ARTICLE AD BOX
ଆମ ଭିତରୁ ପ୍ରାୟ ସମସ୍ତେ ନିଶ୍ଚୟ ବସ୍ଯାତ୍ରା କରିଥିବେ। ତେବେ ଆପଣ ଜାଣନ୍ତି କି, ଏକଦା ଆମ ଦେଶରୁ ସୁଦୂର ଲଣ୍ଡନକୁ ବସ୍ ଚଳାଚଳ କରୁଥିଲା। ସେତେବେଳର କଲିକତା (ଆଜିର କୋଲକାତା)ରୁ ଏହି ବସ୍ଟି ଲଣ୍ଡନ ଯାଇ ପୁଣି ସେଠାରୁ ଫେରୁଥିଲା। ଏବେ ସେଭଳି ବ୍ୟବସ୍ଥା ନଥିଲେ ମଧ୍ୟ ୧୯୫୭ରୁ ୧୯୭୬ ମସିହା ମଧ୍ୟରେ ନିୟମିତ ଏହି ଐତିହାସିକ ବସ୍ ଚାଲୁ ରହିଥିଲା। ଏହା ମଧ୍ୟ ଥିଲା ବିଶ୍ବର ସବୁଠାରୁ ଲମ୍ବା ବସ୍ଯାତ୍ରା। ଏହି ଯାତ୍ରା ପ୍ରାୟ ୫୦ ଦିନିଆ ଥିଲା। ଏହି ବସ୍ ସମୁଦାୟ ପାଖାପାଖି ୩୨,୦୦୦ କିଲୋମିଟର୍ ପଥ ଅତିକ୍ରମ କରୁଥିଲା।
ଯୌବନ ଜିନ୍ଦାବାଦ: ଯୁବକାବସ୍ଥାରେ ନେଇଥିବା ସେହି ନିଷ୍ପତ୍ତି ପାଇଁ ମୁଁ ଗର୍ବିତ
ଏହା କଲିକତାରୁ ବାହାରି ପାକିସ୍ତାନ, ଆଫଗାନିସ୍ତାନ, ଇରାନ୍, ତୁର୍କୀ ଓ ୟୁରୋପ୍ ଦେଇ ଲଣ୍ଡନ ପହଞ୍ଚୁଥିଲା। ବ୍ରିଟିଶ ଟ୍ରାଭେଲ୍ କମ୍ପାନି ଅଲ୍ବର୍ଟ ଟ୍ରାଭେଲ୍ ଏହି ସେବା ଆରମ୍ଭ କରିଥିଲା। ଇତିହାସ ଅନୁସାରେ, ୧୫ ଏପ୍ରିଲ୍ ୧୯୫୭ରେ ଏହାର ପ୍ରଥମ ବସ୍ ଲଣ୍ଡନରୁ ବାହାରି ୫ ଜୁନ୍ରେ କଲିକତା ପହଞ୍ଚିଥିଲା। କୁହାଯାଏ, ଏଥିରେ ସ୍ଲିପିଂ ବର୍ଥ, ପଢ଼ାପଢ଼ି ପାଇଁ ଜାଗା ସହ ରୋଷେଇବାସ ବ୍ୟବସ୍ଥା ମଧ୍ୟ ସଂଯୋଗ କରାଯାଇଥିଲା। ସେହିପରି ବାଟରେ ପଡ଼ୁଥିବା ଦର୍ଶନୀୟ ସ୍ଥାନ ବୁଲି ବୁଲି ଯାତ୍ରୀମାନେ ନିଜ ଗନ୍ତବ୍ୟରେ ପହଞ୍ଚୁଥିେଲ। ତେଣୁ ଏହି ବସ୍ଯାତ୍ରା ବେଶ୍ ରୋମାଞ୍ଚକର ଥିଲା।
Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ

2 weeks ago
8


