KDA 144th Review କଟକ ଉନ୍ନୟନ କର୍ତ୍ତୃପକ୍ଷର ୧୪୪ତମ ସମୀକ୍ଷା ବୈଠକ

1 week ago 8
ARTICLE AD BOX

କଟକ: କଟକ ଉନ୍ନୟନ କର୍ତ୍ତୃପକ୍ଷ (କେଡିଏ.)ର ୧୪୪ତମ କର୍ତ୍ତୃପକ୍ଷ ବୈଠକ ଆଜି (ମଙ୍ଗଳବାର) କେ.ଡି.ଏ. ସମ୍ମିଳନୀ କକ୍ଷରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା କେ.ଡି.ଏ. ଅଧ୍ୟକ୍ଷ ଡ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

Hospital: ‘ଆମେ କଟକିଆ’ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଜ୍ୟର ୫୦ ବିଶିଷ୍ଟ ଡାକ୍ତର: ‘ହୃଦୟରେ ରହିଛି ବଡ଼ଦେଉଳ, ବଡ଼ଡାକ୍ତରଖାନା’

ବୈଠକରେ କଟକ ମହାନଗର ନିଗମର ମେୟର ସୁବାସ ଚନ୍ଦ୍ର ସିଂହ, ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶତ୍ରୁଘ୍ନ କର, କେଡିଏ ଉପାଧ୍ୟକ୍ଷା କିରଣଦୀପ କୌର ସହୋତା, କେ.ଡି.ଏ. ସଚିବ ଜନକ କୁମାର ନାୟକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Cuttack: କଟକ ସହରର ବିବର୍ଯ୍ୟସ୍ତ ରାସ୍ତାଘାଟ ଓ ଜଳବନ୍ଦୀ ସମସ୍ୟାକୁ ନେଇ ହାଇକୋର୍ଟ କ୍ଷୁବ୍ଧ

ବୈଠକରେ କଟକ ସହରର ନଗରୀୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକ ସୁବିଧାରେ ଉନ୍ନତି ଆଣିବା ଲକ୍ଷ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପଦକ୍ଷେପ ସମୀକ୍ଷା ଓ ଅନୁମୋଦନ କରାଯାଇଥିଲା।

KKDA review

ସେକ୍ଟର-୧୫ର ବିକାଶ କାର୍ଯ୍ୟ ଅନୁମୋଦିତ ହୋଇଥିଲା। ଏଥିସହ ସାମାଜିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସ୍କୁଲ, ହସ୍ପିଟାଲ ଓ କମ୍ୟୁନିଟି ହଲ୍ ନିର୍ମାଣ ଓ ବିକାଶ ନେଇ ମଧ୍ୟ ଆଲୋଚନା ହୋଇଥିଲା।  ଚଣ୍ଡୀପ୍ରସାଦ ଟାଉନ୍ ପ୍ଲାନିଂ ସ୍କିମ୍‌ର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। 

Odisha Vision 2047 ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥନୈତିକ ଅଞ୍ଚଳ କାର୍ଯ୍ୟାନ୍ବୟନ ସମୀକ୍ଷା

ସହରର ବିଭିନ୍ନ ମାର୍କେଟ୍ କମ୍ପ୍ଲେକ୍ସର ପୁନର୍ବିକାଶକୁ ମଧ୍ୟ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ବୈଠକରେ ବିଭିନ୍ନ ଚାଲୁଥିବା ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ଅଗ୍ରଗତି ନେଇ କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିଥିଲେ।

KKDA review1

ମନ୍ତ୍ରୀ ଡ. ମହାପାତ୍ର ଅନୁମୋଦିତ ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ସହ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବା ଉପରେ ଜୋର ଦେଇଥିଲେ। କେଡିଏ ସଚିବ ଜନକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ସମାପ୍ତ ହୋଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.