Kejriwal questions Centre: ଦିଲ୍ଲୀର କନଟ୍‌ପ୍ଲେସରେ ଦୋକାନ ବଜାର ବନ୍ଦକୁ ନେଇ ଚିନ୍ତା ପ୍ରକଟ କଲେ କେଜ୍ରିୱାଲ

1 week ago 5
ARTICLE AD BOX

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଅପରାହ୍ଣରେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ‘ଏକ୍ସ’ରେ ଏକ ଚିଠି ସେୟାର କରିଛନ୍ତି, ଯେଉଁଥିରେ ‌ସେ ସନ୍ଧ୍ୟା ସାଢ଼େ ୬ଟାରୁ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି।

 ଦିଲ୍ଲୀର କନଟ୍‌ପ୍ଲେସରେ ଦୋକାନ ବଜାର ବନ୍ଦକୁ ନେଇ ଚିନ୍ତା ପ୍ରକଟ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଅପରାହ୍ଣରେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ‘ଏକ୍ସ’ରେ ଏକ ଚିଠି ସେୟାର କରିଛନ୍ତି, ଯେଉଁଥିରେ ‌ସେ ସନ୍ଧ୍ୟା ସାଢ଼େ ୬ଟାରୁ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି। ଏହି ଚିଠିକୁ ସେୟାର କରି କେଜ୍ରିୱାଲ ଆଶଙ୍କା ପ୍ରକାଶ କରି କହିଛନ୍ତି ଯେ, ଆଜି କ’ଣ ପୁଣି ମୋଦୀ ସରକାର ଜନ୍ତରମନ୍ତଠୋରେ ପିଲାମାନଙ୍କୁ ଅତି ବର୍ବର ଭାବେ ଆକ୍ରମଣ କରିବେ କି? କେଜ୍ରିୱାଲ ନୂଆଦିଲ୍ଲୀ ବ୍ୟବସାୟୀ ସଂଘ (ଏନ୍‌ଡିଟିଏ) ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମାର ଏକ କପିକୁ ନିଜ ପୋଷ୍ଟରେ ସେୟାର କରି ଲେଖିଛନ୍ତି କନଟପ୍ଲେସର ସମସ୍ତ ଦୋକାନ ଆଜି ସନ୍ଧ୍ୟା ୬ଟା ୩୦ ମିନିଟରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ସୁରକ୍ଷା ଆହୁରି ବଢ଼ାଯାଇଛି। ବହୁତ ଗୁଡ଼ିଏ ଆମ୍ବୁଲାନ୍ସ ରହିଛି। କ’ଣ ମୋଦୀ ସରକାର ଆଜି ପୁଣି ଜନ୍ତର ମନ୍ତରଠାରେ ନିଜ ପିଲାଙ୍କ ଉପରେ ବର୍ବର ଆକ୍ରମଣ କରି‌ବେ କି?କେଜ୍ରିୱାଲ ଯେଉଁ କପି ସେୟାର କରିଛନ୍ତି ସେଥିରେ ଲେଖାଯାଇଛି ଯେ, କନଟପ୍ଲେସ୍‌ର ଆଖପାଖରେ ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜୁଲାଇ ସନ୍ଧ୍ୟାରେ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବ୍ୟବସାୟୀଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.