Kohli Controversy: କୋହଲିଙ୍କ ସହ ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ହେଡ୍‌

1 week ago 8
ARTICLE AD BOX

ନୂଆଦିଲ୍ଲୀ: ଗତ ଆଇପିଏଲ୍‌ରେ ଭାରତୀୟ ତାରକା ବିରାଟ କୋହଲିଙ୍କ ସହ ହୋଇଥିବା ହ୍ୟାଣ୍ଡସେକ୍‌ ବିବାଦ ଓ ତାହାକୁ ନେଇ ତାଙ୍କୁ ପତ୍ନୀ ଜେସିକାଙ୍କୁ ମିଳିଥିବା ଧମକକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟର୍‌ ଟ୍ରାଭିସ୍‌ ହେଡ୍‌।

Cricket Club: ପିଏମ୍‌ କ୍ରିକେଟ୍‌ କ୍ଲବ୍‌ର ଶୁଭାରମ୍ଭ: ମୁଣ୍ଡ ଟେକିଲା ଆଉ ଏକ କ୍ରିକେଟ୍‌ କ୍ଲବ୍‌

କୋହଲିଙ୍କ ସହିତ ବିବାଦ ଥିବା କଥାକୁ ଖଣ୍ଡନ କରି ସେ କହିଛନ୍ତି ଯେ ଯାହା ଘଟିଥିଲା ସମସ୍ତେ ଜାଣିଛନ୍ତି। ଏହି ପ୍ରତିଯୋଗିତା ଏପରି ଚାଲିଥାଏ, ତାହାକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ପତ୍ନୀଙ୍କୁ ମିଳିଥିବା ଧମକ ବାବଦରେ ସେ କହିଛନ୍ତି ଯେ ଆମେ ଏହିପରି ଏକ ଦୂନିଆରେ ରହୁଛୁ ( ଯେଉଁଠାରେ ଅନଲାଇନ୍‌ ବିଦ୍ରୁପ, ଅସଦାଚରଣ ଜୀବନର ଏକ ଅଂଗ)। କିନ୍ତୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ଜେସିକା ସକ୍ଷମ।

ସୋସିଆଲ ମିଡିଆରେ ଧମକ

ସୂଚନା ଯୋଗ୍ୟ ଯେ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ରେ କୋହିଲି ବ୍ୟାଟିଂ କରୁଥିବାବେଳେ ହେଡ୍‌ ତାଙ୍କୁ କଟାକ୍ଷ କରିଥିଲେ। କିନ୍ତୁ ମ୍ୟାଚ୍‌ ପରେ ହେଡ୍‌ ହାତ ମିଳାଇବାକୁ କୋହଲିଙ୍କ ଆଡକୁ ହାତ ଦେଖାଇଥିଲେ ବି କୋହଲି ତାକୁ ଏଡ଼ାଇଯାଇଥିଲେ। ପରେ ଏହାକୁ ନେଇ ହେଡ୍‌ଙ୍କ ପତ୍ନୀ ଜେସିକାଙ୍କୁ ସୋସିଆଲ ମିଡିଆରେ ଧମକ ମିଳିିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.