ARTICLE AD BOX
ପ୍ୟାରିସ୍: ଫ୍ରାନ୍ସର ରାଜଧାନୀ ପ୍ୟାରିସର ଉତ୍ତରାଞ୍ଚଳସ୍ଥିତ ''ପୋର୍ଟ ଡି କ୍ଲିଚି'' ଆଦାଲତ ନିକଟରେ ସୋମବାର ଜଣେ ଯୁବକ ଦୁଇଟି ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀ ଧରି ରାସ୍ତାରେ ତିନି ଜଣ ମହିଳାଙ୍କୁ ଆକ୍ରମଣ କରି ଗୁରୁତର ଆହାତ କରିଛି। ଆହାତ ମହିଳାମାନଙ୍କ ବୟସ ୧୯, ୨୪ ଓ ୩୬ ବର୍ଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବା ଜଣାପଡ଼ିଛି। ଆକ୍ରମଣକାରୀ ଯୁବକଜଣକ ରାସ୍ତାରେ ଆତଙ୍କ ସୃଷ୍ଟି କରିବା ସହ ''ଆଲ୍ଲାଙ୍କ ଆଦେଶ''ରେ ସେ ଏହି ଆକ୍ରମଣ କରୁଥିବା ଦାବି କରିଛି।
ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ
ତେବେ ମହମ୍ମଦ-ଅଲି ବୁହାଦଜାର ନାମକ ଜଣେ ୨୬ ବର୍ଷୀୟ ଯୁବକଙ୍କ କହିବାନୁଯାୟୀ, ଅଭିଯୁକ୍ତଜଣକ ଜଣେ ମହିଳାଙ୍କ ପିଠିରେ ଛୁରୀ ଭୁସିବା ପରେ ସେଠାରେ ଥିବା କିଛି ସାହସୀ ଲୋକ ଏକାଠି ହୋଇ ତାଙ୍କ ଆଡ଼କୁ ଏକ ସୁଟକେସ୍ ଫିଙ୍ଗିଥିଲେ। ଫଳରେ ଆକ୍ରମଣକାରୀର ହାତରୁ ଛୁରୀ ଖସିପଡ଼ିଥିଲା ଏବଂ ଲୋକମାନେ ତାଙ୍କୁ କାବୁ କରିନେଇଥିଲେ। ପରେ ଛୁଟିରେ ଥିବା ଜଣେ ପୁଲିସ ଅଫିସର ଅଭିଯୁକ୍ତକୁ ଗିରଫ କରିଥିଲେ। ତେବେ ଆକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୁଲିସ ଅନୁସାରେ ଗିରଫ ସମୟରେ ଅଭିଯୁକ୍ତଜଣକ ଅସଂଲଗ୍ନ ବାର୍ତ୍ତାଳାପ କରୁଥିଲା।
Iran Drone Attack: ଟ୍ରମ୍ପଙ୍କ ଧମକ ପରେ ଇରାକରେ ବିସ୍ଫୋରଣ: ଆମେରିକୀୟ ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆକ୍ରମଣ

6 days ago
3


