Keonjhar's son Nishikant: ସେସେଲ୍‌ସରେ ଚମକିଲେ କେନ୍ଦୁଝର ପୁଅ ନିଶିକାନ୍ତ: ବାଲୁକା କଳାରେ ଓଡ଼ିଶାର ନିଆରା ସଂସ୍କୃତି, ପରମ୍ପରା ଛାପ

4 weeks ago 9
ARTICLE AD BOX

କେନ୍ଦୁଝର: ମାଟିର ମହକ, କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି ସହ ପ୍ରତିଭା ମିଶିଗଲେ ଗାଁର ଏକ ସାଧାରଣ ଯୁବକ ମଧ୍ୟ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରେ। କେନ୍ଦୁଝର ଜିଲ୍ଲା ମହାଦେଇଯୋଡ଼ା ଟିକରପଡ଼ା ଗାଁର ଯୁବ ବାଲୁକା ଓ ଟେରାକୋଟା କାରିଗର ନିଶିକାନ୍ତ ବେହେରା ଏହାକୁ ପ୍ରମାଣିତ କରିଛନ୍ତି। ନିଜ କଳାର ଯାଦୁରେ ସେ ବିଦେଶ ମାଟିରେ ପ୍ରଶଂସା ସାଉଁଟିବା ସହ କେନ୍ଦୁଝର ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।

Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି

ସେସେଲ୍‌ସ ଦେଶର ୫୦ତମ ସ୍ବାଧୀନତା ବାର୍ଷିକୀ ଉପଲକ୍ଷେ ଆୟୋଜିତ ଭବ୍ୟ ଉତ୍ସବରେ ନିଶିକାନ୍ତଙ୍କୁ ବାଲୁକା କଳାକୃତି ପାଇଁ ଆମନ୍ତ୍ରଣ କରାଯାଇଥିଲା। ଦୁଇଜଣ ସହଯୋଗୀଙ୍କ ସହ ସେ ବିଦେଶ ମାଟିରେ ପହଞ୍ଚି ଏକ ନିଆରା ବାଲୁକା କଳାକୃତି ପ୍ରସ୍ତୁତ କରିଥିଲେ। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆନ୍ତର୍ଜାତିକ ମଞ୍ଚରେ ଓଡ଼ିଆ କଳାର ନିଆରା ଛାପ ଛାଡ଼ିଥିବା ନିଶିକାନ୍ତଙ୍କ ସୃଷ୍ଟିକୁ ଉପସ୍ଥିତ ଅତିଥି, ବିଦେଶୀ ପ୍ରତିନିଧି ଓ କଳାପ୍ରେମୀମାନେ ଭୂୟସୀ ପ୍ରଶଂସା କରିଥିଲେ। ୨୫ ବର୍ଷୀୟ ନିଶିକାନ୍ତଙ୍କ ବାପା ଗୌରଚନ୍ଦ୍ର ବେହେରା ଜଣେ ଟେରାକୋଟା କାରିଗର। ମା’ ସୁଲୋଚନା ବେହେରା ପରିବାରର ମେରୁଦଣ୍ଡ। ତିନିଭାଇ ଓ ଭଉଣୀଙ୍କ ମଧ୍ୟରେ ସାନ ନିଶିକାନ୍ତ ଛୋଟବେଳୁ ବାପାଙ୍କ ସହ ମିଶି ମାଟିକୁ ବିଭିନ୍ନ ଆକାର ଦେବା ଶିଖିଥିଲେ।

Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍‌ଟ କଲେଜରେ ଯୁକ୍ତ ୨ ପର୍ଯ୍ୟନ୍ତ ପଢ଼ିବା ପରେ ସେ କଳାକୁ ନିଜର ଜୀବିକା ଭାବେ ବାଛିଥିଲେ। ୨୦୧୮ରେ ନିଶିକାନ୍ତ ମୁମ୍ବାଇର ଏକ ଘରୋଇ ସଂସ୍ଥାର ଆମନ୍ତ୍ରଣରେ ବେଙ୍ଗାଲୁରୁର ମିଲେନିୟମ୍‌ ପାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଅବସରରେ ବାଲୁକା କଳା ପ୍ରଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ଗୁଜରାଟର ଶଙ୍ଖେଶ୍ୱରରେ ଜୈନଧର୍ମକୁ ନେଇ ସେ ନିର୍ମାଣ କରିଥିବା ବାଲୁକା କଳାକୃତି ବେଶ୍ ପ୍ରଶଂସା ସାଉଁଟିଥିଲା। ଡାମନ ଓ ଡିଉରେ ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ମଧ୍ୟ ତାଙ୍କ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପୁରୀ ସମୁଦ୍ରକୂଳରେ ବାଲୁକା କଳା ଉତ୍ସବରେ ସେ ନିୟମିତ ଭାଗନେଇ ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.