ARTICLE AD BOX
ବାରିପଦା/ଭୁବନେଶ୍ବର: ବାରିପଦା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ‘ଖେଲୋ ଇଣ୍ଡିଆ ସଂଳାପ – ଖେଲ୍ କି ବାତ୍ ପିଏମ୍ ମୋଦୀ କେ ସାଥ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
/filters:format(webp)/sambad/media/media_files/2026/08/28/baripada-khelo-india1-2026-08-28-16-38-55.jpeg)
ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ବିଶ୍ୱବିଦ୍ୟାଳୟର କୁଳପତି ମହେନ୍ଦ୍ର ମହାନ୍ତି, ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଦିବ୍ୟରଞ୍ଜନ ଦାସ ଏବଂ ରଶ୍ମିତା ସାହୁ ଉପସ୍ଥିତ ଥିଲେ । ସେମାନେ ଉତ୍ସାହୀ ଛାତ୍ରଛାତ୍ରୀଙ୍କ ସହ ମିଶି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଶୁଣିଥିଲେ ।
Khelo India Tribal Games: ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ଉଦ୍ଘାଟିତ: ଅଦିବାସୀଙ୍କୁ ମିଳିବ ଅଲିମ୍ପିକ୍ସ ପରିଚୟ
ଏହି ଅବସରରେ ମନ୍ତ୍ରୀ ଡଃ ମହାପାତ୍ର ନିଜ ବକ୍ତବ୍ୟରେ, ଯୁବପିଢ଼ିଙ୍କ ସଶକ୍ତୀକରଣ ତଥା ସେମାନଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ, ଦୃଢ଼ ସଂକଳ୍ପ, ଦଳଗତ ମନୋଭାବ ଏବଂ ନେତୃତ୍ୱ ଗୁଣ ବିକଶିତ କରିବାରେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଓଡ଼ିଶାର ଏକ ସମୃଦ୍ଧ କ୍ରୀଡ଼ା ପରମ୍ପରା ରହିଛି ଏବଂ ଏଠାକାର ଯୁବପିଢ଼ିଙ୍କ ମଧ୍ୟରେ ପ୍ରଚୁର ସମ୍ଭାବନା ରହିଛି । ‘ଖେଲୋ ଇଣ୍ଡିଆ’ ଭଳି ପଦକ୍ଷେପ ଉଦୀୟମାନ କ୍ରୀଡ଼ାବିତ୍ମାନଙ୍କୁ ପ୍ରତିଭା ଚିହ୍ନଟ, ଉନ୍ନତ ତାଲିମ ଏବଂ ଭିତ୍ତିଭୂମି ଯୋଗାଇଦେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ସ୍ୱପ୍ନ ସାକାର କରିବା ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି ।
ତୃଣମୂଳ ସ୍ତରରେ କ୍ରୀଡ଼ାର ପ୍ରସାର କରିବା ଏବଂ ବିଭିନ୍ନ ଅଞ୍ଚଳରୁ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ଦେଇ ଭାରତର କ୍ରୀଡ଼ା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ‘ଖେଲୋ ଇଣ୍ଡିଆ’ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବାରିପଦାରେ ଆୟୋଜିତ ଏହି ‘ଖେଲୋ ଇଣ୍ଡିଆ ସଂଳାପ’ ଯୁବପିଢ଼ିଙ୍କ ଉର୍ଜା ଏବଂ ଆକାଂକ୍ଷାକୁ ଉଜ୍ଜୀବିତ କରିବା ସହ ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ, କ୍ରୀଡ଼ାକୁ ଆପଣେଇବାକୁ ଏବଂ #ViksitBharat (ବିକଶିତ ଭାରତ) ନିର୍ମାଣ ଯାତ୍ରାରେ ନିଜର ଯୋଗଦାନ ଦେବାକୁ ପ୍ରେରିତ କରିଛି ।

2 weeks ago
7


