Kendu Leaf Wages କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କୁ ଭେଟି: କେରି ପିଛା ୧୦, ଫାଳ ପିଛା ୨୦ ପଇସା ବଢ଼ିଲା

2 months ago 15
ARTICLE AD BOX

ଭୁବନେଶ୍ବର: କେନ୍ଦୁପତ୍ର  ତୋଳାଳୀ ଓ ବନ୍ଧାଳୀଙ୍କୁ ରାଜ୍ୟ ସରକାର ଭେଟି ଦେଇଛନ୍ତି। କେରି ପିଛା ୧୦ ପଇସା, ଫାଳ ପିଛା ୨୦ ପଇସା ବଢ଼ାଇଛନ୍ତି। ଏହାସହ ତୋଳାଳୀଙ୍କ ପାଇଁ ୨୫% , ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫ୍‌ଙ୍କୁ ୫% ବୋନସ୍ ମଧ୍ୟ ଘୋଷଣା କରିଛନ୍ତି। 

Kendu Leaf ଓଡ଼ିଶାରେ ସୁଦୃଢ଼ ହେବ କେନ୍ଦୁପତ୍ର କାର୍ଯ୍ୟକଳାପ, ପ୍ରଶିକ୍ଷଣ ଓ ନିଯୁକ୍ତି ସୃଷ୍ଟିରେ ଗୁରୁତ୍ୱ

ରାଜ୍ୟର ଲକ୍ଷାଧିକ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫ୍‌ଙ୍କ କଲ୍ୟାଣ ପାଇଁ ସେମାନଙ୍କ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ଏହାସହିତ କେରି ଓ ଫାଳର ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ ପ୍ରୋସେସ ଏରିଆରେ କେନ୍ଦୁପତ୍ର କେରି (୨୦ଟି) ପିଛା ମୂଲ୍ୟ ୧୦ ପଇସା ବୃଦ୍ଧି କରାଯାଇଥିବା ବେଳେ ଫାଳ (୪୦ଟି) ପିଛା ମୂଲ୍ୟ ୨୦ ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୧୦.୭୮ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ।

Kendu Leaf: ଦଲାଲଙ୍କ ହାବୁଡରେ ପଡି କ୍ଷତିରେ ବିକ୍ରି କରୁଛନ୍ତି କେନ୍ଦୁପତ୍ର ତୋଳାଳୀ

ସେହିପରି କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୨୫% ବୋନସ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫଙ୍କ ପାଇଁ ୫% ପ୍ରୋତ୍ସାହନ ରାଶି ଦିଆଯିବ ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ବହନ କରିବେ। ଏହିପରି ରାଜ୍ୟ ସରକାର ସମୁଦାୟ ୭୪.୭୮ କୋଟି ଟଙ୍କା ଖର୍ଚ୍ଚ କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.