ ମିନତିଙ୍କ ମୃତ୍ୟୁ ତାରିଖରେ ପରିବର୍ତ୍ତନ କରି ମୃତ ମହିଳାଙ୍କ ନାଁରେ ଶ୍ରମକାର୍ଡ ବାହାର କରି ୩ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ହଡ଼ପ ପାଇଁ ହୋଇଥିଲା ଉଦ୍ୟମ। ଯାହା ଜଣାପଡ଼ିଛି,  ୨୦୨୫ ଅଗଷ୍ଟ ୪ରେ ମିନତିି କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଆଶା କର୍ମୀ ଓ ଏଏନ୍‌ଏମ୍‌ଙ୍କ ସହଯୋଗରେ ୨୦୨୫ ଅଗଷ୍ଟ ୧୧ରେ ମୃତ୍ୟୁ ହୋଇଛି ବୋଲି ଭୋଗରାଇ ବ୍ଲକ୍‌ ଜଳେଶ୍ୱରପୁର ହସ୍ପିଟାଲରୁ ମୃତ୍ୟୁ ପ୍ରମାଣପତ୍ର ବାହାର କରାଯାଇଛି। ମୃତ୍ୟୁ ତାରିଖକୁ ୭ ଦିନ ଘୁଞ୍ଚାଇ ଏହାରି ଭିତରେ ମିନତିଙ୍କ ନାଁରେ ଦଲାଲମାନେ ୨୦୨୫ ଅଗଷ୍ଟ ୭ରେ ଶ୍ରମ କାର୍ଡ ବାହାର କରିଥିଲେ। ହେଲେ ଟଙ୍କା ହଡ଼ପ ଉଦ୍ୟମ ବେଳେ ଧରାପଡ଼ି ଯାଇଛନ୍ତି। ମିନତିଙ୍କ ସ୍ୱାମୀ ସୁଧୀର ଏହା ଜାଣିବା ପରେ ଭୋଗରାଇ ଥାନାରେ ହରିପଦ ସାହୁ, ମୃତ୍ୟୁଞ୍ଜୟ ପରିଡ଼ା ଓ ଆଶାକର୍ମୀ ପଦ୍ମାବତୀ ଦାସଙ୍କ ନାଁରେ ଅଭିଯୋଗ କରିଛନ୍ତି।

Ram Mandir donation case: ଚମ୍ପତ ରାୟଙ୍କୁ ପଚରାଉଚରା; ବିବରଣୀ ଦେବାକୁ ମନା କଲା ପୁଲିସ

ସେହିପରି କୁକୁଡ଼ିଆ ଗ୍ରାମର ସଞ୍ଜୟ ମଣ୍ଡଳଙ୍କ ମୃତ୍ୟୁ ପରେ ତାଙ୍କ ନାମରେ କିଛି ଦଲାଲ ସମାନ ଢଙ୍ଗରେ ଟଙ୍କା ହଡ଼ପ କରିଛନ୍ତି। ସଞ୍ଜୟ ନିର୍ମାଣ ଶ୍ରମିକ ଥିଲେ ।  ତାଙ୍କ ନାମରେ ଆସିଥିବା ୩ ଲକ୍ଷ ଟଙ୍କାରୁ ତାଙ୍କ ପତ୍ନୀ କନକଲତାଙ୍କୁ ୧ ଲକ୍ଷ ଦେଇ ୨ ଲକ୍ଷ ଟଙ୍କା ଚଳୁ କରିଛନ୍ତି ଦଲାଲ। ବାରବାଟିଆ ଗ୍ରାମର ଜ୍ୟୋସ୍ନା ମିର୍ଦ୍ଧାଙ୍କ ମୃତ୍ୟୁ ପରେ ସ୍ବାମୀ ହରିହର ମିର୍ଦ୍ଧାଙ୍କ ଖାତାକୁ ମଧ୍ୟ ସମାନ ଢଙ୍ଗରେ ୩ ଲକ୍ଷ ଟଙ୍କା ଆସିଥିବା ଏବଂ ଦଲାଲ ସେଥିରୁ ନିଜ ଭାଗ ନେଇଥିବା ଜଣାପଡ଼ିଛି। ଭୋଗରାଇ ବ୍ଲକ୍‌ର ଅନେକ ଲୋକ ଏହି ରୢାକେଟ୍‌ର ଶିକାର ହୋଇଥିବା ଜଣାପଡ଼ିଛି। ତେଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନଙ୍କୁ ପଚାରିବାରୁ ଘଟଣା ତଦନ୍ତ କରାଯାଉଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.