ARTICLE AD BOX
ଯୋଡ଼ା: କେନ୍ଦୁଝରଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ଅଞ୍ଚଳରେ ଖଣି ବିଭାଗ ଓ ପୁଲିସର ମିଳିତ ଚଢ଼ାଉ କରାଯାଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଖଣିଜ ସମ୍ପଦ ଭର୍ତ୍ତି ଟ୍ରଲର ଓ ଏକ ଜେସିବି ଜବତ ହୋଇଛି।
/filters:format(webp)/sambad/media/media_files/2026/07/12/minor-mineral1-2026-07-12-16-15-29.jpeg)
ଥାନା ପକ୍ଷରୁ ମିଳିଥିବା ସୂଚନାନୁସାରେ, ଶନିବାର ଭୋର୍ ସମୟରେ ନୟାଗଡ଼ ରେଳ ସାଇଡ଼ିଂ ନିକଟ ଅଞ୍ଚଳରେ ପୂର୍ବରୁ ଖନନ ହୋଇଥିବା ଖଣିଜ ସାମଗ୍ରୀ ଗଚ୍ଛିତ ହୋଇଥିଲା। ଏଥିରୁ ଚାଲାଣ ସମୟରେ ସୂଚନା ପାଇ ଖଣି ଓ ପୁଲିସ ବିଭାଗ ମିଳିତ ଚଢ଼ାଉ କରିଥିଲେ।
Water crisis: ଖଣିଜ ପୂର୍ଣ୍ଣ ଅଞ୍ଚଳରେ ଜଳ କଷ୍ଟ; କୂଅରେ ଖଞ୍ଜା ହୋଇଛି ୨୨ ପମ୍ପ୍
ଚଢାଉରେ ଖଣିଜ ବୋଝେଇ ହୋଇଥିବା ଟ୍ରେଲର ( ସିଜି ୨୨ ଆର୍ ୧୨୪୫) ଓ ଖନନରେ ବ୍ୟବହୃତ ଥିବା ଜେସିବି ମେସିନ (ଓଡି ୨୩ ବି ୪୫ ୩୭) କୁ ଜବତ କରାଯାଇଛି। ଦୁଇ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ଲୋହାରଦାଗ ଜିଲ୍ଲା ବାଗ୍ରୁ ଥାନା ଉପର ହିଶ୍ରି ଅଞ୍ଚଳର ସଦାମ ସାଇ ଓ କୁରୁ ଥାନା ଟିକୋ ବାଡ଼କାଟୋଲି ଅଞ୍ଚଳର ରାଜେଶ୍ କୁମାର ସିଂ। ଏନେଇ ବାମେବାରି ଥାନାରେ ବିଏନ୍ଏସ୍ ଦଫା ୩୦୩(୨)/୬୧(୨) ଏବଂ ୨୧ ଏମଏମ୍ଡିଆର୍ ଆଇନରେ ୧୬୫/୨୦୨୬ନଂରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଆଇ ଆଇ ସି ଝସକେତନ ଭୋଇ ସୂଚନା ଦେଇଛନ୍ତି ।
Minerals Theft: ରଣପୁରରୁ ଲଘୁଜାତ ଖଣିଜ ପଦାର୍ଥ ଚୋରି, କୋଟି କୋଟି ଟଙ୍କାର ରାଜସ୍ବ ହାନି
ସୂଚନାଯୋଗ୍ୟ କି,ଉକ୍ତ ନୟାଗଡ଼ ରେଳ ସାଇଡିଙ୍ଗ ନିକଟ ବିଭିନ୍ନ ଘରୋଇ ଜମିରେ ବହୁ ବର୍ଷ ପୂର୍ବରୁ ବହୁ ପରିମାଣର ଖଣିଜ ଗଚ୍ଛିତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା । ଉକ୍ତ ଖଣିଜର କେହି ଦାବିଦାର ନ ଥିବାରୁ ଚୋର ମାନେ ବିଭିନ୍ନ ସମୟରେ ମେସିନ ଯୋଗେ ଉକ୍ତ ଖଣିଜ କୁ ଚୋରି କରି ନେଉ ଥିଲେ । ଖବର ପାଇ ବିଭିନ୍ନ ସମୟରେ ପୁଲିସ ଓ ଖଣି ବିଭାଗ ଏହିପରି ଚଢାଉ କରି ଟ୍ରକ୍,ମେସିନ ଜବତ କରିଥାନ୍ତି। ଉକ୍ତ ସ୍ଥାନରେ ଖଣିଜ ପଡ଼ି ରହୁଥିବାରୁ ଚୋରି ବୃଦ୍ଧି ପାଉଥିଲା । ଏହାକୁ ସେଠାରୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ। କିଛି ଦିନ ହେବ ଯୋଡା ଖଣି ବିଭାଗ ସେଠାରେ ପଡ଼ି ରହିଥିବା ପ୍ରାୟ ୧୦ ହଜାର ମେଟ୍ରିକ୍ ଟନ୍ର ଗଚ୍ଛିତ ଖଣିଜକୁ ମେସିନ ଓ ଟ୍ରକ୍ ଲଗାଇ ସେଠାରୁ ନିକଟସ୍ଥ ଦବୁନ ଓ ଏମ୍ ସି ଖଣି ପରିସରକୁ ସ୍ଥାନାନ୍ତର କରିଥିଲା। ସେଠାରେ ସମ୍ପ୍ରତି ଅଳ୍ପ କିଛି ପରିମାଣର ଖଣିଜ ସମ୍ପଦ ପଡ଼ି ରହିଛି।

3 weeks ago
14


