Kisan Andolan: ସିନ୍ଦୁ ଏବଂ ଶମ୍ଭୁ ବର୍ଡର ସିଲ୍, ଅମୃତସର-ଦିଲ୍ଲୀ ଜାତୀୟ ରାଜପଥ ବନ୍ଦ

1 week ago 7
ARTICLE AD BOX

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣାର ଚାଷୀମାନଙ୍କ 'ଦିଲ୍ଲୀ ଚଲୋ' ଡାକରା ପରେ ଦିଲ୍ଲୀ ଓ ଏହାର ଆଖପାଖ ସୀମାରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ଏବଂ ଆମେରିକା ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) କୁ ବିରୋଧ କରି ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ପୋଲିସ ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇଛି। ପଞ୍ଜାବ ଏବଂ ହରିୟାଣାର ସମ୍ଭୁ ବର୍ଡର  ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ତେବେ, ଅମ୍ବାଲାର ଶମ୍ଭୁ ବର୍ଡର ଏବଂ ସୋନିପଥ ଓ ଦିଲ୍ଲୀର ସିନ୍ଦୁ ବର୍ଡରରେ ପୁଲିସ ଚାଷୀମାନଙ୍କୁ ଅଟକାଇ ଦେଇଛି। 

ସୀମା ସିଲ୍ ଏବଂ ଜାତୀୟ ରାଜପଥ ବନ୍ଦ:
ସୁରକ୍ଷା ଦୃଷ୍ଟିରୁ ହରିୟାଣା ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ସିନ୍ଦୁ ଏବଂ ଶମ୍ଭୁ ବର୍ଡରକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରିଦିଆଯାଇଛି। ଅମ୍ବାଲା ନିକଟସ୍ଥ ଶମ୍ଭୁ ବର୍ଡରରେ ପୋଲିସ ବଡ଼ ବଡ଼ ବାରିକେଡ୍ ଲଗାଇ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି। ଏହି କାରଣରୁ ଦିଲ୍ଲୀ-ଅମୃତସର-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାସ୍ତା ମଝିରେ ବଡ଼ ବଡ଼ ଟ୍ରକ୍ ଏବଂ କଣ୍ଟେନର ରଖାଯାଇ ପୋଲିସ ଚାଷୀଙ୍କ କାଫିଲାକୁ ରୋକିବାକୁ ପ୍ରୟାସ କରୁଛି।

ଅଧିକ ପଢନ୍ତୁ: Farmers Issues: ଚାଷୀଙ୍କ ଦୁଃଖ ଶୁଣିବାକୁ ଅଧିକାରୀ ନାହାନ୍ତି!: ବର୍ଷ ବର୍ଷ ହେଲା ଖାଲିପଡ଼ିଛି ସିଇଓ ପଦବି

ଶତାଧିକ ଚାଷୀ ଅଟକ:
ଖବର ଅନୁଯାୟୀ, ଶତାଧିକ ଚାଷୀଙ୍କୁ ପୋଲିସ ହେପାଜତକୁ ନେଇଛି। ଚାଷୀମାନେ ଅମୃତସର ଓ ଗୁରଦାସପୁରରୁ ବାହାରି ଶମ୍ଭୁ ବର୍ଡର ଦେଇ ଦିଲ୍ଲୀରେ ପହଞ୍ଚିବାକୁ ଯୋଜନା କରିଥିଲେ, କିନ୍ତୁ କୁରୁକ୍ଷେତ୍ରର ଶାହାବାଦ ଏବଂ ଅନ୍ୟାନ୍ୟ ସ୍ଥାନରେ ପୋଲିସ ସେମାନଙ୍କୁ ଅଟକାଇ ଦେଇଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଲାଗୁ କରାଯାଇଛି, ଯାହାଫଳରେ ଏକାଠି ହେବା କିମ୍ବା ଶୋଭାଯାତ୍ରା କରିବା ଉପରେ କଟକଣା ରହିଛି।

ବିକ୍ଷୋଭର କାରଣ:
ଚାଷୀଙ୍କ ମୁଖ୍ୟ ଅଭିଯୋଗ ହେଉଛି ଯେ ଆମେରିକା ସହ ଏହି ବାଣିଜ୍ୟ ଚୁକ୍ତି ହେଲେ ଭାରତୀୟ କୃଷି, ଦୁଗ୍ଧ ଶିଳ୍ପ ଏବଂ କ୍ଷୁଦ୍ର ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହେବ। ବିଦେଶୀ ଉତ୍ପାଦ ବଜାରକୁ ଆସିଲେ ଦେଶୀ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବ ନାହିଁ ଏବଂ ସେମାନଙ୍କ ଜୀବିକା ବିପଦରେ ପଡ଼ିବ ବୋଲି 'ଦେଶ ବଞ୍ଚାଓ ମୋର୍ଚ୍ଚା' ଦାବି କରିଛି।
 
ସୂଚନା ଅନୁଯାୟୀ, ଆଜି ସକାଳୁ ହିଁ ହରିୟାଣା ଓ ପଞ୍ଜାବର ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଅମ୍ବାଲା ପୋଲିସ ଶମ୍ଭୁ ବର୍ଡରରେ ଗତକାଲି ରାତିରୁ ହିଁ ବାରିକେଡ୍ ଲଗାଇବା ଆରମ୍ଭ କରିଦେଇଥିଲା। ଏହା ଫଳରେ ଏବେ ଦିଲ୍ଲୀ-ଅମୃତସର-ଚଣ୍ଡିଗଡ଼ ହାଇୱେ ବନ୍ଦ ହୋଇଯାଇଛି।  
  

Read Entire Article
LEFT SIDEBAR AD

Hidden in mobile, Best for skyscrapers.